Odisha news

ଥମୁନି ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ର ପାଇପ୍ ଚୋରି : ଦୁଇ ଆନ୍ତଃରାଜ୍ୟ ଲୁଟେରା  ଗିରଫ।

0
ଆଠଗଡ଼ ତା ୦୮-୧୨-୨୩ ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ପଞ୍ଚାୟତ ଠାରେ ଚାଲିଥିବା ମେଗା ପାନୀୟ ଜଳ ପ୍ରକଳ୍ପ ପାଇଁ ଵ୍ୟଵହାର କରାଯାଉଥିବା ପାଇପ୍ ଚୋରି ଥମିବାର ନା ନେଉ ନାହିଁ। ଏହି ପ୍ରକଳ୍ପର ଆରମ୍ଭ ଦିନ ଠାରୁ ବିଭିନ୍ନ ସ୍ଥାନରେ ଥିବା ଏହି ପାଇପ୍ ଗୁଡ଼ିକ ଚୋରି ର ଆନ୍ତଃ ରାଜ୍ୟ ଲିଙ୍କ ପୋଲିସ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି। ଗତ ଦୁଇ ବର୍ଷ ମଧ୍ୟରେ ବହୁବାର ଚୋରି   ହୋଇଥିବା ବେଳେ ସଵୁଥର ରାଜ୍ୟ ବାହାରର ଆଇଚର ଟ୍ରକ୍ ବ୍ୟବହାର ହେଉଥିବା ଦେଖିବାକୁ ମିଳୁଛି। ଗତକାଲି ଆଠଗଡ଼ ପୋଲିସ ଏକ ଆଇଚର ଟ୍ରକ୍ ରେ ୧୫ ଟି ବଡ ପାଇପ୍ ଚୋରି ହେଉଥିବା  ଖବର ପାଇ ଆଠଗଡ଼ ଥାନା ଅନ୍ତର୍ଗତ ମେଘା ଠାରେ ଗାଡ଼ି ସହିତ ଦୁଇ ଜଣ ଙ୍କୁ ଅଟକ ରଖି ପଚରାଉଚରା କରୁଥିଲେ।ଆଜି ପୋଲିସ କେସ ନଂ ୨୭୩/୨୩ ଧାରା ୩୭୯ ରେ ଉକ୍ତ ଅଟକ ଅଭିଯୁକ୍ତ ମଧ୍ୟପ୍ରଦେଶ ଛିନ୍ଦ ଓ୍ବାଡା ଜିଲ୍ଲା ପାନଧୁରନା ଥାନା ର ସୁଧାକର ଭାଡେ ଙ୍କ ପୁଅ ମଙ୍ଗେଶ ଭାଡେ (୩୧) ଏବଂ ରାମକୃଷ୍ଣ ପାଡରକଲ ଙ୍କ ପୁଅ ହୀରାଲାର ପାଡକଲ (୩୦) ଙ୍କୁ କୋର୍ଟ ଚାଲାଣ କରିଛି।ଗତ ଆଠ ଦିନ ମଧ୍ୟରେ ଏହା ଦ୍ଵିତୀୟ ଘଟଣା ହୋଇ ଥିବା ବେଳେ ଏଥିରେ ସ୍ଥାନୀୟ ଲୋକଙ୍କ ସଂପୃକ୍ତି ସହିତ ଠିକା କମ୍ପାନୀ ର ଅସାଧୁ କର୍ମଚାରୀ ଙ୍କ ସଂପୃକ୍ତି ଥିବା ଅଭିଯୋଗ ହେଉଛି। ମେଗା ପାନୀୟ ଜଳ ପ୍ରକଳ୍ପ ପାଇଁ ଵ୍ୟଵହାର କରାଯାଉଥିବା ପାଇପ୍ ଗୁଡ଼ିକ ବିଭିନ୍ନ ସ୍ଥାନରେ ବିକ୍ଷିପ୍ତ ଭାବରେ ପଡ଼ି ଥିବା ରୁ ଲୁଟେରା ମାନଙ୍କ ପାଇଁ ଏହା ସୁଯୋଗ ସୃଷ୍ଟି କରୁଛି। ପୋଲିସ ଏଭଳି ଦଲାଲ ମାନଙ୍କ ସହିତ ଅସାଧୁ କର୍ମଚାରୀ ମାନଙ୍କୁ ଚିହ୍ନଟ କରି ତଦନ୍ତ ପରିସରଭୁକ୍ତ କଲେ ଆଗକୁ ଅନେକ ରହସ୍ୟ ପଦାକୁ ଆସିବା ସହିତ ଚୋରି ଉପରେ ରୋକ୍ ଲାଗିପାରିଵ ବୋଲି ସାଧାରଣରେ ଆଲୋଚନା ହେଉଛି।
Nalco

Leave A Reply