Odisha news

ମେଣ୍ଟାଲ ହେଲଥ ଠିକ ରହିଲେ ଦୂରେଇ ରହିବେ ଏହିସବୁ ବଡ଼ ରୋଗ ଠାରୁ ଓ ଏହାକୁ ଠିକ ରଖିବା ପାଇଁ ଏହି ୪ଟି ଜିନିଷର ରଖନ୍ତୁ ଧ୍ୟାନ 

0
ମଣିଷ ମାନସିକ ସ୍ତରରେ ଶାନ୍ତ ରହିବା ଓ ନିଜକୁ ଭିତରୁ ଖୁସି ରଖିବା ର ପ୍ରଭାବ ଆପଣଙ୍କ ପର୍ଶନଲ ଓ ପ୍ରଫେସନାଲ ଲାଇଫ ଉପରେ ପଡିଥାଏ l ଆସନ୍ତୁ ଜାଣିବା ମାନସିକ ସ୍ୱାସ୍ଥ୍ୟ କୁ ସୁସ୍ଥ ରଖିବା ପାଇଁ କେଉଁସବୁ କଥାକୁ ଧ୍ୟାନ ଦେବା ଜରୁରୀ l
* ମାଇଣ୍ଡ ମ୍ୟାନେଜମେଣ୍ଟ –
ମାନସିକ ସ୍ୱାସ୍ଥ୍ୟ କୁ ନେଇ ଅଧିକ ଆଲୋଚନା ହୋଇ ନଥାଏ l ଜୀବନ ର ସୁଖ-ଦୁଃଖ ମଧ୍ୟରେ ମାନସିକ ଚାପ ବଢି ଯାଇଥାଏ l ଯଦି ଆପଣ ଧ୍ୟାନ ଦେବେ ତେବେ ମେଣ୍ଟାଲ ହେଲଥ ର ସମ୍ପର୍କ ଆପଣଙ୍କ ଶାରୀରିକ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପଡିଥାଏ l
* ମାନସିକ ଉତେଜନା –
ଉଚ୍ଚ ରକ୍ତଚାପ, ମୋଟାପା ଭଳି ଅନ୍ୟ ରୋଗ ରେ ମଧ୍ୟ ମେଣ୍ଟାଲ ହେଲଥ ଉପରେ ପ୍ରଭାବ ପଡିଥାଏ l ମାନସିକ ଉତେଜନା କାରଣରୁ ବ୍ୟକ୍ତି ଅନିଦ୍ରା ର ଶିକାର ହୋଇଥାଏ , ଯାହାକି ମେଣ୍ଟାଲ ହେଲଥ ର ଗୋଟିଏ ବଡ଼ କାରଣ ଅଟେ l
* ଭଲ ମେଣ୍ଟାଲ ହେଲଥ ପାଇଁ –
ଭଲ ମାନସିକ ସ୍ୱାସ୍ଥ୍ୟ ପାଇଁ ଆପଣଙ୍କୁ ନିଜର ମାନସିକ ସ୍ୱାସ୍ଥ୍ୟର ଧ୍ୟାନ ରଖିବାକୁ ପଡିବ, ଏବଂ ବିଶେଷ ଭାବରେ ସେଥିରେ ଆପଣଙ୍କ ଦିନ ଚର୍ଯ୍ୟା ର ଗୋଟିଏ ବହୁତ ବଡ଼ ଯୋଗଦାନ ରହିଛି l
* ପର୍ଯ୍ୟାପ୍ତ ନିଦ୍ରା –
ନିଦ୍ରା ଯଦି ପୁରା ହୋଇ ନଥାଏ, ଏହାର ପ୍ରଭାବପଣଙ୍କ ମସ୍ତିଷ୍କ ଉପରେ ପଡିଥାଏ, ନିୟମିତ ୮ରୁ ୯ ଘଣ୍ଟା ନିହାତି ଶୋଇବା ଜରୁରୀ l ଶୋଇବାର ୩୦ ମିନିଟ ପୂର୍ବରୁ ମୋବାଇଲ, ଲାପଟପ ଓ ଇଲେକ୍ଟ୍ରୋନିକ୍ସ ଡିଭାଇସ ଠାରୁ ଦୁରେଇ ରୁହନ୍ତୁ l
* ମନୋରଞ୍ଜନ –
ନିଜକୁ ନିଜେ ଖୁସି ରଖିବା ଆଜିକାଲି ଗୋଟିଏ ବଡ଼ କଳା l ଯାହାକି ନିହାତି କରିବା ଜରୁରୀ l ଯେପରିକି ଫିଲ୍ମ ଦେଖିବା, ନିଜ ସାଙ୍ଗ ମାନଙ୍କ ସହିତ ସମୟ ଅତିବାହିତ କରିବା, ପୋଷା ଜୀବଜନ୍ତୁ ଙ୍କ ସହିତ ସମୟ ଅତିବାହିତ କରିବା, ସଂଗୀତ ଶୁଣିବା ଓ ସ୍ପୋର୍ଟ୍ସ ରେ ରୁଚି ରଖିଲେ ଆମେ ନିଜକୁ ଖୁସି ରଖିବାରେ ସକ୍ଷମ ହୋଇପାରିବା l
* ନିଜ କୁ ସମୟ ଦେବା –
ନିଜ ପାଇଁ ନିହାତି ସମୟ ବାହାର କରନ୍ତୁ l ଲୋକ ଙ୍କ ସହିତ ନରମ ଭାବରେ କଥା ହୁଅନ୍ତୁ l ଏବଂ ନିଜ କଥାବାର୍ତା ରେ ଥଟା ମଜା କୁ ଗୁରୁତ୍ୱ ଦିଅନ୍ତୁ l ଯିଏ ତମ ଥଟା ମଜା କୁ ସହି ପାରିବ ସେଭଳି ବ୍ୟକ୍ତି ସହିତ ମିଶନ୍ତୁ l
* ମେଡ଼ିଟେସନ –
ମେଡ଼ିଟେସନ ଦ୍ୱାରା ନିଜ ଦିନ ର ଆରମ୍ଭ କରନ୍ତୁ l ଗୋଟିଏ ଦିନରେ ୧୦ରୁ୧୫ ମିନିଟ ନିହାତି ଶାନ୍ତ ହୋଇ ବସି ଅତିବାହିତ କରନ୍ତୁ l ଏପରି କରିବା ଦ୍ୱାରା ବିଭିନ୍ନ ପ୍ରକାର ରୋଗ ନିକଟରୁ ଦୁରେଇ ରହିବେ ଓ ମାନସିକ ସ୍ୱାସ୍ଥ୍ୟ ମଧ୍ୟ ଠିକ ରହିବ l
Har Ghar Tiranga

Leave A Reply