Odisha news

ପ୍ରତିଦିନ ବ୍ରହ୍ମ ମୁହୂର୍ତ୍ତରୁ ଉଠି କରି ନିଅନ୍ତୁ ଏହି ଗୋଟିଏ କାର୍ଯ୍ୟ ବଦଳିଯିବ ସମ୍ପୂର୍ଣ ଭାଗ୍ୟ

0

ହିନ୍ଦୁ ଧର୍ମରେ ବ୍ରହ୍ମ ମୁହୂର୍ତ ହେଉଛି ଈଶ୍ୱରଙ୍କ ମୁହୂର୍ତ୍ତ , ଯେଉଁ ମୁହୂର୍ତ୍ତ ସବୁଠୁ ଶାଶ୍ୱତ, ପବିତ୍ର ଏବଂ ଶୁଦ୍ଧ l ବ୍ରହ୍ମ ମୁହୂର୍ତ୍ତକୁ ଅକ୍ଷୟ ମୁହୂର୍ତ୍ତ କୁହାଯାଇ ଥାଏ l ହିନ୍ଦୁ ଧର୍ମର ଶାସ୍ତ୍ରରେ ବ୍ରହ୍ମ ମୁହୂର୍ତ୍ତ ରୁ ଉଠି ନିଜର ଇଷ୍ଟ ଦେବା ଦେବୀଙ୍କୁ ପ୍ରାର୍ଥନା କରିବା ଦ୍ୱାରା ଜୀବନରେ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପ୍ରାପ୍ତି ହୋଇଥାଏ l

– ବ୍ରହ୍ମମୁହୂର୍ତ୍ତ ଗୋଟିଏ ଏଭଳି ମୁହୂର୍ତ ଅଟେ, ଯେଉଁ ସମୟରେ ଦେବତା ମାନଙ୍କର ଆତଯାତ ର ସମୟ ହୋଇଥାଏ l ଏବଂ ଏହି ସମୟରେ ଈଶ୍ୱରଙ୍କ କୃପାରୁ ସମସ୍ତ ଇଚ୍ଛା ମଧ୍ୟ ପୁର୍ଣ ହୋଇଥାଏ l ତେଣୁ ଏହି ସମୟ ରେ ନିଜ ଇଷ୍ଟ ଙ୍କୁ ପ୍ରାର୍ଥନା କରି ନିଜ ମନର ଇଛା ଜଣାଇବା ଜରୁରୀ l

– ବ୍ରହ୍ମ ମୁହୁର୍ତରେ ଶଯ୍ୟା ତ୍ୟାଗ କରି ସୂର୍ଯ୍ୟ ଦେବଙ୍କ ଦର୍ଶନ କରି ସୂର୍ଯ୍ୟାୟ ନମଃ ମନ୍ତ୍ରଟି ଉଚ୍ଚାରଣ କରିବା ଦ୍ୱାରା ଜୀବନ ଉଜ୍ଜଳ କିରଣ ଭଳି ବିକଶିତ ହୋଇଥାଏ l

– ହିନ୍ଦୁ ଧର୍ମରେ ବ୍ରହ୍ମ ମୁହୁର୍ତରେ ଶଯ୍ୟା ତ୍ୟାଗ କରିବା ପରେ ମାତା ଲକ୍ଷ୍ମୀଙ୍କୁ ପ୍ରଣାମ ଜଣାଇ ‘କରାଗ୍ରେ ର୍ବସତେ ଲକ୍ଷ୍ମୀହଃ , କର ମଧ୍ୟେ ସରସ୍ଵତୀ , କରମୁଳେ ତୁ ଗୋବିନ୍ଦ , ପ୍ରଭାତେ କର ଦର୍ଶନମ l ନିଜର ହାତ କୁ ଯୋଡି ଏହି ମନ୍ତ୍ରକୁ ପାଠ କରିବା ଦ୍ୱାରା ମାତା ଲକ୍ଷ୍ମୀଙ୍କ କୃପା ଲାଭ ହୋଇଥାଏ l

– ନିୟମିତ ସ୍ନାନ ସାରି ନିଜ ଇସ୍ତାଙ୍କ ସମୁଖରେ ହାତ ଯୋଡି ଓଂ ଭୁର୍ଭବସ୍ଵହ ତତ୍ସବିତୁବରେନ୍ୟଙ୍ଗ ଭର୍ଗ ଦେବୋସ୍ୟ ଧିମହି ଧିୟୋ ୟୋ ନଃ ପ୍ରଚୋଦୟlତ୍ , ଏହି ମନ୍ତ୍ର କୁ ପାଠ କରିବା ଦ୍ୱାରା ବୁଦ୍ଧି ଓ ଜ୍ଞାନର ବିକାଶ ହୋଇଥାଏ  l

– ପ୍ରତିଦିନ ବ୍ରହ୍ମ ମୁହୁର୍ତରେ ଓଂ ଜଂ ସ ମାମ ପାଳୟ ଶଃ ଜୁଙ୍ଗ ଓଂ ଏହି ମନ୍ତ୍ରକୁ ପାଠ କରିବା ଦ୍ୱାରା ଜୀବନ ରେ ସମସ୍ତ କଷ୍ଟରୁ ମୁକ୍ତି ମିଳିଥାଏ l ଏବଂ ମାତା ଲକ୍ଷ୍ମୀଙ୍କ କୃପା ଲାଭ କରିବା ପାଇଁ ପ୍ରତିଦିନ ଓଁ ମହାଲକ୍ଷ୍ମୀ ନମଃ ମନ୍ତ୍ରଟିକୁ  ପାଠ କରିବା ଦ୍ୱାରା ଜୀବନ ରେ ପ୍ରକାଶ ହୋଇଥାଏ l

Leave A Reply