ମାହାଙ୍ଗା : ଆଜି ମାହାଙ୍ଗା ଥାନା କାର୍ଯ୍ୟାଳୟ ପରିସରରେ ସାଲେପୁର ଏସ୍ଡିପିଓ ନିମାଇଁ ସେଠୀ ଚୋରା ବାଇକ ରାକେଟ ପର୍ଦ୍ଦାଫାସ୍ କରିଛନ୍ତି । ଏସମ୍ପର୍କରେ ସେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ପୋଲିସ୍ ତିନିଜଣ ଚୋରା ବାଇକ୍ ଲୁଟେରାଙ୍କୁ ଗିରଫ୍ କରିବା ସହିତ ସେମାନଙ୍କ ଠାରୁ ୮ଟି ଚୋରା ବାଇକ୍ ଜବତ୍ କରିବାରେ ସଫଳ ହୋଇଛି ।
ବାଲିଚନ୍ଦ୍ରପୁର ଥାନା ଗଜେନ୍ଦ୍ରପୁର ଗ୍ରାମର ସୁନାକର ବେହେରା ଓରଫ୍ କାଳିଆ, ଟାଙ୍ଗୀଥାନା ବିରଳ ଗାଁର ଭକ୍ତ ଚରଣ ରାଉଳ ଓରଫ୍ ପପୁଙ୍କୁ ପୋଲିସ୍ ପ୍ରଥମେ ଗିରଫ୍ କରିବା ପରେ ସେମାନଙ୍କ ସୂଚନା ଆଧାରରେ ଘସିପୁରା ଥାନା କଣାସ ଗାଁରୁ ଚୋରା ବାଇକ୍ ରାକେଟ ମାଷ୍ଟର ମାଇଣ୍ଡ ସୁବ୍ରତ ବେହେରା ଓରଫ ମଣ୍ଟୁର ଘର ଉପରେ ଚଢାଉ କରି ୭ଟି ହିରୋ, ଏବଂ ହୋଣ୍ଡଶ କମ୍ପାନୀର ବାଇକ୍ ଜବତ୍ କରିବାରେ ପୋଲିସ୍ ସଫଳ ହୋଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ମାହାଙ୍ଗା ଆଇଆଇସି ରଞ୍ଜନ ପ୍ରଧାନ, ଫାଣ୍ଡି ଅଧିକାରୀ ଜଗନ୍ନାଥ ପାଣିଗ୍ରାହୀ ଉପସ୍ଥିତ ରହିଥିଲେ ।