ମହାଭାରତର ରୋଚକ କଥା : ସତରେ କଣ ଗାନ୍ଧାରୀ ଙ୍କ ଅଭିଶାପ ପାଇଁ ଆଫଗାନିସ୍ତାନ ର ଏଭଳି ଅବସ୍ଥା ? କଣ ରହିଛି ଏହା ପଛର ପୌରାଣିକ କାରଣ
ଆଫଗାନିସ୍ତାନ ଗୋଟିଏ ଏଭଳି ଦେଶ ଯାହାକୁ କବର ମାନଙ୍କର ସାମର୍ଯ୍ୟ କୁହାଯାଇ ଥାଏ l ଏଠାରେ ଦିନରାତି ଖାଲି ଯୁଦ୍ଧ ଓ ଯୁଦ୍ଧ ଭିତିକ କାର୍ଯ୍ୟ ଚାଲିଥାଏ l ମାନ୍ୟତା ରହିଛି ଯେ ପୂର୍ବରୁ ଏହି ଦେଶ ଭାରତବର୍ଷ ର ଆର୍ଯ୍ୟବର୍ତ୍ତ କ୍ଷେତ୍ରର ଗାନ୍ଧାର ଜନପଦ ପ୍ରଦେଶ ରହିଥିଲା l ,ଏହାଭାରତ ସମୟରେ ଏଠାରେ ରାଜା ଶୁଭ ଙ୍କ ରାଜତ୍ୱ ରହିଥିଲା, ଯିଏକି ଗାନ୍ଧାରୀ ଙ୍କ ପିତା ଥିଲେ l ମାନ୍ୟତା ଅନୁସାରେ ରାଜା ଶୁଭ ଙ୍କ ପୁତ୍ରୀ ଗାନ୍ଧାରୀ ଧୃତରାଷ୍ଟ୍ର ଙ୍କୁ ବିବସଟା ବଶତଃ ବିବାହ କରିଥିଲେ l ଏହାର ମୁଖ୍ୟ କାରଣ ପିତାମହଃ ଭୀଷ୍ମ ଥିଲେ, ଅନ୍ଧ ମହାରାଜ ଧୃତରାଷ୍ଟ୍ର ଙ୍କ ପାଇଁ ଭୀଷ୍ମ ଗାନ୍ଧାର ନରେଶ ଙ୍କ କନ୍ୟା ଙ୍କ ସହିତ ବଳ ପୂର୍ବକ ବିବାହ କରାଇଥିଲେ l ଗାନ୍ଧାରୀ ଓ ଧୃତରାଷ୍ଟ୍ର ଙ୍କ ପୁତ୍ର କୌରଵ ପୁତ୍ର ଥିଲେ , କିନ୍ତୁ ସେମାନଙ୍କ ମଧ୍ୟରେ ଜଣେ ହେଲେ କୁରୁବଂଶୀ ନଥିଲେ l ଗାନ୍ଧାରୀ ବେଦବ୍ୟାସ ରୁଷି ଙ୍କ ନିକଟରୁ ପୁତ୍ରବତୀ ହେବାର ବରଦାନ ଲାଭ କରିଥିଲେ l ଏହି ବରଦାନ କାରଣରୁ ଗାନ୍ଧାରୀ ୯୯ ଟି ପୁତ୍ର ଓ ଗାଟିଏ କନ୍ୟାର ଜନନୀ ହୋଇଥିଲେ l ଗାନ୍ଧାରୀ ଙ୍କ ଝିଅଙ୍କ ନାମ ଦୁଃଶାଳା ଥିଲା l ଗାନ୍ଧାରୀ ଯେତେବେଳେ ଗର୍ଭବତୀ ଥିଲେ ସେତେବେଳେ ଧୃତରାଷ୍ଟ୍ର ଙ୍କ ସହବାସ ଜଣେ ଦାସୀ ଙ୍କ ସହିତ ହୋଇଥିଲା, ଯେଉଁଥିରୁ ଯୁଯୁତ୍ସୁ ନାମକ ପୁତ୍ର ହୋଇଥିଲା, ଏହିଭଳି ଭାବରେ କୌରଵ ମାନେ ୧୦୦ ଭାଇ ଥିଲେ l
ଗାନ୍ଧାର ନରେଶ ଙ୍କୁ ପିତାମହ ଭୀଷ୍ମ ବନ୍ଦୀ କରିଥିଲେ ଓ କାରାଗୃହ ରେ ରଖିଥିଲେ l ଏହାପରେ ଗନ୍ଧାର ନରେଶ ଙ୍କର ମୃତ୍ୟୁ ହୋଇଥିଲା l ପରେ ଶକୁନି ଏହାର ପ୍ରତିଶୋଧ ନେବା ପାଇଁ କୁବେର ଓ ପାଣ୍ଡଵ ଙ୍କ ମଧ୍ୟରେ ଯୁଦ୍ଧ କରାଇଥିଲେ l ମହାଭାରତ ଯୁଧ ରେ ନିଜର ୧୦୦ ପୁତ୍ର ଙ୍କୁ ଗାନ୍ଧାରୀ ହରାଇବା ପରେ ତାଙ୍କ ଚକ୍ଷୁ ରୁ ଅଗ୍ନି ସ୍ଫୁରଣ ହୋଇଥିଲା, ଏହାପରେ ସେ ଶ୍ରୀକୃଷ୍ନ ଙ୍କୁ ଅଭିଶାପ ଦେଇଥିଲେ ଯେ ଯେପରି କୁରୁବଂଶ ର ବିନାଶ ହେଲା ସେହିଭଳି ତମ ବଂଶ ମଧ୍ୟ ଧ୍ବଂସ ହୋଇଯିବ l ଏହାପରେ ଗାନ୍ଧାରୀ ନିଜ ୧୦୦ ପୁତ୍ର ଙ୍କ ମୃତ୍ୟୁ ପରେ ଶକୁନି କୁ ମଧ୍ୟ ଦାୟୀ କରିଥିଲେ l ଏହାପରେ ଗାନ୍ଧାରୀ ଗନ୍ଧର ନରେଶ ଶକୁନି ଙ୍କୁ ଅଭିଶାପ ଦେଇଥିଲେ ଯେ ମୋର ୧୦୦ ପୁତ୍ରଙ୍କୁ ମାରିଥିବା ଗାନ୍ଧାର ରାଜ୍ୟରେ କଦାପି ଶାନ୍ତି ରହିବ ନାହିଁ l
କୁହାଯାଉଛି ଯେ ଗାନ୍ଧାରୀ ଙ୍କ ଅଭିଶାପ କାରଣରୁ ଆଜି ମଧ୍ୟ ଆଫଗାନିସ୍ତାନ ରେ ଶାନ୍ତି କଦାପି ଶାନ୍ତି ରହୁନାହିଁ l ତାଲିବାନ ଶାସନ ପୁର୍ବାୟୁ , ତାଲିବାନ ଶାସନ ପରେ ଏବଂ ତାଲିବାନ ଦଖଲ କରିବବ ପରେ ନିରନ୍ତର ଏହି ଦେଶ ରେ ଅଶାନ୍ତି, ଅରାଜକତା, ଗୃହ ଯୁଦ୍ଧ ଲାଗି ରହୁଛି l