Odisha news

ମୌନି ଅମାବାସ୍ୟାରେ ମହାକୁଂଭ ରେ କାହିଁକି ୩ଟି ବୁଡ଼ ପକାଇବାର ବିଧି ରହିଛି

0

ପ୍ରୟାଗରାଜ ରେ ମହାକୁମ୍ଭ ୨୦୨୫ ଖୁବ ଚର୍ଚାରେ ରହି ଆସୁଛି, ହିନ୍ଦୁ ସଂସ୍କୃତି ଅନୁସାରେ ୧୪୪ ବର୍ଷ ପରେ ଶୁଭ ସଂଯୋଗ ଘଟିଛି, ଏହି ମହାକୁଂଭ ୪୫ ଦିନ ପର୍ଯ୍ୟନ୍ତ ଚାଲିବ, ସଙ୍ଗମ ସେହି ୩ଟି ନଦୀର ମିଲ୍ନ ଅଟେ ଯେଉଁଠି ଗଙ୍ଗା, ଯମୁନା ଓ ସରସ୍ବତୀ ମିଳିତ ହୋଇଛନ୍ତି, ହିନ୍ଦୁ ଧର୍ମରେ ଏହା ଗୋଟିଏ ପବିତ୍ର ସ୍ଥଳ ଅଟେ, ଏବଂ ମହାକୁମ୍ଭ ସମୟ ରେ ସଙ୍ଗମ ରେ ସ୍ନାନ କରିବାର ଅନେକ ମହତ୍ୱ ରହିଥାଏ l ଏହାଦ୍ୱାରା ବ୍ୟକ୍ତି ଜୀବନ ର ସମସ୍ତ ପାପ ଧୋଇ ହୋଇଯାଏ ବୋଲି ମାନ୍ୟତା ରହିଛି l

ସଙ୍ଗମ ରେ ବୁଡ଼ ପକାଇବାର କଣ ରହିଛି ବିଧି –
– ସର୍ବ ପ୍ରଥମେ ବ୍ୟକ୍ତି କୁ ମନ , ବାଣୀ ଓ ଶରୀର କୁ ପବିତ୍ର କରିବାର ସଂକଳ୍ପ କରିବା ଆବଶ୍ୟକ l
– ଏହାପରେ ଶ୍ରଦ୍ଧାଳୁ ମାନେ ସଙ୍ଗମ ର ପବିତ୍ର ନଦୀ ଗୁଡିକ ଗଙ୍ଗା, ଯମୁନା ଓ ସରସ୍ବତୀ ଙ୍କୁ ଧ୍ୟାନ କରି ପବିତ୍ର ଜଳରେ ପ୍ରବେଶ କରନ୍ତୁ l
– ଏହି ବୁଡ଼ ପକାଇବାର ପଛରେ ଧାର୍ମିକ ମାନ୍ୟତା ରହିଛି, ଏହାଛଡା ବ୍ୟକ୍ତିକୁ ପାପରୁ ମୁକ୍ତି ଏବଂ ପରିବାର ର ସମୃଦ୍ଧି ମିଳିଥାଏ l

ସଙ୍ଗମ ରେ ରହିଛି କେତେ ପ୍ରକାରର ବୁଡ଼ –
ସଙ୍ଗମ ରେ ତିନିପ୍ରକାରର ବୁଡ଼ ପକା ଯାଇଥାଏ,
– ପ୍ରଥମ ବୁଡ଼ – ସଙ୍ଗମ ରେ ପ୍ରଥମ ବୁଡ଼ ବ୍ୟକ୍ତି ନିଜ ପାଇଁ ପକାଇଥାଏ, ଯାହା ତାଙ୍କୁ ଜୀବନ ରେ ପାପରୁ ମୁକ୍ତି ଦେଇଥାଏ l
– ଦ୍ଵିତୀୟ ବୁଡ଼ – ବ୍ୟକ୍ତି ଦ୍ଵିତୀୟ ବୁଡ଼ ନିଜ ପିତୃ ପୁରୁଷ ଙ୍କ ଆତ୍ମାର ଶାନ୍ତି ପାଇଁ ପକାଏ, ଯାହାଦ୍ୱାରା ସେ ନିଜ ପିତୃ ପୁରୁଷ ଙ୍କ ଆଶୀର୍ବାଦ ପ୍ରାପ୍ତି କରେ l
– ତୃତୀୟ ବୁଡ଼ – ତୃତୀୟ ବୁଡ଼ ବ୍ୟକ୍ତି ନିଜ ପରିବାରର କଲ୍ୟାଣ ପାଇଁ ପକାଏ, ଯାହା ତାର ପରିବାର କୁ ସମସ୍ତ କଷ୍ଟରୁ ମୁକ୍ତି ଦେଇଥାଏ l

Leave A Reply