Odisha news

ମହାଭାରତର ରୋଚକ କଥା : ପିତାମହ ଭୀଷ୍ମଙ୍କୁ ମୃତ୍ୟୁ ଶଯ୍ୟାରେ ଦେଖି କାହିଁକି ଦ୍ରୌପଦୀ ହସିଥିଲେ

0

ମହାଭାରତ ଯୁଦ୍ଧ ରେ ପିତାମହ ଭୀଷ୍ମ କୌରଵ ମାନଙ୍କ ପକ୍ଷରୁ ଯୁଦ୍ଧ କରିଥିଲେ, ଯେବେକି ସେ ଜାଣିଥିଲେ କୌରଵ ମାନେ ଅଧର୍ମ କରୁଛନ୍ତି l ପିତାମହ ଭୀଷ୍ମ ଙ୍କୁ ଇଚ୍ଛା ମୃତ୍ୟୁ ର ବରଦାନ ପ୍ରାପ୍ତ ଥିଲା, ଏବଂ ଯୁଦ୍ଧ ସମୟ ରେ ଅର୍ଜୁନ ର ଶର ବର୍ଷା ଦ୍ୱାରା ସେ ଶର ଶଯ୍ୟାକୁ ଯାଇଥିଲେ l ଏବଂ ସେହିଠାରୁ ସେ ମହାଭାରତ ଯୁଦ୍ଧ ଦେଖିଥିଲେ l ଯେତେବେଳେ ଭୀଷ୍ମ ଶରଶଯ୍ୟା ରେ ସୋଇଥିଲେ ସେହି ସମୟ ରେ ଭଗବାନ ଶ୍ରୀକୃଷ୍ନ ଓ ପାଣ୍ଡଵ ମାନଙ୍କ ସହିତ ଦ୍ରୌପଦୀ ମଧ୍ୟ ତାଙ୍କୁ ଦେଖିବାକୁ ଯାଇଥିଲେ l

ପିତାମହ ଭୀଷ୍ମଙ୍କୁ ମୃତ୍ୟୁ ଶଯ୍ୟାରେ ଦେଖି ଦ୍ରୌପଦୀ ଜୋର ରେ ହସିବାକୁ ଲାଗିଲେ l ଯାହାକୁ ଦେଖି ପାଣ୍ଡଵ ମାନେ କ୍ରୋଧ ରେ ଜର୍ଜରିତ ହୋଇଗଲେ l କାହିଁକିନା ପିତାମହ ଭୀଷ୍ମ ଉଭୟ ପାଣ୍ଡଵ ଓ କୌରଵ ଙ୍କ ପାଇଁ ପୂଜନୀୟ ଥିଲେ ଏବଂ ତାଙ୍କର ଏହି  ଅସହ୍ୟ କଷ୍ଟ କୁ ଦେଖି ଯେତେବେଳେ ସମସ୍ତ ଦୁଃଖରେ ଥିଲେ ଦ୍ରୌପଦୀ ହସି ଥିଲେ l ଯେତେବେଳେ ଏହାର କାରଣ ପାଣ୍ଡଵ ମାନେ ପଚାରି ଥିଲେ ସେତେବେଳେ ଦ୍ରୌପଦୀ କହିଥିଲେ ଆଜି ପିତାମହ ଭୀଷ୍ମ ଯୁଦ୍ଧର ନିୟମ, ଧର୍ମ ଓ ଆଦର୍ଶ ର ପ୍ରବଚନ ଦେଉଛନ୍ତି l

କିନ୍ତୁ ଯେଉଁ ସମୟ ରେ ରାଜସଭା ରେ ମୋର ବସ୍ତ୍ର ହରଣ ହେଉଥିଲା ସେତେବେଳେ ତାଙ୍କ ଆଦର୍ଶ ର ମୂଲ୍ୟ କେଉଁଠି ଥିଲା ? ସେତେବେଳେ ଭୀଷ୍ମ କହିଥିଲେ କି ମୁଁ ଜାଣିଥିଲି ରାଜ ସଭାରେ ପାପ ହେଉଛି ଏବଂ ମୁଁ ଚୁପ ଥିଲି କାହିଁକି ନl ମୁଁ ଦୁର୍ଯ୍ୟୋଧନ ର ଲୁଣ ଖାଇଥିଲି ଏବଂ ମୋ ଉପରେ ସେହି ଲୁଣ ର ଋଣ ଥିଲା l ତେଣୁ ମୁଁ ଚୁପ ଥିଲି l ଦୁର୍ଯ୍ୟୋଧନ ମୋର ରାଜା ଓ ମୁଁ ତାର ସେବକ , ରାଜା ସମୁଖରେ ସେବକ ପାଟି ଖୋଲିବା ଅନୁଚିତ ବୋଲି ହସ୍ତିନାପୁର ର ଇତିହାସ କହିଥାଏ l

Nalco

Leave A Reply