Odisha news

ମାଙ୍କଡ ଘଉଡାଇବା ପାଇଁ ଭାଲୁଙ୍କ ବେଶରେ ସଜେଇ ହେଲେ ଯବାନ, ଦେଖନ୍ତୁ ଭିଡିଓ

0

ସିମଲା: ମାଙ୍କଡ ଘଉଡାଇବା ପାଇଁ ଅଭିନବ ପଦକ୍ଷେପ | ଭାଲୁ ବେଶରେ ସଜ୍ଜିତ ହୋଇ ଯବାନମାନେ ମାଙ୍କଡ ଘଉଡାଇଛନ୍ତି | ଉତ୍ତରାଖଣ୍ଡର ମିଃର୍ଥୀଠାରେ ଏଭଳି ଘଟଣା ଦେଖିବାକୁ ମିଳିଛି | ମିଳିଥିବା ସୂଚନା ମୁତାବକ ଇଣ୍ଡୋ ତିବତିଆନ ବର୍ଡ଼ର ପୁଲିସର ଏକ କ୍ୟାମ୍ପ ଉତ୍ତରାଖଣ୍ଡର ମିଃର୍ଥୀଠାରେ ରହିଛି | କିଛି ଦିନ ହେଲା ମାଙ୍କଡମାନେ ଆସି ଏଠାରେ ଉତ୍ପାତ ମଚାଉଥିଲେ |

ବାରମ୍ବାର ଘଉଡାଇବା ପରେ ମଧ୍ୟ ମାଙ୍କଡମାନେ ପ୍ରତିଦିନ ସକାଳେ ଆସି ଭଙ୍ଗାରୁଜା କରୁଥିଲେ | ମାଙ୍କଡଙ୍କ ଏଭଳି ଉତ୍ପାତକୁ ବନ୍ଦ କରିବା ପାଇଁ ଦୁଇ ଜଣ ଆଇଟିବିପି ଯବାନ ଭାଲୁ ପୋଷାକ ପିନ୍ଧି ମାଙ୍କଡଙ୍କ ପିଛା କରିଥିଲେ | ଯବାନଙ୍କ ଭାଲୁ ବେଶ ଦେଖି ମାଙ୍କଡ ମାନେ ପଳାଇଯାଇଥିଲେ | ଏବେ ଏହାର ଏକ ମଜାଦାର ଭିଡିଓ ସାମ୍ନାକୁ ଆସିଛି |

ANI

@ANI

: 2 Indo-Tibetan Border Police personnel at ITBP Camp-Mirthi, Uttarakhand dressed in ‘bear’ costume to scare away monkeys on the premises. (Source-ITBP)

Embedded video

214 people are talking about this

Leave A Reply