Odisha news

୨୦୨୦-୨୧ ବର୍ଷ ପାଇଁ ଶିଶୁଯନି ଅନୁଷ୍ଠାନକୁ ଆର୍ଥିକ ଅନୁଦାନ

0

ଭୁବନେଶ୍ୱର : ରାଜ୍ୟ ସରକାର ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ରାଜ୍ୟରେ ଥିବା ଶିଶୁଯନି ଅନୁଷ୍ଠାନଗୁଡ଼ିକୁ ଆର୍ଥିକ ଅନୁଦାନ ପ୍ରଦାନ କରିଛନ୍ତିା ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗର ଅନୁମୋଦନ କ୍ରମେ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି, ଶିଶୁ ସୁରକ୍ଷା ଯୋଜନା ଅଧୀନରେ ଅନୁଦାନପ୍ରାପ୍ତ ୧୨୮ ଗୋଟି ଅନୁଷ୍ଠାନକୁ ୬ କୋଟି ୫୪ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତିା

ସେହିପରି ଲକ୍‍ ଡାଉନ୍‍ ସମୟରେ ଅଣଅନୁଦାନପ୍ରାପ୍ତ ଶିଶୁଯନି ଅନୁଷ୍ଠାନର ସୁପରିଚାଳନା ତଥା ଆବଶ୍ୟକୀୟ ଦ୍ରବ୍ୟ କ୍ରୟ ନିମନ୍ତେ ରାଜ୍ୟ ସରକାର ୧୦୧ ଗୋଟି ଅନୁଷ୍ଠାନକୁ ୩୯ ଲକ୍ଷ ୫୦ ହଜାର ଟଙ୍କା ପ୍ରଦାନ କରିଛନ୍ତିା ୨୫ରୁ କମ୍‍ ଅନ୍ତେବାସୀ ଥିବା ଅନୁଷ୍ଠାନଗୁଡ଼ିକୁ ୨୫ ହଜାର ଟଙ୍କା ପ୍ରଦାନ କରାଯାଇଥିବାବେଳେ ୨୫ରୁ ଅଧିକ
ଅନ୍ତେବାସୀ ଥିବା ଅନୁଷ୍ଠାନଗୁଡ଼ିକୁ ୫୦ ହଜାର ଟଙ୍କା ପ୍ରଦାନ କରାଯାଇଛିା ଏଠାରେ ସୂଚନାଯୋଗ୍ୟ କରୋନାର ଭୟାବହତାକୁ ଦୃଷ୍ଟିରେ ର ଖି ରାଜ୍ୟର ବିଭ ନ୍ନି ସ୍ଥାନ ରେ ଲ କ୍‍ ଡାଉନ୍‍ ଓ ସଟ୍‍ ଡାଉନ୍‍ ଜାରି ରହିଥିବାବେଳେ ରାଜ୍ୟରେ ୨୪୪ଗୋଟି ଶିଶୁଯନି ଅନୁଷ୍ଠାନରେ ୯୨୦୦ ଜଣ ଶିଶୁ ଶୃଙ୍ଖଳିତ ଜୀବନଯାପନ କରୁଛନ୍ତିା ଯନି ଓ ସୁରକ୍ଷା ଆବଶ୍ୟକ କରୁଥିବା ଶିଶୁମାନଙ୍କୁ ୧୯୬ ଗୋଟି ଶିଶୁ ଗୃହ,
୨୮ଟି ସ୍ୱତନ୍ତ୍ର ପୋଷ୍ୟଗ୍ରହଣ କେନ୍ଦ୍ର, ୧୨ଟି ମୁକ୍ତ ଆଶ୍ରୟ ସ୍ଥଳରେ ରଖାଯାଇଥିବାବେଳେ ଆଇନ ସହଦ୍ୱନ୍ଦଗ୍ରସ୍ତ ଶିଶୁମାନଙ୍କୁ ରାଜ୍ୟରେ ଥିବା ୪ଟି ପର୍ଯ୍ୟବେକ୍ଷଣ ଗୃହରେ ରଖାଯାଇଛିା

Leave A Reply