Odisha news

ଅଧିକ ଦୁଗ୍ଧ ମିଶ୍ରିତ ଚା ସେବନ ଶରୀର ପ୍ରତି ହୋଇପାରେ ବିପଦ, ରୁହନ୍ତୁ ସତର୍କ

0

ଭାରତର ନାମ ସେହି ଦେଶ ମାନଙ୍କ ମଧ୍ୟରେ ସାମିଲ, ଯେଉଁଠି ପ୍ରାୟ ସମସ୍ତେ ଚା ପିଇବାକୁ ସବୁବେଳେ ପ୍ରସ୍ତୁତ l ଏହା ହୋଇପାରେ ଯେ ଚା ର ପସନ୍ଦ ସମସ୍ତଙ୍କର ଅଲଗା ଅଲଗା ରହିଥାଏ l ଯେମିତିକି କିଛି ଲୋକ ଅଦା ଚା ପସନ୍ଦ କରନ୍ତି ତ ଆଉକିଛି ଗୁଜୁରାତି ଚା, ଏବଂ କିଛିଲୋକ ମସଲା ଚା ତ ଆଉ କିଛି ଲୋକ ଦୁଗ୍ଧ ମିଶ୍ରିତ ଚା l ଏବଂ ଆଉ କିଛି ଲୋକ ସାଧାରଣ ଲେମ୍ବୁ ଚା ପିଇବାକୁ ପସନ୍ଦ କରନ୍ତି l ଯଦି ଆପଣ ନିୟମିତ ଦୁଗ୍ଧ ଚା ସେବନ କରୁଛନ୍ତି ତେବେ ନିହାତି ଆପଣ ଜାଣିବା ଜରୁରୀ ଯେ ଏହାର ଶରୀର ଉପରେ କି ପ୍ରଭାବ ପଡିଥାଏ l

* ଦୁଗ୍ଧ ଚା ସେବନ କରିବାର ଦୁଇ ପ୍ରକାର ଲାଭ –
ଦୁଗ୍ଧ ଚା ଦୁଇ ଧାର ଥିବା ଅସ୍ତ୍ର ଭଳି, ଯେପରିକି ଆପଣ ଯଦି ନିୟମିତ ଦୁଗ୍ଧ ଚା ସେବନ କରୁଛନ୍ତି ତେବେ ଆପଣଙ୍କୁ ଏନର୍ଜି ମିଳିବ ଏବଂ କନସନଟ୍ରେସନ ମଧ୍ୟ ବଢିବ l ଚା ରେ କାଫିନ ରହିଥାଏ, ଯାହାକି ଆପଣଙ୍କୁ ଆକ୍ଟିଭ ରଖିବାରେ ସାହାଯ୍ୟ କରିଥାଏ l କିନ୍ତୁ ଯେତେବେଳେ ଆପଣ ଅଧିକ କାଫିନ ସେବନ କରନ୍ତି ସେତେବେଳେ ଆପଣଙ୍କ ଏଙ୍ଗାଯାଇଟି ବୃଦ୍ଧି ହୋଇଥାଏ, ନିଦ୍ରା ହୀନତା ମଧ୍ୟ ଦେଖା ଦେଇଥାଏ l

* କ୍ୟାଲସିୟମ ଓ ଭିଟାମିନ ଡି –
ଦୁଗ୍ଧରେ ହାଡ଼କୁ ମଜବୁତ ହୋଇଥାଏ, ଦୁଗ୍ଧରେ ଥିବା ଆଣ୍ଟି ଅକ୍ସିଡେଣ୍ଟ ରହିଥାଏ ତାହା ସେଲ କୁ ଡ୍ୟାମେଝ କରିଥାଏ l କିନ୍ତୁ ଅନ୍ୟ ପକ୍ଷରେ ଅଧିକ ଦୁଗ୍ଧ ଯୁକ୍ତ ଚା ସେବନ କରିବା ଦ୍ୱାରା ଶରୀରରେ ଆଇରନ ର ଆବଜପ୍ସନ କମି ଯାଇଥାଏ l

* କଣ ନିୟମିତ ଦୁଗ୍ଧ ଚା ସେବନ କରିବା ଜରୁରୀ –
– ପ୍ରତିଦିନ ଗୋଟିଏ ରୁ ଦୁଇ କପ ଦୁଗ୍ଧ ଯୁକ୍ତ ଚା ସେବନ କରନ୍ତୁ କିନ୍ତୁ ଦୁଗ୍ଧର ମାତ୍ରା ଖୁବ କମ ରହିବ ଜରୁରୀ l ନଚେତ ମଧୁମେହ ସମସ୍ୟା ହୋଇପାରେ l

– ଅଧିକ ଦୁଗ୍ଧ ଯୁକ୍ତ ଚା ସେବନ କରିବା ଦ୍ୱାରା ବେଲି ଫ୍ୟାଟ ବୃଦ୍ଧି ହୋଇପାରେ l ନଚେତ ଯଦି ଚା ରେ ଅଧିକ ଚିନି ସେବନ କରୁଛନ୍ତି ତେବେ ମଧ୍ୟ ବେଲି ଫ୍ୟାଟ ବୃଦ୍ଧି ହୋଇପାରେ l

– ଅଧିକ ଦୁଗ୍ଧ ଚା ସେବନ କରିବା ଦ୍ୱାରା ଏସିଡ଼ିଟି, ଗ୍ୟାସ, ସମସ୍ୟାରେ ପ୍ରଭାବିତ ହୋଇପାରନ୍ତି l ଏବଂ ଉଚ୍ଚ ରକ୍ତଚାପ ସମ୍ବନ୍ଧିତ ସମସ୍ୟା ମଧ୍ୟ ହୋଇପାରେ l

Har Ghar Tiranga

Leave A Reply