Odisha news

ପ୍ରଧାନମନ୍ତ୍ରୀ ମୋଦୀଙ୍କ ନୂଆ ସଂସଦ ଭବନର ପ୍ରଥମ ଅଧିବେଶନରେ ସଦସ୍ୟଙ୍କୁ ସମ୍ବୋଧନ : ଦେଶରେ ସାଧାରଣ ନିର୍ବ‌ାଚନ  ଆଗୁଆ ନ ହୋଇପାରେ

0

ନୂଆଦିଲ୍ଲୀ: ଦେଶରେ ସାଧାରଣ ନିର୍ବ‌ାଚନ  ଆଗୁଆ ନ ହୋଇପାରେ । ନୂଆ ସଂସଦ ଭବନରେ ନିଜ ବକ୍ତବ୍ୟ ରଖିବା ବେଳେ ଏହି ଇଙ୍ଗିତ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମହିଳା ସଂରକ୍ଷଣ ବିଲକୁ ନେଇ ଚାଲିଥିବା ଚର୍ଚ୍ଚା ଭିତରେ ମୋଦୀ କହିଛନ୍ତି ଯେ  ଏବେ ନିର୍ବାଚନକୁ ବହୁତ ସମୟ ବାକି ଅଛି । ଏହା ପରୋକ୍ଷରେ ସ୍ପଷ୍ଟ କରୁଛି ‌କି ସାଧାରଣ ନିର୍ବାଚନ ସ୍ଥିରୀକୃତ ସମୟରେ ହିଁ ହେବ।

ନୂଆ ସଂସଦ ଭବନର ପ୍ରଥମ ଅଧିବେଶନରେ ସଦସ୍ୟଙ୍କୁ ସମ୍ବୋଧନ ସମୟରେ ମୋଦୀ କହିଥିଲେ, ‘‘ନୂଆ ସଂସଦ ଭବନରେ ଗୃହର ସଦସ୍ୟମାନେ ଯେଭଳି ଆଚରଣ କରିବେ । ସେହି ଆଚରଣ ଅନୁସାରେ ଫଳାଫଳ ଆସିବ । କିଏ ସରକାରଙ୍କ ଆସନରେ ବସିବେ ଏବଂ କିଏ ବିରୋଧୀଙ୍କ ଆସନରେ ବସିବେ, ତାହା ନୂଆ ସଂସଦ ଭବନର ଆଚରଣ ସ୍ଥିର କରିବ ବୋଲି କହିଥିଲେ । ଆଉ କଥା ଛଳରେ କହିଥିଲେ ଏବେ ନିର୍ବାଚନ ହେବାର ନାହିଁ ।’’

‘ଏକ ଦେଶ, ଏକ ନିର୍ବାଚନ’ ବ୍ୟବସ୍ଥା ଲାଗୁ କରାଯିବା ପ୍ରସଙ୍ଗରେ ପର୍ଯ୍ୟବେକ୍ଷଣ କରିବା ଲାଗି ସେପଟେମ୍ବର ୧ ତାରିଖରେ କେନ୍ଦ୍ର ସରକାର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ବରେ  କମିଟି ଗଠନ କରିବା ପରେ ସଂସଦର ସ୍ବତନ୍ତ୍ର ଅଧିବେଶନରେ ଏ ସଂପର୍କିତ ପ୍ରସ୍ତାବ ଆଲୋଚନା ହେବ ବୋଲି ଚର୍ଚ୍ଚା ହେଉଥିଲା। ବର୍ତ୍ତମାନ ଏ ସଂକ୍ରାନ୍ତୀୟ କୌଣସି ପ୍ରସ୍ତାବ ଆସିବା ପରିଦୃଶ୍ୟ ହେଉ ନାହିଁ।

‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ ବ୍ୟବସ୍ଥା ହେଉଛି ସମଗ୍ର ଦେଶରେ ଏକ ସମୟରେ ସମସ୍ତ ନିର୍ବାଚନ ସମ୍ପନ୍ନ କରାଯିବା।

କିନ୍ତୁ, ବହୁଦଳୀୟ ଗଣତନ୍ତ୍ରରେ ଏକକାଳୀନ ସମସ୍ତ ନିର୍ବାଚନ କରାଇବା କଷ୍ଟସାଧ୍ୟ କହି ବିରୋଧୀ ଦଳ ସବୁ ସରକାରଙ୍କର ଏହି ନିଷ୍ପତ୍ତିକୁ ତୀବ୍ର ସମାଲୋଚନା କରିଛନ୍ତି।

ସମ୍ପ୍ରତି ଦେଶରେ ପୃଥକ୍‌ ଭାବେ ବିଧାନସଭା ଓ ଲୋକସଭା ନିର୍ବାଚନ କରାଯାଉଛି। କିନ୍ତୁ, ‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ ପ୍ରଚଳନ କଲେ ନିର୍ବାଚନ ଖର୍ଚ୍ଚ କମିଯିବ ବୋଲି ଏହାର ସମର୍ଥକମାନେ କହୁଛନ୍ତି।

ପ୍ରାପ୍ତ ସୂଚନା ଅନୁସାରେ, ୨୦୧୯ ଲୋକସଭା ନିର୍ବାଚନରେ ୬୦,୦୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବା ଲାଗି ରାଜନୈତିକ ଦଳମାନେ ଓ ନିର୍ବାଚନ କରାଇବା ପାଇଁ ଭାରତର ନିର୍ବାଚନ କମିସନ୍‌ କରିଥିବା ଖର୍ଚ୍ଚ ଉପରୋକ୍ତ ଅର୍ଥରାଶିରେ ଅନ୍ତର୍ଭୁକ୍ତ ଅଛି।

Nalco

Leave A Reply