Odisha news

ସ୍ମୃତିରେ ଦେଶର ପୂର୍ବ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ : ସରିଲା ଲାଇସେନ୍ସ ରାଜ, ୧୯୯୧ ର କଣ ଥିଲା ସେହି ଐତିହାସିକ ବଜେଟ

0

ଦେଶର ପୂର୍ବ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ ଙ୍କ ଗୁରୁବାର ଡିସେମ୍ବର ୨୬ ତାରିଖରେ ଦିଲ୍ଲୀ ସ୍ଥିତ ଏମ୍ସ ଡାକ୍ତରଖାନା ରେ ନିଧନ ହୋଇଯାଇଛି l ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା, ବାର୍ଦ୍ଧକ୍ୟ ଜନିତ ରୋଗରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ l ଦେଶ ୯୦ ଦଶକ ରେ ବଡ଼ ଆର୍ଥିକ ସଙ୍କଟ ଦେଇ ଯାଉଥିଲା ସେତେବେଳେ ସେ ଅର୍ଥ ମନ୍ତ୍ରୀ ଭାବରେ ଏଭଳି ନିଷ୍ପତି ନେଇଥିଲେ ଯାହାକି ଭାରତର ଅର୍ଥନୀତି କୁ ସମ୍ପୂର୍ଣ ବଦଳାଇ ଦେଇଥିଲା l

ସରିଲା ଲାଇସେନ୍ସ ରାଜ …
ଦିବଂଗତ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ୧୯୯୧ ରେ ଅର୍ଥ ମନ୍ତ୍ରୀ ଥିବା ସମୟ ରେ ଏଭଳି ନୀତି ପ୍ରସ୍ତୁତ କରିଥିଲେ ଯାହାକି ଦେଶର ଆର୍ଥିକ ସ୍ଥିତି ପାଇଁ ମାଇଲ ଖୁଣ୍ଟ ସାବ୍ୟସ୍ତ ହୋଇଥିଲା, ଏହି ନୀତି ଦ୍ୱାରା ଲାଇସେନ୍ସ ରାଜ ସମାପ୍ତ ହୋଇଯାଇ ଥିଲା, ଅର୍ଥବ୍ୟବସ୍ଥା କୁ ବିଦେଶୀ ନିବେଶ ପାଇଁ ରାସ୍ତା ଖୋଲି ଦେଇଥିଲା, ଏବଂ ଗ୍ଲୋବାଲlଇଯେସନ , ପ୍ରାଇଭେଟାଇଜେସନ ଓ ଉଦାରୀକରଣ ଗୋଟିଏ ଏଭଳି ଯୁଗ ଆରମ୍ଭ ହୋଇଥିଲା ଯାହାକି ଦେଶର ଦିଗ କୁ ସବୁଦିନ ପାଇଁ ପରିବର୍ତ୍ତନ କରିଦେଲା l ୧୯୯୧ ରେ ବିତମନ୍ତ୍ରୀ ଥିବା ସମୟ ରେ ଦେଶକୁ ଏଭଳି ଆର୍ଥିକ ସଙ୍କଟ ରୁ ବାହାର କରିଥିଲେ ଯାହା ସବୁଦିନ ପାଇଁ ସ୍ମରଣୀୟ l

ଏହା ଏଭଳି ସ୍ଥିତି ଥିଲା ଯେବେକି ବିଦେଶୀ ମୁଦ୍ରା ଭଣ୍ଡାର ସମାପ୍ତ ହୋଇଯାଇ ଥିଲା, ଦେଶରେ ମହଂଗା ଆୟତ୍ତ ବାହାରେ ହୋଇଯାଇ ଥିଲା, ସେତେବେଳେ ଦେଶରେ ନରସିଂହା ରାଓ ସରକାର ଥିଲେ, ଏବଂ ଆର୍ଥିକ ସଙ୍କଟ ମଧ୍ୟରେ ଭାରତୀୟ କରେନସି କ୍ରାସଁ ହୋଇଗଲା, ଗଲ୍ଫ ୱାର କାରଣରୁ କଞ୍ଚା ତୈଳ ଦର ଆକାଶଛୁଆଁ ହୋଇଯାଇଥିଲା, ଏପରି ସ୍ଥିତିରେ ତତକାଳୀନ ଅର୍ଥମନ୍ତ୍ରୀ ଡକ୍ଟର ମନମୋହନ ସିଂହ  ଦେଶର ୨୨ ତମ ଅର୍ଥମନ୍ତ୍ରୀ ଭାବରେ ନିଜର ପ୍ରଥମ ବଜେଟ ଭାଷଣ ଜୁଲାଇ ୨୪ ,୧୯୯୧ ରେ  ଦେଇଥିଲେ, ଏବଂ ଏହି ବଜେଟ ଭାରତର ଅର୍ଥନୀତି କୁ ବଦଳାଇ ଦେଇଥିଲା, ଏଥିରେ ବିଶେଷ ଭାବରେ କର୍ପୋରେଟ ଟ୍ୟାକ୍ସ କୁ ୫ ପଏଣ୍ଟ ବଢ଼ାଇ ୪୫ % କରିଦେଇଥିଲେ l ଏହି ବଜେଟ ରେ ମୁଚୁଆଲ ଫଣ୍ଡ କୁ ପ୍ରାଇଭେଟ ସେକ୍ଟର ରେ ଭାଗିଦାରୀ କରାଗଲା l  ସମ୍ପୂର୍ଣ ଭାବରେ କହିବାକୁ ଗଲେ ମନମୋହନ ସିଂହ ଙ୍କ ଏହି ନୀତି ଇଣ୍ଡିଆନ ଇକୋନୋମି କୁ ବଦଳାଇ ଦେଇଥିଲା l

Leave A Reply