Odisha news

ମୋଦୀ ସରକାରଙ୍କ ସ୍ୱମୀତ୍ୱ ଯୋଜନା କଣ ? ଗ୍ରାମୀଣ ଇଲାକାର ବ୍ୟକ୍ତି ଙ୍କୁ ମିଳିବ ୫୮ ଲକ୍ଷର ସମ୍ପତି ର କାର୍ଡ

0

Suvendra Pattanaik : ୧୨ ଟି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ର ୫୦ ହଜାର ରୁ ଅଧିକ ଗ୍ରାମରେ ସମ୍ପତି ର ମାଲିକ ମାନଙ୍କୁ ଅଧିକାରିକ କାଗଜପତ୍ର ଭାବରେ ୫୮ ଲକ୍ଷରୁ ଉର୍ଧ୍ଵ ସମ୍ପତି କାର୍ଡ ଜାରୀ କରାଯିବ, ପ୍ରଧାନମନ୍ତ୍ରୀ ମୋଦୀ ଏହି କାର୍ଯ୍ୟକ୍ରମ କୁ ଅନଲାଇନ ରେ ସମ୍ବୋଧିତ କରିବେ, ସୂଚନା ଯୋଗ୍ୟ ଯେ ଏହି ସମୟ ରେ ୧୩ କେନ୍ଦ୍ର ମନ୍ତ୍ରୀ ଅଲଗା ଅଲଗା ରାଜ୍ୟରେ କାର୍ଯ୍ୟକ୍ରମ କୁ ସଂଵୋଧିତ କରିବେ, ଯେଉଁଠାରେ ସମ୍ପତି କାର୍ଡ ବଣ୍ଟା ଯିବ l

ପ୍ରଧାନମନ୍ତ୍ରୀ ଙ୍କ ସ୍ୱମୀତ୍ୱ ଯୋଜନା ୨୦୨୦ ରେ ଆରମ୍ଭ କରାଯାଇଥିଲା, ପ୍ରଧାନମନ୍ତ୍ରୀ ଙ୍କ ନିକଟରୁ ସମ୍ବୋଧିତ କରାଯାଇ ଥିବା ଅନଲାଇନ କାର୍ଯ୍ୟକ୍ରମ ରେ ଛତିଶଗଡ଼, ଗୁଜୁରାଟ, ହିମାଚଳ ପ୍ରଦେଶ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ମିଜୋରାମ, ଓଡିଶା , ପଞ୍ଜାବ, ରାଜସ୍ଥାନ, ଉତ୍ତରପ୍ରଦେଶ, ଓ ଦୁଇଟି କେନ୍ଦ୍ର ଶାସିତ ପ୍ରଦେଶ ଜାମୁ କାଶ୍ମୀର ଓ ଲାଦଖ ର ୫୦ ହଜାର ଗ୍ରାମର ୫୮ ଲକ୍ଷ ସମ୍ପତି ମାଲିକ ଙ୍କ ସମ୍ପତି କାର୍ଡ ଜାରି କରାଯିବ l

ଯୋଜନା ରୁ କେଉଁ ଲାଭ ମିଳିବ –
ଭୂମି ଓ ସ୍ୱମୀତ୍ୱ ର ସଫା ପ୍ରମାଣ ହେବା ପରେ ଭୂମି ବିବାଦ ରେ କମି ଆସିବ, ଏହା ବ୍ୟତୀତ ସ୍ପଷ୍ଟ ଭୂମି ସ୍ୱମୀତ୍ୱ ର କାରଣ ଗ୍ରାମୀଣ କ୍ଷେତ୍ର ରେ ବିକାଶ କାର୍ଯ୍ୟ ରେ ମଧ୍ୟ ଉନ୍ନତି ଆସିବ, ଏବଂ ଗ୍ରାମୀଣ କ୍ଷେତ୍ରରେ ଲୋନ ମଧ୍ୟ ସୁବିଧାରେ ମିଳିବ, କୃଷକ ମାନେ ମଧ୍ୟ ଖୁବ ସହଜ ରେ ଋଣ ପି[ଯାଇପାରିବେ, ଜମି ଗୁଡିକୁ ଗୋଟିଏ ମୂଲ୍ୟବାନ ସମ୍ପତି ଭାବରେ ମାନ୍ୟତା ମିଳିବା ଦ୍ୱାରା କୃଷକ ମାନଙ୍କର ଆର୍ଥିକ ସ୍ଥିତି ରେ ସୁଧାର ଆସିବ l

ସ୍ୱମୀତ୍ୱ ଯୋଜନା ଦେଶର ଗ୍ରାମୀଣ ବିକାଶ ପାଇଁ ଗୋଟିଏ ବଡ଼ ପଦକ୍ଷେପ, ଏହି ଯୋଜନା ଗ୍ରାମୀଣ ଭାରତ ରେ ରହୁଥିବା ଲୋକ ଙ୍କ ଜୀବନ କୁ ଉନ୍ନତ କରିବାରେ ସାହାଯ୍ୟ କରିବ, ଏହି ଯୋଜନା ଭୂମି ସୁଧାର ଦିଗରେ ଗୋଟିଏ ବଡ଼ ପଦକ୍ଷେପ l

Leave A Reply