Odisha news

ଓଟ ଦୁଗ୍ଧ ରେ ରହିଛି ଏଭଳି କେଉଁ ତତ୍ୱ ରହିଛି  ଯାହାକି ବଡ଼ ବଡ଼ ବ୍ୟାଧିକୁ ନିମିଷକେ ମଧ୍ୟରେ ଦୂରେଇ ଦେଉଛି  

0

ଯେତେବେଳେ ଦୁଗ୍ଧ କଥା ଉଠିଥାଏ, ସେତେବେଳେ ଆମେ ଗାଈ ଓ ମଇଁଷି ଦୁଗ୍ଧ ପିଇବା ପାଇଁ ପରାମର୍ଶ ପାଇଥାଉ l ଯଦି କେହି ଲୋ ଫ୍ୟାଟ ଦୁଗ୍ଧ ସେବନ କରିବା ପାଇଁ ପରାମର୍ଶ ଦେଉଛି ତେବେ ଛେଳି କ୍ଷୀର ପିଇବାକୁ କୁହାଯାଇ ଥାଏ l ଯଦି ଆପଣ ଓଟ ଦୁଗ୍ଧ ପିଇବେ ତେବେ ଆପଣଙ୍କ ଶରୀର ରୁ ଅନେକ ପ୍ରକାର ଦୂରେଇଯିବ l

ଓଟ ଦୁଗ୍ଧ ରେ ଥିବା ପୋଷାକ ତତ୍ୱ ଗୁଡିକ କଣ –
ବର୍ତମାନ ପ୍ରଶ୍ନ ଉଠୁଛି ଯେ ଓଟ ଦୁଗ୍ଧ ରେ ଏଭଳି କେଉଁସବୁ ତତ୍ୱ ରହିଥାଏ , ଯାହାକି ଗାଈ ଓ ମଇଁଷି ଦୁଗ୍ଧ ଠାରୁ ତାହାକୁ ଉନ୍ନତ କରିଥାଏ l ଓଟ ଦୁଗ୍ଧ ରେ ମିଲକ ସୁଗାର, କ୍ୟାଲସିୟମ୍ , ପ୍ରୋଟିନ, କାର୍ବୋହାଇଡ୍ରେଟ, ଲାକଟିକ ଏସିଡ, ଆଇରନ, ମଗ୍ନେଶୀୟମ, ଭିଟାମିନ A, E , B2, C , ସୋଡିୟମ, ଫସଫରସ, ପୋଟାସିୟମ, ଜିଙ୍କ, କପର ପ୍ରଭୃତି ତତ୍ୱ ପ୍ରଚୁର ମାତ୍ରାରେ ରହିଥାଏ l ଏହାସହ ଓଟ ଦୁଗ୍ଧ ରେ ଲୋ ସାଚୁରେଟେଡ଼ ଫ୍ୟାଟ ରହିଥାଏ, କାର୍ବୋହାଇଡ୍ରେଟ ମାତ୍ରା ମଧ୍ୟ ଖୁବ କମ ରହିଥାଏ, ଏବଂ ଲାକଟୋଜ କମ ରହୁଥିବା କାରଣରୁ ଓଟ ଦୁଗ୍ଧ ଅନେକ ରୋଗ ଠାରୁ ଦୁରେଇ ରଖିବାରେ ସାହାଯ୍ୟ କରିଥାଏ l

ମସ୍ତିଷ୍କ ପାଇଁ ଓଟ କ୍ଷୀର –
ଓଟ କ୍ଷୀର ମସ୍ତିଷ୍କ ପାଇଁ ଖୁବ ଲାଭ ଦାୟକ, କୁହାଯାଏ ଯେ ଯଦି କୌଣସ ବୁଦ୍ଧି ହୀନ ବ୍ୟକ୍ତି ନିୟମିତ ଭାବରେ ଓଟ ଦୁଗ୍ଧ ସେବନ କରିଥାଏ ତେବେ ତା ନିକଟରେ ଅନେକ ପରିବର୍ତନ ଦେଖିବାକୁ ମିଳିଥାଏ l  ଯଦି କୌଣସି ଶିଶୁ ଓଟିଜିମ ରେ ପୀଡିତ ହୋଇଥାଏ ତେବେ ଓଟ ଦୁଗ୍ଧ ନିହାତି ହିତକର ହୋଇଥାଏ l

ହାଡ଼ ପାଇଁ ଓଟ ଦୁଗ୍ଧ –
ଓଟ ଦୁଗ୍ଧ ରେ ପ୍ରଚୁର ପରିମାଣ ରେ କ୍ୟାଲସିୟମ୍ ରହିଥାଏ, ଯାହାଦ୍ୱାରା ହାଡ଼ ମଜବୁତ ହୋଇଥାଏ l ଏଥିରେ ରହିଥିବା ଲେକ୍ଟୋଫେରିନ ନାମକ ତତ୍ୱ କ୍ୟାନ୍ସର ଭଳି ରୋଗ ସହିତ ଲଢ଼ିବାରେ ସାହାଯ୍ୟ କରିଥାଏ l ଓଟ ଦୁଗ୍ଧ ରେ ଏଭଳି ତତ୍ୱ ରହିଥାଏ ଯାହାକି ଶରୀର ରୁ ବିଷାକ୍ତ ପଦାର୍ଥ କୁ ବାହାର କରିବାରେ ସାହାଯ୍ୟ କରିଥାଏ l ଏହାଦ୍ୱାରା ପେଟ ସମ୍ବନ୍ଧିତ ରୋଗ ଦୂର ହୋଇଥାଏ ଏବଂ ଅନ୍ତ ନାଳିରେ ଜ୍ୱଳନ , ଗ୍ୟାସ୍ଟ୍ରିକ କ୍ୟାନ୍ସର, ହେପାଟାଇଟିସ ସି, ଏଡ୍ସ, ଅଲସର , ହାର୍ଟ ଡିଜିଜ ଓ କିଡ୍ନୀ ସମ୍ବନ୍ଧିତ ରୋଗରୁ ଦୂରେଇ ରଖିଥାଏ ଓଟ ଦୁଗ୍ଧ l

ବ୍ଲଡ଼ ସୁଗାର ପାଇଁ ରାମବାଣ –
ଯେଉଁ ବ୍ୟକ୍ତି ମାନେ ମଧୁମେହ ସମ୍ବନ୍ଧିତ ସମସ୍ୟାରେ ପୀଡିତ ଅଟନ୍ତି ସେମାନଙ୍କ ପାଇଁ ଓଟ ଦୁଗ୍ଧ କୌଣସି ରାମବାଣ ଠାରୁ କମ ନୁହେଁ l ବିଶେଷ ଭାବରେ ଓଟର ଗୋଟିଏ ଲିଟର ଦୁଗ୍ଧ ରେ ୫୨ ୟୁନିଟ ଇନ୍ସୁଲିନ ରହିଥାଏ l  ଯାହାଦ୍ୱାରା ଇମ୍ୟୁନିଟି ସିଷ୍ଟମ୍ ସମ୍ପୂର୍ଣ ଠିକ ରହିଥାଏ l ଏବଂ ବିଭିନ୍ନ ସଂକ୍ରମଣ ଠାରୁ ମଧ୍ୟ ଓଟ ଦୁଗ୍ଧ ଦୁରେଇ ରଖିଥାଏ l

Nalco

Leave A Reply