ମହାଭାରତ ଯୁଦ୍ଧକୁ ଏମିତିରେ ଅନେକ ବର୍ଷ ଅତିବାହିତ ହୋଇଯାଇଛି l କିନ୍ତୁ ଆଜିବି ଏହାର ଅନେକ ରହସ୍ୟ ରହିଛି ଯାହାକି ସମସ୍ତଙ୍କୁ ଆଚମ୍ବିତ କରୁଛି l ଏହି ରହସ୍ୟକୁ ନେଇ ଆଜି ମଧ୍ୟ ଲୋକେ ଅନେକ କିଛି ଜାଣିବାକୁ ଇଚ୍ଛା କରୁଛନ୍ତି l ୧୮ ଦିନର ଚାଲିଥିବା ଏହି ଯୁଦ୍ଧରେ ଅନେକ ଯୋଦ୍ଧା ଧର୍ମ ଓ ଅଧର୍ମ ରେ ଏଥିରେ ଅଂଶ ଗ୍ରହଣ କରିଥିଲେ l ଭଗବାନ ଶ୍ରୀକୃଷ୍ଣ ମହାଭାରତ ଯୁଦ୍ଧରେ ଏଭଳି ଅନେକ ଲୀଳା ରଚନା କରିଥିଲେ ଯେଉଁଥିରେ ମଣିଷ ଜ୍ଞାନ ଓ ଶକ୍ତି ର ମୂଲ୍ୟ ଜଣାପଡିଥିଲା l ଏହି ଲୀଳା ମାନଙ୍କ ମଧ୍ୟରୁ ଗୋଟିଏ ଲୀଳା ହେଲା ପ୍ରତିଦିନ ଶ୍ରୀକୃଷ୍ଣ ଯୁଦ୍ଧ ପୂର୍ବରୁ ଚିନାବାଦାମ ଖାଉଥିଲେ l
ମହାଭାରତ ଯୁଦ୍ଧ ଯେତେବେଳେ ଆରମ୍ଭ ହୋଇଥିଲା ସେତେବେଳେ ଅନେକ ରାଜ୍ୟର ରାଜା ଏଥିରେ ସାମିଲ ହୋଇଥିଲେ l କିଛି ରାଜା କୌରଵ ଙ୍କ ପକ୍ଷରେ ଯୁଦ୍ଧ କରିଥିବା ବେଳେ ଆଉକିଛି ରାଜା ପାଣ୍ଡଵ ପକ୍ଷରେ ଯୁଦ୍ଧ କରିଥିଲେ l କିନ୍ତୁ ଏମିତି ଗୋଟିଏ ରାଜ୍ୟ ଥିଲା ସେ କୌଣସି ପକ୍ଷ ସହିତ ସାମିଲ ହୋଇ ନଥିଲା ଏବଂ ସେ ଥିଲା ଉଡୁ଼ପି l ଉଡୁ଼ପି ରାଜ୍ୟର ରାଜା ଭଗବାନ ଶ୍ରୀକୃଷ୍ଣ ଙ୍କ ନିକଟକୁ ଆସିଥିଲେ ଓ କହିଥିଲେ ଏହି ଯୁଦ୍ଧରେ ଅନେକ ଯୋଦ୍ଧା ସାମିଲ ହେଉଛନ୍ତି l କିନ୍ତୁ ଏହି ସମୟରେ ଭୋଜନ ପ୍ରବନ୍ଧ କରିବାର ଦାୟିତ୍ୱ କେହି ନେଇ ନଥିଲେ, କାହିଁକି ନା ଯୁଦ୍ଧ ରେ ସାମିଲ ହେଉଥିବା ଯୋଦ୍ଧା ଙ୍କ ପାଇଁ ଭୋଜନ ପ୍ରସ୍ତୁତ କରିବାର ଦାୟିତ୍ୱ ଉଡୁ଼ପି ନେବେକୁ ଆଗ୍ରହ ପ୍ରକାଶ କରିଥିଲେ l ଏହାପରେ ଶ୍ରୀକୃଷ୍ଣ ଙ୍କ ଆଜ୍ଞା ପାଇ ଉଡୁ଼ପି ରାଜ୍ୟ ମହାଭାରତଯୁଦ୍ଧ ପାଇଁ ଭୋଜନ ପ୍ରସ୍ତୁତ କରିଥିଲା l
କିନ୍ତୁ ଉଡୁ଼ପି ରାଜା ଙ୍କ ସମୁଖରେ ଆଉ ଗୋଟିଏ ସମସ୍ୟା ଥିଲା , ତାହା ହେଲା ପ୍ରତ୍ୟେକ ଦିନ ସେ କେତେ ଜଣଙ୍କ ପାଇଁ ଭୋଜନ ପ୍ରସ୍ତୁତ କରିବେ l କାରଣ ଯୁଦ୍ଧରେ ଅନେକ ଯୋଦ୍ଧା ପ୍ରାଣ ହରାଇବେ l ଯଦି ଭୋଜନ କମିଯିବ ସୈନ୍ୟ ମାନେ ଭୋକିଲା ରହିଯିବେ, ଯଦି ଭୋଜନ ଅଧିକ ହୋଇଯିବ ଅନ୍ନପୂର୍ଣ୍ଣା ଙ୍କ ଅପମାନ ହେବ l ଭଗବାନ ଶ୍ରୀକୃଷ୍ଣ ଉଡୁ଼ପି ରାଜା ଙ୍କ ଚିନ୍ତା କୁ ବୁଝି ପାରିଲେ ଓ ତାର ସମାଧାନ ବାହାର କଲେ l ଶ୍ରୀକୃଷ୍ନ ଏହାର ଉତ୍ତରରେ କହିଥିଲେ ପ୍ରତିଦିନ ଯୁଦ୍ଧ ପୂର୍ବରୁ ମୁଁ ସିଝା ବାଦାମ ମଞ୍ଜି ଖାଇବି l ଯେଉଁଦିନ ଯେତିକି ମଞ୍ଜି ଖାଇବି ସେହିଦିନ ସେତିକି ହଜାର ସୈନ୍ୟ ଙ୍କର ମୃତ୍ୟୁ ହେବ l
ଭଗବାନ ଶ୍ରୀକୃଷ୍ଣ ଙ୍କର ଏହି ରହସ୍ୟ ଉଡୁ଼ପି ରାଜା ଙ୍କୁ ଛାଡି ଏହି ପୃଥିବୀ ପୃଷ୍ଠରେ କେହି ମଧ୍ୟ ଜାଣି ନଥିଲେ l ଏହିପରି ଭାବରେ ଶ୍ରୀକୃଷ୍ଣ ଉଡୁ଼ପି ରାଜାଙ୍କର ସହାୟତା କରିଥିଲେ , ଯେଉଁ କାରଣରୁ ଅନ୍ନ ର ଅପମାନ ମଧ୍ୟ ହେଉ ନଥିଲା l