ମାଇକ୍ରୋପ୍ଲାସ୍ଟିକ ଖୁବ ଛୋଟ ଆକାରର ହୋଇଥାଏ, ଯାହାକି ଆମ ଖାଦ୍ୟ ପେୟ ଓ ପ୍ରଶ୍ୱାସ ଜରିଆରେ ଶରୀରକୁ ଯାଇଥାଏ, ନଳ ର ପାଣି, ବୋତଲ ରେ ବନ୍ଦ ଥିବା ପାଣି , ପ୍ଲାଷ୍ଟିକ ବୋତଲ ର ମହୁ, ପ୍ଲାଷ୍ଟିକ ଡବା ର ଲୁଣ, ଏପରିକି ବିୟର ରେ ମଧ୍ୟ ପ୍ଲାଷ୍ଟିକ ର ଅଣୁ ମିଳିଥାଏ , ସି – ଫୁଡ ରେ ଏହି ସମସ୍ୟା ଆହୁରି ଅଧିକ ଗମ୍ଭୀର ହୋଇଯାଏ, ମହାସାଗର ରେ ଥିବା ପ୍ଲାଷ୍ଟିକ ସମୁଦ୍ର ଜୀବ ଙ୍କ ଦ୍ୱାରା ଆମ ଶରୀର କୁ ଆସିଥାଏ, ଏବଂ ରୋଗର କାରଣ ହୋଇଥାଏ l
ରୋଗର ବିପଦ ବଢ଼ାଇଥାଏ ମାଇକ୍ରୋ ପ୍ଲାଷ୍ଟିକ –
* ଏମ୍ସ ପ୍ରଫେସର ଙ୍କ ମତରେ ମାଇକ୍ରୋପ୍ଲାସ୍ଟିକ ଆମ ଶରୀରରେ ପ୍ରତିରୋଧକ କ୍ଷମତା କୁ ଦୁର୍ବଳ କରିଦେଇ ଥାଏ, ଏହାଦ୍ୱାରା ମଧୁମେହ, ଥାଇରଏଡ, ନିୟୁରୋଲୋଜିକାଲ ଡ଼ିସଅର୍ଡର ଓ କ୍ୟାନ୍ସର ଭଳି ଗମ୍ଭୀର ରୋଗର ବିପଦ ବଢି ଯାଇଥାଏ, ଏବଂ ଏହାଛଡା ଏହା ବାଂଝପଣ ର ମଧ୍ୟ କାରଣ ହୋଇଥାଏ l
* ଏମ୍ସ ପ୍ରଫେସର ଙ୍କ ଅଧ୍ୟୟନ ଅନୁସାରେ ସବୁଠୁ ଅଧିକ ମାଇକ୍ରୋପ୍ଲାସ୍ଟିକ ନଳର ପାଣି ଓ ବୋତଲ ବନ୍ଦ ପାଣିରେ ମିଳିଥାଏ, ବିଶେଷ ଭାବରେ ବୋତଲ ବନ୍ଦ ପାଣିରେ ପ୍ଲାଷ୍ଟିକ ର ମାତ୍ରା ଅଧିକ ରହିଥାଏ, ଏହାପରେ ଲୁଣ, ଚିନି, ମହୁ ପ୍ରଭୃତି ରେ ଅଧିକ ମାତ୍ରାରେ ମାଇକ୍ରୋ ପ୍ଲାଷ୍ଟିକ ରହିଥାଏ l
* କିପରି କରିବେ ନିଜକୁ ରକ୍ଷା –
ମାଇକ୍ରୋପ୍ଲାସ୍ଟିକ ର ବିପଦ ରୁ ରକ୍ଷା ପାଇବା ପାଇଁ ପ୍ଲାଷ୍ଟିକ ଉତ୍ପାଦନ ର କମ ବ୍ୟବହାର କରନ୍ତୁ, ପାଣି କୁ ସବୁବେଳେ ଫିଲ୍ଟର କରି ପିଅନ୍ତୁ, ପ୍ରାକୃତିକ ପାତ୍ରରେ ଭୋଜନ ରଖନ୍ତୁ, ନଚେତ ଏହା ଆମ ଶରୀର ପାଇଁ କ୍ଷତିକାରକ ହୋଇପାରେ l