Odisha news

ମୋହନା ବ୍ଲକ ଲୁହାଗୁଡ଼ି ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ୧୦୩ ଜଣଙ୍କୁ ପଟା ପ୍ରଦାନ

0
ପାରଳାଖେମୁଣ୍ଡି:୧୧/୯ :  ଗଜପତି ଜିଲ୍ଲା ମୋହନା ସଦର ମହକୁମା ଅନ୍ତର୍ଗତ ଲୁହା ଗୁଡି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଜିଲ୍ଲା ପ୍ରଶାସନର ଯୁଗ୍ମ ଅଭି ଯୋଗ ଶୁଣାଣୀ କାର୍ଯ୍ୟକାରି ଦେଇଥିଲା । ଏହି ଅଭି ଯୋଗ ଶୁଣାଣୀ ରେ ଜିଲ୍ଲାପାଳ ଶ୍ରୀ  ସ୍ମୃତି ରଞ୍ଜନ ପ୍ରଧାନ ଅଞ୍ଚଳର ଲୋକଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ସହ ଅଭିଯୋଗ ଶୁଣି ଥିଲେ ।ଏଥିରେ ମୋଟ ୧୩୦ଟି ଅଭିଯୋଗ ପୂର୍ଣ୍ଣ ପରେ ୫୫ଟିବ୍ୟକ୍ତିଗତ ଓ ୩୭ଟି ସାମୁହିକ ଅଭିଯୋଗ ପ୍ରକାଶ ପାଇଥିଲାବେଳେ ୧୦୩ ଜଣ ଭୂମିହୀନଙ୍କୁ ଜମି ପଟ୍ଟା ମଧ୍ୟ ପ୍ରଦାନ କରିଛନ୍ତି । ତା ସହିତ ୭ ଜଣଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨୫ ହଜାର ଟଙ୍କା ଆର୍ଥିକ  ସହାୟତା ପ୍ରଦାନ କରିଛନ୍ତି । ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ସେହି ପରି ଲୁହାଗୁଡି ଗାଁର ଦେବା ବନ୍ଦ ପ୍ରଧାନଙ୍କ ପୁଅ  ମୁନା ଙ୍କ ଚିକିତ୍ସା ପାଇଁ ୨୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ଏବଂ କୁହା ଗୁଡ଼ି ଗାଁର କେଦାର ପାତ୍ରଙ୍କ ଚିକିତ୍ସା ପାଇଁ ୫ ହଜାର ଟଙ୍କା ଆର୍ଥିକ ସହାୟତା ପାଇଁ ପ୍ରଦାନ କରିଛନ୍ତି । ଏହି ଅଭିଯୋଗ ଶୁଣାଣୀ ରେ ଅତିରିକ୍ତ SP ସୁନିଲ୍  ମହାନ୍ତି, PA ITDA ଫାଲ୍‌ଗୁନି ମାଝୀ, SDPO ଅଶ୍ଵନି ନାୟକ । ଏବଂ ବ୍ଳକ ଅଧ୍ୟକ୍ଷ ରଞ୍ଜୀବ ଶବର,BDO ତପସ୍ବିନି ହାଁସଦା, ଓ ATO ହିମାଂଶୁ ଭୂଷଣ ପଲେଇ, JP ଚନ୍ଦ୍ର କୁମାର ମଳିକ ପ୍ରମୁଖ ଯୋଗଦେଇଥିଲେ ।
Nalco

Leave A Reply