Odisha news

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତାଙ୍କ ଟୁଇଟର ଆକାଉଣ୍ଟର ପାସୱାର୍ଡ ମାଗିଲେ ବ୍ୟବହାରକାରୀ, ମିଳିଲା ଏଭଳି ମଜାଦାର ଜବାବ

0

ନୂଆଦିଲ୍ଲୀ: ଦେଇଥିବା କଥା ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପୂର୍ବରୁ ଅନ୍ତର୍ଜାତୀୟ ମହିଳା ଦିବସରେ ସେ ୭ଜଣ ପ୍ରେରଣାଦାୟୀ ମହିଳାଙ୍କୁ ନିଜର ଟୁଇଟର ଆକାଉଣ୍ଟ ସମ୍ଭାଳିବାକୁ ଦେବେ ବୋଲି କହିଥିଲେ। ନିଜ କଥା ହିସାବରେ ସେ ଆଜି ୭ଜଣ ମହିଳାଙ୍କୁ ନିଜ ଟୁଇଟର ଆକାଉଣ୍ଟ ଚଲାଇବାକୁ ଦେବା ସହ ‌ସେମାନଙ୍କୁ ନିଜର ପ୍ରେରଣାଦାୟୀ କାହାଣୀ ବିଷୟରେ ଲୋକଙ୍କୁ ଜଣାଇବା ପାଇଁ କହିଥିଲେ। ଆଜି ସାରା ଦିନ ୭ଜଣ ମହିଳା ମୋଦୀଜୀଙ୍କ ଟୁଇଟର ଆକାଉଣ୍ଟ ସମ୍ଭାଳୁଥିବା ବେଳେ ଜଣେ ଟୁଇଟର ବ୍ୟବହାରକାରୀ ପଚାରିଥିବା ପ୍ରଶ୍ନକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି।

Narendra Modi

@narendramodi

New India…try logging in 🙂

@snehamohandoss https://twitter.com/vikrantbhadaur6/status/1236510823930982402 

Dhruv singh@vikrantbhadaur6
Replying to @snehamohandoss @narendramodi

Please password bata dijiye

3,640 people are talking about this

ଧ୍ରୁବ୍ ସିଂହ ନାମକ ଜଣେ ଟୁଇଟର ବ୍ୟବହାରକାରୀ ମୋଦୀଜୀଙ୍କୁ ଟ୍ୟାଗ୍ କରି, ଦାୟାକରି ପାସୱାର୍ଡ କହି ଦିଅନ୍ତୁ ବୋଲି ଲେଖି ଟୁଇଟ୍ କରିଥିଲେ। ଏହି ସମୟରେ ମୋଦୀଜୀଙ୍କ ଟୁଇଟର ସମ୍ଭାଳୁଥିବା ସ୍ନେହା ମୋହନଦାସ ଧ୍ରୁବଙ୍କ ଟୁଇଟର ମଜାଦାର ଜବାବ ଦେଇଥିଲେ। ସେ ଲେଖିଥିଲେ ନୂଆ ଭାରତ- ଲଗ୍ ଇନ୍ କରିବାକୁ ଚେଷ୍ଟା କରନ୍ତୁ। ସ୍ନେହାଙ୍କ ଏଭଳି ଜବାବକୁ ନେଇ ଏବେ ଟୁଇଟରରେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି। ସୂଚନା ମୁତାବକ, ସ୍ନେହା ଚେନ୍ନାଇରେ ଏକ ଫୁଡ୍ ବ୍ୟାଙ୍କ ସମ୍ଭାଳନ୍ତି। ନିଜର ଏହି ଫୁଡ୍ ବ୍ୟାଙ୍କ ଜରିଆରେ ସେ ଖାଇବାକୁ ପାଉ ନଥିବା ଲୋକଙ୍କୁ ଖାଇବାକୁ ଦେଇଥାନ୍ତି।

Leave A Reply