Odisha news

ମୌନି ଅମାବାସ୍ୟା ୨୦୨୫ : ଏହିଦିନ କାହାର ପୂଜା କରାଯାଇ ଥାଏ ଏବଂ କଣ ରହିଛି ମହତ୍ୱ

0

ହିନ୍ଦୁ ଧର୍ମରେ ଅମାବାସ୍ୟା ତିଥି ଖୁବ ଗୁରୁତ୍ୱପୂର୍ଣ ଅଟେ, ଓ ଧର୍ମ ଗ୍ରନ୍ଥ ରେ ଚନ୍ଦ୍ରମା ଷୋଳ କଳା ର ମା ବୋଲି କୁହାଯାଇଥାଏ, ଅମାବାସ୍ୟା ରେ ଚନ୍ଦ୍ରମା ଙ୍କ ୧୬ କଳା ତାଙ୍କ ମଧ୍ୟରେ ସାମିଲ ରହିଥାଏ, ଏହିଦିନ ପିତୃପୁରୁଷ ଓ ପିପଲ ବୃକ୍ଷର ପୂଜା କରିବାର ବିଧାନ ରହିଛି, ମାନ୍ୟତା ରହିଛି ଯେ ସମସ୍ତ କଷ୍ଟ ଦୂର ହୋଇଯାଇ ଥାଏ l

ପ୍ରତ୍ୟେକ ମାସରେ ଗୋଟିଏ ଅମାବାସ୍ୟା ପଡିଥାଏ, ଏହି ମଧ୍ୟରୁ ଶନି ଅମାବାସ୍ୟା ଓ ସୋମବତୀ ଖୁବ ମହତ୍ଵପୁର୍ଣ ଅଟେ, ପଞ୍ଚାଙ୍ଗ ଅନୁସାରେ ଚଳିତ ବର୍ଷ ଦୁଇଟି ଶନି ଅମାବାସ୍ୟା ଓ ଗୋଟିଏ ସୋମ ବତୀ ଅମାବାସ୍ୟା ପଡିବ, ହିନ୍ଦୁ ନୂତନ ବର୍ଷ ଆସିବାକୁ ଆଉ ଖୁବ ସମୟ ରହିଛି, ହିନ୍ଦୁ ଧର୍ମ ରେ ଅମାବାସ୍ୟା ତିଥି ର ବିଶେଷ ମହତ୍ୱ ରହିଛି ଓ ବର୍ଷସାରା ୧୨ ଟି ଅମାବାସ୍ୟା ରହିଥାଏ l

ଅମାବାସ୍ୟା ରେ କାହାର ପୂଜା କରିବା ଜରୁରୀ –
ଅମାବାସ୍ୟା ତିଥି କୃଷ୍ଣପକ୍ଷ ର ଶେଷ ତିଥି ହୋଇଥାଏ, ଏବଂ ଏହିଦିନ ଆକାଶରେ ଚନ୍ଦ୍ର ଦେଖାଯାଇ ନ ଥାଏ, ଧାର୍ମିକ ମାନ୍ୟତା ଅନୁସାରେ ଅମାବାସ୍ୟା ଦିନ ପିତୃ ପୁରୁଷ ଙ୍କ ପୂଜା ସହିତ ଭଗବାନ ଙ୍କ ପୂଜା କରାଯାଇ ଥାଏ, ଏହାଛଡା ଭଗବାନ ଶିବ ଙ୍କ ସହିତ ମାତା ଲକ୍ଷ୍ମୀ ଙ୍କୁ ମଧ୍ୟ ପୂଜା କରାଯାଏ, ଏହି ଅମାବାସ୍ୟା ରେ ଅନ୍ନ, ବସ୍ତ୍ର, ଧନ ର ଦାନ କରାଯାଇ ଥାଏ, ଯାହା ପରିବାରର ସୁଖ-ସମୃଦ୍ଧି ଓ ଶାନ୍ତି ପାଇଁ ଅନୁକୂଳ ଅଟେ l

ଅମାବାସ୍ୟାର ବୈଜ୍ଞାନିକ ମହତ୍ୱ କଣ ରହିଛି –
ବୈଜ୍ଞାନିକ ଦୃଷ୍ଟି କୋଣରୁ ଅମାବାସ୍ୟା ରେ ଚନ୍ଦ୍ରମା , ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ ରହିଥାଏ, ଯେଉଁ କାରଣରୁ ଚନ୍ଦ୍ରମା ଦେଖାଯାଇ ନଥାଏ, ଓ ପୃଥିବୀ ଉପରେ ଚନ୍ଦ୍ରମା ର ଗୁରୁତ୍ୱକର୍ଷଣ ର ପ୍ରଭାବ ଅଧିକ ରହିଥାଏ, ଏହିଦିନ ଜପ-ତପ , ପୂଜା-ପାଠ କିମ୍ବା ପିତୃ ପୁରୁଷ ଙ୍କ ନାମରେ ଦାନ କରିବାର ମହତ୍ୱ ମଧ୍ୟ ରହିଛି l

Leave A Reply