ଦୁର୍ଯ୍ୟୋଧନ ଯୁଦ୍ଧ ନକରିବା ପାଇଁ ଅନେକ ପ୍ରସ୍ତାବ ପାଇଥିଲେ ସୁଧା ଯୁଦ୍ଧ ପ୍ରତି ମନ ବଳାଇଥିଲା, ସେ ନିଜ ଅହଂକାର କାରଣରୁ ଯୁଦ୍ଧରେ ନିଜର କ୍ଷତି ବିଷୟରେ ଜାଣିପାରି ନଥିଲା l ସେ ଭାବିଥିଲା ମହାଭାରତ ଯୁଦ୍ଧରେ ସୁନିଶ୍ଚିତ ତାର ବିଜୟ ହେବ l କିନ୍ତୁ ଶେଷରେ ନିଜେ ମଧ୍ୟ ମୃତ୍ୟୁକୁ ବରଣ କରିଥିଲା l
ଭୀମ ଓ ଦୁର୍ଯ୍ୟୋଧନ ଙ୍କ ମଧ୍ୟରେ ଯୁଦ୍ଧ ହୋଇଥିଲା, ଏବଂ ଶ୍ରୀକୃଷ୍ଣ ଙ୍କ ନିର୍ଦେଶ କ୍ରମେ ଭୀମ ଦୁର୍ଯ୍ୟୋଧନ ର ଜଙ୍ଘ ଉପରେ ପ୍ରହାର କରିଥିଲେ, ଏବଂ ଭୀମ ଦୁର୍ଯ୍ୟୋଧନ ଙ୍କ ଜଙ୍ଘ ଉପରେ ପ୍ରହାର କରିବା ଦ୍ୱାରା ଦୁର୍ଯ୍ୟୋଧନ ରକ୍ତରେ ଜୁଡୁବୁଡୁ ହୋଇ ତଳେ ପଡି ଯାଇଥିଲେ, ଏବଂ ପ୍ରଭୁ ଶ୍ରୀକୃଷ୍ନ ଙ୍କୁ ନିଜର ୩ଟି ଆଙ୍ଗୁଳି ଦେଖାଇ ଥିଲେ, ଏହାପରେ ଶ୍ରୀକୃଷ୍ଣ ତାଙ୍କ ନିକଟକୁ ଯାଇ ଏହାର କାରଣ ପଚାରିଥିଲେ l
– ଏବଂ ଦୃଯ୍ୟୋଧନ କହିଥିଲେ ମହାଭାରତ ଯୁଦ୍ଧରେ ତାଙ୍କର ପରାଜୟ ର ତିନିଟି ଭୁଲ ଥିଲା ଏବଂ ପ୍ରଥମ ଭୁଲ ଥିଲା , ପ୍ରଥମ ଭୁଲ ଥିଲା ସେ ନାରାୟଣ ଙ୍କ ସ୍ଥାନରେ ନାରାୟଣୀ ସେନା କୁ ମାଗିଥିଲେ, ଯଦି ନାରାୟଣ ତାଙ୍କ ପକ୍ଷରେ ଥାଆନ୍ତେ ତେବେ ତାଙ୍କର ବିଜୟ ସୁନିଶ୍ଚିତ ଥିଲା l
– ଦ୍ଵିତୀୟ ଭୁଲ ଥିଲା ନିଜ ମାତାଙ୍କ କଥା ନଶୁଣିବା, ଅର୍ଥାତ ଗାନ୍ଧାରୀ ଦୁର୍ଯ୍ୟୋଧନ ଙ୍କୁ ଯୁଦ୍ଧ ପୂର୍ବରୁ ତାଙ୍କ ସମୁଖ କୁ ଉଲଗ୍ଣ ହୋଇ ଯିବା ପାଇଁ କହିଥିଲେ, କିନ୍ତୁ ଦୁର୍ଯ୍ୟୋଧନ ଶ୍ରୀକୃଷ୍ନ ଙ୍କ କଥାରେ ପଡି କଦଳୀ ପତ୍ରରେ ନିଜ ଜଙ୍ଘକୁ ଲୁଚାଇ ଗଲେ l
– ଏବଂ ସବୁଠୁ ବଡ଼ ଭୁଲ ଥିଲା ଯେ ସେ ଯୁଦ୍ଧର ଶେଷ ସମୟ ରେ ଯାଇଥିଲା l ଯଦି ସେ ପ୍ରଥମେ ଯାଇ ଥାଆନ୍ତେ ତେବେ ଯୁଦ୍ଧର ଅନେକ କୌଶଳ କୁ ବୁଝିପାରି ଥାଆନ୍ତେ, ଏବଂ ତାଙ୍କ ଭାଇ ମାନଙ୍କ ସହିତ ମିତ୍ର ଙ୍କ ଜୀବନ ରକ୍ଷା ହୋଇପାରି ଥାଆନ୍ତା l
* ଦୁର୍ଯ୍ୟୋଧନ ଙ୍କର ସମସ୍ତ କଥା ଶୁଣି ଶ୍ରୀକୃଷ୍ନ କହିଥିଲେ ତୁମ ପରାଜୟ ର ମୁଖ୍ୟ କାରଣ ତୁମ ଅଧର୍ମୀ ବ୍ୟବହାର, ଏବଂ ନିଜ କୁଳବଧୁ ଙ୍କ ବସ୍ତ୍ର ହରଣ, ତୁମେ ନିଜ କର୍ମ ଦ୍ୱାରା ନିଜ ଭାଗ୍ୟ ଲେଖିଛ, ଏହି ସମସ୍ତ କଥା ଶୁଣି ଦୁର୍ଯ୍ୟୋଧନ ନିଜ ଭୁଲ ବୁଝି ପାରିଥିଲା l