Odisha news

ଭାରସାମ୍ୟ ହରାଇ ଓମ୍ଫେଡ଼୍ ଟ୍ୟାଙ୍କଲର କେନାଲ୍ ଭିତରକୁ ଖସିପଡ଼ିଲା , ତା ପରେ ….

0

ମହାକାଳପଡ଼ା ୪/୭ :  ମହାକାଳପଡ଼ା ବ୍ଲକ ବାୟାବାବା କଲେଜଛକ ନିକଟରେ ଆଜି ଓମ୍ଫେଡ଼୍ର ଏକ ଟ୍ୟାଙ୍କଲର ଭାରସାମ୍ୟ ହରାଇ ଜମ୍ବୁ କେନାଲ୍ ଭିତରକୁ ଖସିପଡ଼ିଛି । ଏହି ଟ୍ୟାଙ୍କଲରରେ ପ୍ରାୟ ୨୨୭୬ ଲିଟର କ୍ଷୀର ଥିଲା । ଟ୍ୟାଙ୍କଲରଟି ମଙ୍ଗଳପୁର ଓ କିଆରବାଙ୍କ ସେଂଟରରୁ ଖିର ଆଣି କେନ୍ଦ୍ରାପଡ଼ାର ଦୁହୁରିଆ ନିକଟସ୍ଥ ଓମ୍ଫେଡ଼୍କୁ ନେଇ ଯାଉଥିଲା ।

ଦିନ ପ୍ରାୟ ୨ଟା ବେଳେ କିଆରବାଙ୍କରୁ ଏହି ଟ୍ୟାଙ୍କଲର କେନ୍ଦ୍ରାପଡ଼ା ଯାଉଥିବା ବେଳେ କଲେଜଛକ ନିକଟରେ ମହାକାଳପଡ଼ା କଲେଜପଟୁ ଏକ ବୋଲେରୋ ଆସୁଥିଲା । ଗାଡ଼ିଟି ବୋଲେରୋ ଆସୁଥିବା ଦେଖି ଦୁର୍ଘଟଣା ହେବା ଆଶଙ୍କା କରି ଗାଡ଼ିକୁ ନିରାପଦ ସ୍ଥାନକୁ ନେବା ବେଳେ ଗାଡ଼ିଟି ଭାରସାମ୍ୟ ହରାଇଥିଲା । ଯାହା ପାଇଁ ଜମ୍ବୁ – ମାର୍ଶାଘାଇ କେନାଲ୍ ଭିତରକୁ ଖସିପଡ଼ିଥିଲା । ଖିର ବୋଝେଇ ଟ୍ୟାଙ୍କଲର ହୋଇଥିବାରୁ ଏହା ଭାରସାମ୍ୟ ରକ୍ଷା କରିପାରିନଥିଲା ।

ଏହି ଖବର ବିଦୁ୍ୟତ୍ ବେଗରେ ପ୍ରଚାରିତ ହେବା ପରେ କିଛି ଲୋକ ଦୁର୍ଘଟଣା ଗ୍ରସ୍ତ ଟ୍ୟାଙ୍କଲରରୁ ଖିର ବୋହିବା ଆରମ୍ଭ କରିଦେଇଥିଲେ । ପରେ ଓମ୍ଫେଡ଼୍ର ଉଚ୍ଚପଦାଧିକାରୀ ଓ ମହାକାଳପଡ଼ା ପୋଲିସ୍ର ଏକ ସ୍ୱତନ୍ତ୍ର ଟିମ୍ ଦୁର୍ଘଟଣା ଗ୍ରସ୍ତ ଗାଡ଼ିଟି ପାଖରେ ପହଂଚି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି । ଏଣେ ଗାଡ଼ିକୁ ଉଠାଇବା ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି । ଦୁର୍ଘଟଣାରେ ଉଭୟ ଗାଡ଼ି ଡ୍ରାଇଭର ଜେ ଆର ମହାନ୍ତି ଓ ହେଲପର ଦୀପକ ବାରିକ ଆହାତ ହୋଇଥିବା ଜଣାପଡ଼ିଛି । ତେବେ ମହାକାଳପଡ଼ା କଲେଜ ଛକ ନିକଟରେ ହୋଇଥିବା ପୋଲ ନିକଟରେ ତିନିପଟରୁ ସଂଯୋଗ କରୁଥିବା ଏହି ଛକକୁ ପ୍ରଶସ୍ତିକରଣ କରିବା ପାଇଁ ଦାବି ଯୋର ଧରିଛି । ବିଭିନ୍ନ ସମୟରେ ମଧ୍ୟ ଗୋଟିଏ ଗାଡ଼ି ଯିବା ବେଳେ ଆଉ ଗୋଟିଏ ଗାଡ଼ି ଅନ୍ୟ ଦିଗରୁ ଆସିବା ବେଳେ ଏହିଭଳି ଅବସ୍ଥା ଉପୁଜୁଛି ।

Leave A Reply