Odisha news

ମାହାଙ୍ଗା ବ୍ଲକରେ କିରୋସିନି ବଂଟନ ଓ ବିକି୍ରରେ ଅନୀୟମିତତା ଅଭିଯୋଗ : ତଦନ୍ତ ଦାବି

0

ମାହାଙ୍ଗା ୨୬ା୮ : କୋଭିଡ୍ ସମୟରେ ମାହାଙ୍ଗା ଅଂଚଳରେ ଡିଲରମାନେ କିଭଳି କିରୋସିନି ବଂଟନ ସମୟରେ ଖାଉଟିମାନଙ୍କୁ ଠକୁଥିବା ଅଭିଯୋଗ ହେବା ପରେ ବର୍ତମାନ ସରକାରୀ ଧାର୍ଯ୍ୟ ମୂଲ୍ୟଠାରୁ କିରୋସିନି ଲିଟର ପିଛା ୧ ଟଙ୍କାରୁ ୫ ଟଙ୍କା ପର୍ଯ୍ୟନ୍ତ ଡିଲରମାନେ ଅଧିକା ଦରରେ କିରୋସିନି ବିକି୍ର କରୁଥିବା ନେଇ ସାଧାରଣରେ ଅଭିଯୋଗ ହେଉଛି ।

ଏହି ଅଧିକ ଅର୍ଥ କାହା ପକେଟକୁ ଯାଉଛି । ସୂଚନାରୁ ଜଣାପଡିଛି ଯେ ସୂଚନା ତଥ୍ୟ ନଂ ୧୨୦, ତା. ୬.୭.୨୦୨୦ ରିଖରେ ମାହାଙ୍ଗା ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ଦର୍ଶାଯାଇଥିଲା ଯେ ଏପ୍ରିଲ ମାସରେ କିରୋସିନି ଲିଟର ପିଛା ଦର ୨୫ ଟଙ୍କା , ମେ ମାସରେ କିରୋସିନି ଲିଟର ପିଛା ନିର୍ଦ୍ଧାରିତ ଦର ୧୩.୧୪ ପଇସା ଓ ଜୁନ୍ ମାସରେ କିରୋସିନି ଲିଟର ପିଛା ନିର୍ଦ୍ଧାରିତ ଦର୧୪.୬୬ ପଇସା ଡିଲରମାନେ ନେବେ । ଏପି୍ରଲ ମାସରେ ଡିଲରମାନେ କାର୍ଡ ପିଛା ୧.୮୫୦ ମିଲି. ଲିଟର କିରୋସିନି ବଂଟନ କରିବେ । ହେଲେ ମାହାଙ୍ଗା ବ୍ଲକରେ ଅଧିକାଂଶ ଡିଲର ୧.୫୦୦ ମିଲି ତେଲ ବଂଟନ କରିଥିବା ବେଳେ ଅବଶିଷ୍ଟ ୩୫୦ ମିଲି ତେଲ ହଡପ କରିଥିଲେ ।

ସେହିପରି ମେ ଓ ଜୁନ୍ ମାସରେ ୧.୭୨୭ ମିଲି.ଲି. ତେଲ କାର୍ଡ ପିଛା ବଂଟନ କରିବାକୁ ଆସିଥଲା ବେଳେ ସରକାରୀ ଦର ମେ ମାସରେ ୧୩.୧୪ ପଇସା ଥିଲା ବେଳେ କେତେକ ଡିଲର ଲିଟର ପିଛା ୨୫ ଟଙ୍କାରେ ବିକ୍ରୟ କରିଥିଲେ । ସୂଚନାରୁ ଜଣାପଡିଛି ଯେ ଡିଲରମାନେ କିରୋସିନ ଖର୍ଚ୍ଚ ପ୍ରତି ଲିଟର ପାଇଁ ୫ କି.ମି. ଦୂରତା ପର୍ଯ୍ୟନ୍ତ ପରିବହନ ଖର୍ଚ୍ଚ ୨୯ ପଇସା . ୫ କି.ମି. ରୁ ୨୦ କି.ମି. ଦୂରତା ପର୍ଯ୍ୟନ୍ତ ୩୫ ପଇସା ଓ ୨୦ କି.ମି.ରୁ ୫୦ କି.ମି. ପର୍ଯ୍ୟନ୍ତ ୪୩ ପଇସା ସରକାର ଧାର୍ଯ୍ୟ କରିଥିଲା ବେଳେ ପାଇକାରୀ ଦର ସହିତ ଖୁଚୁରା ବିକ୍ରେତାମାନେ ପରିଚାଳନା ବାବଦରେ ଖର୍ଚ୍ଚ ଲିଟର ପିଛା ୭୨ ପଇସା ନେଇଥାଆନ୍ତି ।

ବର୍ତ୍ତମାନ ଦେଖାଯାଉଛି ଯେ ଡିଲରମାନେ ନିଜ ପଏଣ୍ଟରେ କଂଟ୍ରୋଲ ସାମଗ୍ରୀର ଦରର ଚାର୍ଟ ଟାଙ୍ଗୁନଥିଲା ବେଳେ ଗତ ମାସରେ କିରୋସିନି ଲିଟର ପିଛା ମୂଲ୍ୟ କେତେକ ଡିଲର ୨୬ ଟଙ୍କା ନେଇଥିଲା ବେଳେ ଅନ୍ୟମାନେ ୨୬ ରୁ ୩୦ ଟଙ୍କା ପର୍ଯ୍ୟନ୍ତ ନେଇଥିବା ସାଧାରଣରେ ଅଭିଯୋଗ ହୋଇଛି । ଏ ସଂପର୍କରେ କେତେକ ଡିଲରଙ୍କ ସହିତ ଯୋଗାଯୋଗ କରିବାରୁ ସେମାନେ ସୂଚନା ଦେଇଥିଲେ ଯେ ତେଲ ଆଣିବା ପାଇଁ

Leave A Reply