ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ମାଘ ମାସର ଶୁକ୍ଲପକ୍ଷ ର ପୁର୍ଣିମା ତିଥିକୁ ମାଘ ପୂଣିମା ଭାବରେ ପାଳନ କରିଥାଉ, ମାଘ ପୁର୍ଣିମା ଓ କୁମ୍ଭ ସଂକ୍ରାନ୍ତି ଗୋଟିଏ ଦିନ ଚଳିତ ବର୍ଷ ପଡୁଛି, ଯାହାକି ଗୋଟିଏ ଶୁଭ ସଂଯୋଗ ଅଟେ, ଏବଂ ଏହିଦିନ କୁମ୍ଭ ସଂକ୍ରାନ୍ତି ମଧ୍ୟ ପାଳିତ ହେବ, ଚଳିତ ବର୍ଷ ସଂକ୍ରାନ୍ତି ଓ ପୁର୍ଣିମା ଗୋଟିଏ ଦିନ ପଡୁଛି l ତେଣୁ ଏହିଦିନ ସୂର୍ଯ୍ୟ ପୂଜନ ସହିତ ଶ୍ରୀହରି ବିଷ୍ଣୁ ଓ ଲକ୍ଷ୍ମୀ ଙ୍କୁ ମଧ୍ୟ ପୂଜା କରାଯାଇ ଥାଏ l ଏହାଦ୍ୱାରା ଘରକୁ ସୁଖ ସମୃଦ୍ଧି ର ଆଗମନ ହୋଇଥାଏ l
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଚଳିତ ବର୍ଷ ମାଘ ପୁର୍ଣିମା ରେ ଧନ ପ୍ରାପ୍ତି ର ଯୋଗ ରହିଛି, ଆଜିର ଦିନ ରେ ସୌଭାଗ୍ୟ ଶୋଭନ ଯୋଗ ଘଟୁଛି, ଯାହାକି ଗୋଟିଏ ଶୁଭ ସଂଯୋଗ ଅଟେ l ଆଜିର ଦିନରେ ଯଦି ଆମେ ସୂର୍ଯ୍ୟ ପୂଜନ କରିବା ତେବେ ରୋଗ ଠାରୁ ଦୁରେଇ ରହିବା l ଏବଂ ସୌଭାଗ୍ୟ ଯୋଗ ସକାଳ ୮ଟା ୭ ମିନିଟ ରେ ରହିବ ଏବଂ ଏହାପରେ ଶୋଭନ ଯୋଗ ରହିବ l
ମାଘ ପୁର୍ଣିମା ଦିନ ଚନ୍ଦ୍ର ପୂଜନ ପାଇଁ ମଧ୍ୟ ଶୁଭ ଯୋଗ ରହୁଛି, ତେଣୁ ଆଜିର ଦିନରେ ଦୁଗ୍ଧ ରେ ଅକ୍ଷତ, ଧଳା ଫୁଲ, ଶ୍ୱେତ ଚନ୍ଦନ ସହିତ ଚନ୍ଦ୍ର ପୂଜନ କରନ୍ତୁ , ଏହାଦ୍ୱାରା ମା ଲକ୍ଷ୍ମୀ ଙ୍କ କୃପା ଲାଭ ହେବ l ଏବଂ ଚନ୍ଦ୍ର ଙ୍କୁ ଅର୍ଘ୍ୟ ଦେବା ସମୟ ରେ ‘ ଗଗନାର୍ନବମାଣୀକ୍ୟ ଚନ୍ଦ୍ର ଦାକ୍ଷାୟାଣୀପତେ , ଗ୍ରୁହାଣlର୍ଘ୍ୟମୟାଦତଂ ଗଣେଶପ୍ରତିରୂପକ ‘ l
– ଆଜିର ଦିନରେ ଚନ୍ଦ୍ରମା ବୀଜ ମନ୍ତ୍ର ପାଠ କରିବା ଖୁବ ଶୁଭ ଅଟେ, ତେଣୁ ଓଂ ସୋ ଷୋମାୟ ନମଃ ମନ୍ତ୍ର ଜପ କରିବା ଜରୁରୀ l ଚନ୍ଦ୍ରମା ଙ୍କ ଶୁଭ ପ୍ରଭାବ ଦ୍ୱାରା ଜୀବନ ରେ ସୁଖ ସମୃଦ୍ଧି ର ଆଗମନ ହେବ ଏବଂ ମାନସିକ ଶାନ୍ତି ପ୍ରାପ୍ତି ହେବ l
– ମାଘ ପୂର୍ଣିମା ଦିନ ସୂର୍ଯ୍ୟ ଙ୍କୁ ପୂଜା କରିବା ସମୟ ରେ ସୂର୍ଯ୍ୟ ଙ୍କୁ ସନ୍ତୁଷ୍ଟ କରିବା ପାଇଁ ସୂର୍ଯ୍ୟ ମହାମନ୍ତ୍ର ପାଠ ନିହାତି କରନ୍ତୁ, ଏବଂ ସୂର୍ଯ୍ୟ ଙ୍କ ନିକଟରେ ପାଠ କରିବା ସମୟ ରେ ନାଲି ଫୁଲ, ରକ୍ତ ଚନ୍ଦନ ଓ ସିନ୍ଦୁର ନିହାତି ଜଳ ରେ ଅର୍ପଣ କରନ୍ତୁ l ଏହାଦ୍ୱାରା ଜୀବନ ରେ ସୁଖ , ଶାନ୍ତି ଓ ସମୃଦ୍ଧି ର ଆଗମନ ହୋଇଥାଏ l