Odisha news

ଆଜି ହେଉଛି ଶ୍ରାବଣମାସର ପ୍ରଥମ ସୋମବାର : ମହାଦେବଙ୍କୁ ଅର୍ପଣ କରନ୍ତୁ ଏହି ୩ଟି ଦିବ୍ୟ ବସ୍ତୁ, ପୂର୍ଣ ହେବ ସମସ୍ତ ମନୋସ୍କାମନା

0

ଆଜି ହେଉଛି ଜୁଲାଇ ୨୨ ତାରିଖ ଏବଂ ଆଜିର ଦିନରୁ ଆରମ୍ଭ ହେଉଛି କାଉଡିଆ ଯାତ୍ରା l ମାନ୍ୟତା ରହିଛି ଯେ ଯେଉଁ ବ୍ୟକ୍ତି ଶ୍ରାବଣମାସ ସୋମବାର ରେ ମହାଦେବଙ୍କ ନିକଟରେ ବ୍ରତ ରଖି ଥାଆନ୍ତି ସେମାନଙ୍କର ସମସ୍ତ ମନସ୍କାମନା ପୁର୍ଣ ହୋଇଥାଏ l ସବୁମାସ ଅପେକ୍ଷା ଶ୍ରାବଣ ମାସ ସୋମବାର ରେ ଶିବଲିଙ୍ଗ ରେ ଜଳାଭିଷେକ କରିବାର ରହିଛି ଅନେକ ମହତ୍ୱ l ଆଜିର ଦିନରେ ବିଶେଷ ଦୁଗ୍ଧ, ଦହି , ମହୁ , ଘୃତ, ଗଙ୍ଗାଜଳ ରେ ଅଭିଷେକ କରାଯାଇ ଥାଏ ମହାଦେବ ଙ୍କ କୃପା ଲାଭ କରିବା ପାଇଁ l

ଶ୍ରାବଣ ସୋମବାର ରେ ଜଳ ଅଭିଷେକ କରିବାର ମଧ୍ୟ ରହିଛି ଅନେକ ମାହାତ୍ମ୍ୟ, ମାନ୍ୟତା ରହିଛି ଯେ ସମୁଦ୍ର ମନ୍ଥନ ସମୟ ରେ ଯେଉଁ ବିଷ ଉତ୍ପନ୍ନ ହୋଇଥିଲା ତାହାକୁ ମହାଦେବ ସେବନ କରିଥିଲେ ଏବଂ ସେତେବେଳେ ମହାଦେବ ଙ୍କ ଗଳା ନୀଳ ପଡି ଯାଇଥିଲା l ଏବଂ ସେତେବେଳେ ଶୀତଲତା ଲାଭ କରିବା ପାଇଁ ଏବଂ ବିଷ ର ଉଷ୍ଣତା କୁ ହ୍ରାସ କରିବା ପାଇଁ ସମସ୍ତ ଦେବତା ତାଙ୍କୁ ଜଳ ଅଭିଷେକ କରିଥିଲେ l ତେଣୁ ମହାଦେବଙ୍କୁ ସମସ୍ତ ପୂଜାରେ ଜଳ ଅର୍ପଣ କରାଯାଇ ଥାଏ l

କିନ୍ତୁ ଶ୍ରବଣ ସୋମବାର ରେ ବିଶେଷ ଭାବରେ ୩ଟି ଦିବ୍ୟ ବସ୍ତୁ ନିହାତି ଅର୍ପଣ କରିବା ଜରୁରୀ l  ଯାହାଦ୍ୱାରା ବ୍ରତ ଧାରୀଙ୍କର ସମସ୍ତ ଇଛା ପୂରଣ ହୋଇଥାଏ l ଏହି ୩ଟି ଦିବ୍ୟ ବସ୍ତୁ ହେଲା –

– ଅରଖ ଫୁଲ : ଅରଖ ଫୁଲ ମହାଦେବଙ୍କ ର ଖୁବ ପ୍ରିୟ ଅଟେ, ଏବଂ ଏହାକୁ ଅର୍ପଣ କରିବା ଦ୍ୱାରା ମହାଦେବ ସନ୍ତୁଷ୍ଟ ହୋଇ ଥାଆନ୍ତି ଏବଂ ବ୍ରତ ଧାରୀଙ୍କର ସମସ୍ତ ଇଛା ପୁରଣ ହୋଇଥାଏ l

– ଭସ୍ମ : ମହାଦେବଙ୍କୁ ଭସ୍ମ ଅର୍ପଣ କରିବା ଦ୍ୱାରା ସମସ୍ତ ମନସ୍କାମନା ପୁର୍ଣ ହୋଇଥାଏ l ଯେତେବେଳେ ମା ସତୀ ମହାଦେବ ଙ୍କ ଅପମାନ ସହି ନପାରି ଦକ୍ଷ ପ୍ରଜାପତି ଙ୍କ ଯଜ୍ଞରେ ନିଜକୁ ଅଗ୍ନି ରେ ଝାସ ଦେଇଥିଲେ, ସେହି ସମୟରେ ମହାଦେବ ଦୁଃଖରେ ମ୍ରିୟମାଣ ହୋଇ ସେହି ଭସ୍ମ କୁ ନିଜ ଶରୀର ରେ ଲେପ କରିଥିଲେ , ସେଥିପାଇଁ ମହାଦେବ ଙ୍କର ପ୍ରିୟ ଅଟେ ଭସ୍ମ l ଏବଂ ଭକ୍ତର  ସମସ୍ତ ଅଭିଳାଷ ପୂର୍ଣ ହୋଇଥାଏ l

– ମିଶ୍ରି : ଏହା ସ୍ଵାଦରେ ମିଠା ହୋଇଥିଲେ ମଧ୍ୟ ଏହା ମହାଦେବଙ୍କୁ ଖୁବ ପ୍ରିୟ ଅଟେ, ତେଣୁ ଯେତେବେଳେ ମହାଦେବଙ୍କ ନିକଟରେ ଦୁଗ୍ଧ ଅଭିଷେକ ପାଇଁ ଅର୍ପଣ କରିବାକୁ ନେଉଛନ୍ତି ସେହି ସମୟ ରେ ଦୁଇ ବୁନ୍ଦା ମହୁ ମଧ୍ୟ ସେଥିରେ ମିଶାଇ ନିଅନ୍ତୁ l  ମହାଦେବଙ୍କ କୃପା ଲାଭ କରିବେ ଏବଂ ଜୀବନ ର ସମସ୍ତ କଷ୍ଟ ଦୂର ହେବ l

Leave A Reply