Odisha news

ରତନପୁର ଠାରେ ପାନୀୟ ଜଳ ପ୍ରକଳ୍ପ ଲୋକାର୍ପଣ କଲେ ମନ୍ତ୍ରୀ 

0
ମହାକାଳପଡ଼ା : କେନ୍ଦ୍ର ସରକାରଙ୍କ” ହର ଘର ଜଳ “କାର୍ଯ୍ୟକ୍ରମ ଯୋଗେ କେନ୍ଦ୍ରାପଡା ଜିଲ୍ଲା  ମହାକାଳପଡ଼ା ନିର୍ବାଚନ ମଣ୍ଡଳୀସ୍ଥ ମାର୍ଶାଘାଈ ବ୍ଲକ ଅଧୀନ ମଙ୍ଗରାଜ ପୁର ପଂଚାୟତ ଅନ୍ତର୍ଗତ ରତନପୁର ଗ୍ରାମରେ ଜଳ ଜୀବିକା ମିଶନ ଯୋଗେ ବସୁଧା ଯୋଜନାରେ ଅବସ୍ଥାପିତ ପାନୀୟ ଜଳ ପ୍ରକଳ୍ପ  ସୋମବାର ଲୋକାର୍ପିତ ହୋଇଯାଇଛି l ଲୋକାର୍ପଣ ଉତ୍ସବ ରେ ଗ୍ରାମ୍ୟ ଉନ୍ନୟନ ପଂଚାୟତି ରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବିନାରାୟଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ୫୦, ୦୦୦ଲିଟର ଉଚ୍ଚ ପାଣି ଟାଙ୍କି ର ଲୋକାର୍ପଣ କରିଛନ୍ତି l ସହଯୋଗୀ ଭାବେ ସ୍ଥାନୀୟ  ବିଧାୟକ ଦୁର୍ଗା ପ୍ରସନ୍ନ ନାୟକ ଉପସ୍ଥିତ  ଅଞ୍ଚଳ ବାସୀଙ୍କ ସୁବିଧା ନେଇ ଖୁସି ବ୍ୟକ୍ତ କରିଛନ୍ତି l ପରେ ପରେ ଆୟୋଜିତ ସଭାରେ ଯୋଗ ଦେଇ ବିଳମ୍ବିତ ପ୍ରହର ପର୍ଯ୍ୟନ୍ତ ଉପସ୍ଥିତ ଜନତାଙ୍କୁ ଉଦବୋଧନ ଦେଇଥିଲେ l   ଡବଲ ଇଂଜିନ ସରକାର କିଭଳି ସାଧାରଣ ଜନତା ଙ୍କ ପାଇଁ ଉତ୍ସର୍ଗୀକୃତ ଓ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟ ବଳରେ ଆଗକୁ ବେଶ ଜନାଦୃତ ହେବ ବୋଲି ମଂଚାସୀନ ଅତିଥି ମାନେ ମତ ରଖିଥିଲେ l ପ୍ରସଙ୍ଗ କ୍ରମେ ମନ୍ତ୍ରୀ ଶ୍ରୀନାୟକ ମହାକାଳପଡ଼ା ବିଧାୟକ ଙ୍କୁ କେନ୍ଦ୍ରାପଡ଼ା ଭାଜପା ପାଇଁ “ଏକୋଇର ବଳା ବିସିକେଶନ” ବୋଲି ସମ୍ବୋଧନ କରିଥିଲେ l  ଏଥି ପାଇଁ ଖାଲି ମହାକାଳପଡ଼ା ନୁହେଁ ସମୁଦାୟ କେନ୍ଦ୍ରାପଡ଼ା ର ଉନ୍ନତି  ଘଟିବ ବୋଲି ମତ ରଖିଥିଲେ ମନ୍ତ୍ରୀ l  ଆହୁରି ମଧ୍ୟ ବିଧାୟକ ଶ୍ରୀ ନାୟକ ମୋର ମା, ଭଉଣୀ ଓ ମାଉସୀଙ୍କୁ ନିର୍ବାଚନ  ସମୟରେ ଦେଇଥିବା  ପ୍ରତିଶୃତି କୁ ପର୍ଯ୍ୟାୟ କ୍ରମେ ପାଳନ କରିବେ ବୋଲି  ଦୃଢୋକ୍ତି ରଖିଥିଲେ l  ମୁଖ୍ୟ ଅତିଥି ଓ ବିଧାୟକ ଙ୍କ ସହିତ ମଞ୍ଚାରେ ସରୋଜ କାନ୍ତ ସାହୁ, ସଂଜୟ କୁମାର ରଥ, ଅମିତାଭ ସୁଆର, ପ୍ରଶାନ୍ତ ସେଠୀ, ବିକ୍ରମ କେଶରୀ ରାଉତ,କଳ୍ପତରୁ ବେହେରା, ସରୋଜ କାନ୍ତ ସ୍ୱାଇଁ ଙ୍କ ସମେତଭାଜପା ର ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ l ଏତଦ ବ୍ୟତୀତ ପାନୀୟ ଜଳ ଯୋଗାଣ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ବସନ୍ତ ନାୟକ, ସହକାରୀ ଯନ୍ତ୍ରୀ ବସନ୍ତ ସେଠୀ ଓ ସ୍ଥାନୀୟ କନିଷ୍ଠ ଯନ୍ତ୍ରୀ ରାଜେନ୍ଦ୍ର ସିଂ ମଧ୍ୟ ଲୋକାର୍ପଣ ସ୍ଥଳୀରେ ଉପସ୍ଥିତ ଥିଲେ l

Leave A Reply