Odisha news

କୁକୁଡ଼ା ଫାର୍ମ ମାଲିକ ମାଗଣାରେ କୁକୁଡ଼ା ବାଣ୍ଟିଲେ

0

ମିତ୍ରପୁର- ରେମୁଣା ଥାନା ଅନ୍ତର୍ଗତ ନୂଆପାଢୀ ଗ୍ରାମର ନନ୍ଦ ତରାଇ ଦାସ ନାମକ ଜନୈକ କୁକୁଡ଼ା ବ୍ୟବସାୟୀ ଗତ ସୋମବାର ଓ ମଙ୍ଗଳବାର ୨ଦିନ ଧରି ନିଜ ଫାର୍ମରେ ଥିବା ୧୧ଶହ କୁକୁଡ଼ାଙ୍କୁ ଲୋକମାନଙ୍କୁ ମାଗଣାରେ ଦେଇଥିବା ଜଣପଡ଼ିଛି । ଗୋଟିଏ ପଟରେ ବାର୍ଡଫ୍ଲୁ ଅନ୍ୟ ପଟରେ କରୋନା ଭୟରେ ଲୋକମାନେ ବ୍ରଏଲର କୁକୁଡ଼ା ଖାଇବା ଠାରୁ ଦୂରେଇ ଯାଇଥିବା ବେଳେ କୁକୁଡ଼ା ଚାଷ କରୁଥିବା ବ୍ୟବସାୟୀ ମାନଙ୍କର କୁକୁଡ଼ା ବିକ୍ରୀ ହେଉନାହିଁ ।

ଏପରିକି କୁକୁଡ଼ା ବିକ୍ରି କରୁଥିବା ଦୋକାନୀମାନେ ମଧ୍ୟ ଚାଷୀମାନଙ୍କ ଠାରୁ କୁକୁଡ଼ା ଗୋଟାପ୍ରତି ୫ଟଙ୍କା ଦରରେ କିଣିବାକୁ ମୁଲଚାଲ କରୁଥିବା ବେଳେ କେତେକ ଚାଷୀ ନିଜର କୁକୁଡ଼ା ଗୁଡ଼ିକୁ ମାଗଣାରେ ଦେବାକୁ ବାଧ୍ୟ ହେଉଥିବା କୁହାଯାଉଛି ।

Leave A Reply