ଫିଲ୍ମ ‘ବ୍ରହ୍ମଚାରି’ରୁ ଖ୍ୟାତି ଅର୍ଜନ କରିିଥିବା ଅଭିନେତା ଜୁନିଅର ମେହମୁଦ ଏବେ ମୃତ୍ୟୁ ସହ ଲଢ଼ୁଛନ୍ତି। ତାଙ୍କର କର୍କଟ ରୋଗ ହୋଇଥିବା ବେଳେ ସେ କର୍କଟ ରୋଗର ଚତୁର୍ଥ ପର୍ଯ୍ୟାୟରେ ପହଞ୍ଚିସାରିଥିବା ଜଣାପଡ଼ିଛି। ସୂଚନା ମିଳିଛି ଯେ, ଜୁନିଅର ମେହମୁଦ ଗତ ଦୁଇ ମାସ ଧରି ଅସୁସ୍ଥ ଥିବା ସହ ହଠାତ୍ ତାଙ୍କର ଓଜନ ହ୍ରାସ ହେବାକୁ ଲାଗିଥିଲା। ଏହା ପରେ ତାଙ୍କର ପରୀକ୍ଷା କରାଯିବାରୁ ସେ କର୍କଟ ରୋଗରେ ପୀଡ଼ିତ ଥିବା ଜଣାପଡ଼ିଥିଲା। ନଭେମ୍ବରରେ ତାଙ୍କର ରୋଗ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଏହି ସୂଚନା ତାଙ୍କର ଘନିଷ୍ଠ ବନ୍ଧୁ ସଲାମ କାଜି ଦେଇଛନ୍ତି।
ମେହମୁଦଙ୍କ ସ୍ବାସ୍ଥ୍ୟାବସ୍ଥା କଥା ଶୁଣି ତାଙ୍କର ଭଲ ବନ୍ଧୁ ଭାବେ ଜଣାଶୁଣା ହାସ୍ୟ ଅଭିନେତା ଜନି ଲିଭର ତାଙ୍କୁ ଭେଟିଥିବା ସାମ୍ନାକୁ ଆସିଛି। ଏକ ଭିଡିଓ ଏବେ ଭାଇରାଲ ହେଉଛି, ଯେଉଁଥିରେ ଜନି ତାଙ୍କ ପାଖରେ ବସି ତାଙ୍କ ସହ କଥା ହେଉଥିବା ଦେଖାଯାଇଛି।