କାହିଁକି ଦ୍ରୌପଦୀ ଭୀମ ପୁତ୍ର ଘଟୋତ୍କଚ କୁ ଦେଇଥିଲେ ଅଭିଶାପ –
ମହାଭାରତ ର ଅନେକ ଗୁଡିଏ ଅଭିଶାପ ଓ ବରଦାନ ପ୍ରସିଦ୍ଧ ଅଟେ, ସେହିଭଳି ଦ୍ରୌପଦୀ ହ୍ୱିଡିମ୍ବl ର ପୁତ୍ର ଘଟୋତ୍କଚ କୁ ଗୋଟିଏ ଅଭିଶାପ ଦେଇଥିଲେ l ମାନ୍ୟତା ଅନୁସାରେ ଯେତେବେଳେ ଘଟୋତ୍କଚ ପ୍ରଥମଥର ନିଜ ପିତା ଭୀମ ଙ୍କ ରାଜ୍ୟକୁ ଆସିଥିଲେ ନିଜ ମା ଙ୍କ ଆଜ୍ଞା ପାଳନ ଅନୁସାରେ ସେ ଦ୍ରୌପଦୀ ଙ୍କୁ କୌଣସି ସମ୍ମାନ ଦେଇନଥିଲେ l ଦ୍ରୌପଦୀ ଙ୍କୁ ଅପମାନ ଅନୁଭବ ହେଲା ଓ ସେ ବହୁତ ଅସନ୍ତୁଷ୍ଟ ହେଲେ , ଏବଂ ଦ୍ରୌପଦୀ କହିଥିଲେ ଯେ ସେ ଜଣେ ବିଶିଷ୍ଟ ନାରୀ , ସେ ଯୁଧିଷ୍ଠିର ଙ୍କ ମହାରାଣୀ ଅଟନ୍ତି, ସେ ବ୍ରାହ୍ମଣ ରାଜା ଙ୍କ ପୁତ୍ରୀ ଅଟନ୍ତି , ଯାହାଙ୍କ ପ୍ରତିଷ୍ଠା ପାଣ୍ଡଵ ମାନଙ୍କ ଠାରୁ ଖୁବ ଅଧିକ l ବ୍ରାହ୍ମଣ ଓ ରୁଷି ଙ୍କ ସଭାରେ ତାଙ୍କର ଘଟୋତ୍କଚ ଅପମାନ କରିଥିବାରୁ ଦ୍ରୌପଦୀ କହିଲେ ଯେ ‘ ଯା ଦୁଷ୍ଟ ତୋ ଆୟୁଷ ଖୁବ କମ ହେବ ଏବଂ ତୁ କୌଣସି କାରଣ ନଥାଇ ମୃତ୍ୟୁ ବରଣ କରିବୁ l
ଭୀମ ପୁତ୍ର ଘଟୋତ୍କଚ ଙ୍କ ବିବାହ ଦୈତ୍ୟରାଜ ମୁରା ଙ୍କ ଝିଅ କାମଙ୍କଠକା ସହିତ ହୋଇଥିଲା l ଏହି କାମଙ୍କଠକା କୁ ଭଗବାନ ଶ୍ରୀକୃଷ୍ଣ ବରଦାନ ଦେଇଥିଲେ ଯେ ତୋ ଗର୍ଭ ରୁ ଗୋଟିଏ ମହାବୀର ପୁତ୍ର ଜନ୍ମ ହେବ ଯାହାକୁ ଯୁଦ୍ଧରେ କେହି ପରାସ୍ତ କରିପାରିବେ ନାହିଁ ଏବଂ ସେ ସର୍ବ ଶକ୍ତିମାନ ହେବ l ଘଟୋତ୍କଚ ଙ୍କ ପୁତ୍ର ବର୍ବରୀକ ଦାନବୀର ଥିଲେ ଏବଂ ଦୁନିଆର ସବୁଠୁ ବଡ଼ ଧନୁର୍ଦ୍ଧର ଥିଲେ l ବର୍ବରୀକ ଙ୍କ ପାଇଁ ୩ଟି ବାଣ ହିଁ ମହତ୍ଵପୁର୍ଣ ଥିଲା, ଯାହାଦ୍ୱାରା ସେ ପାଣ୍ଡଵ ଓ କୌରଵ ମାନଙ୍କ ସମ୍ପୂର୍ଣ ସେନା କୁ ଵିଧ୍ଵଂସ କରି ପରି ଥାଆନ୍ତେ l ଏହା ଜାଣିପାରି ଭଗବାନ ଶ୍ରୀକୃଷ୍ଣ ତାଙ୍କୁ ତାଙ୍କ ଶିର ମାଗି ନେଇଥିଲେ l ପରେ ଶ୍ରୀକୃଷ୍ଣ କହିଥିଲେ ଯେ ମହାଭାରତ ଯୁଦ୍ଧ ସମାପ୍ତ ପର୍ଯ୍ୟନ୍ତ ତୁମେ ଏଠାରେ ରହି ଯୁଦ୍ଧ ଦେଖିବ ଏବଂ କଳିଯୁଗ ରେ ମୋ ନାମରେ ପୂଜା ପାଇବ l ବର୍ତମାନ ଯିଏ ଖାଟୁ ଶ୍ୟାମ ଭାବରେ ପୂଜିତ l