ମାର୍ଗଶିର ମାସର ଆରମ୍ଭ ହେଉ ହେଉ ମାତା ଲକ୍ଷ୍ମୀଙ୍କ ଆଗମନ ଧରା ପୃଷ୍ଠ କୁ ହୋଇଥାଏ l ଏହି ସମୟରେ ଫସଲ ପଚିବା ଠାରୁ ନେଇ ବିଭିନ୍ନ ପ୍ରକାର ପନିପରିବାର ର ସମ୍ଭାର ହୋଇଥାଏ l ମାର୍ଗଶିର ମାସର ଗୁରୁବାର ର ଲକ୍ଷ୍ମୀ ପୁରାଣ ରେ ଅନେକ ମହତ୍ୱ ରହିଛି l ମାନ୍ୟତା ରହିଛି ଯେ ଏହି ସମୟରେ ମା ଲକ୍ଷ୍ମୀ ତାଙ୍କ ଭକ୍ତ ମାନଙ୍କ ଉପରେ ବିଶେଷ କୃପା ଦୃଷ୍ଟି ରଖି ଥାଆନ୍ତି l
ଜୀବନ ରେ ଏମିତି ଅନେକ ସମୟ ଆସିଥାଏ ଯେବେକି ଆମେ କଠିନ ପରିଶ୍ରମ କରି ମଧ୍ୟ ସଫଳତା ପାଇ ନଥାଉ l
ଲକ୍ଷ୍ମୀ ଙ୍କୁ ସନ୍ତୁଷ୍ଟ କରିବା ପାଇଁ କରନ୍ତୁ ଏହି ଉପାୟ :-
* ମାତା ଲକ୍ଷ୍ମୀ ଙ୍କ କୃପା ସେହି ବ୍ୟକ୍ତି ମାନଙ୍କ ଉପରେ ରହିଥାଏ , ଯେଉଁମାନେ ଗୁରୁବାର ଦିନ ବିଧି ବିଧାନ ଭାବରେ ମା ତୁଳସୀ ଙ୍କୁ ପୂଜାର୍ଚନା କରି ଥାଆନ୍ତି l ମାନ୍ୟତା ରହିଛି ଯେ ଏହିଦିନ ମା ତୁଳସୀ ଙ୍କୁ ଶଙ୍ଖା ସିନ୍ଦୁର ଅର୍ପଣ କରିବା ଦ୍ୱାରା ସ୍ୱାମୀ ମାନଙ୍କର ଆର୍ଥିକ ଅନାଟନ ଦୂର ହୋଇଥାଏ l
* ଯଦି ପାରିବାରିକ ଜୀବନ ରେ ବାଧାବିଘ୍ନ ଦେଖା ଦେଉଛି , ତେବେ ଗୁରୁବାର ଦିନ ମାତା ଲକ୍ଷ୍ମୀଙ୍କ ନିକଟରେ ଧୂପ ଦେବା ସମୟରେ ୪ ଟି ଲବଙ୍ଗ ଜଳାଇ ଦିଅନ୍ତୁ l ଏହାଦ୍ୱାରା ପାରିବାରିକ କଳହ ଦୂର ହୋଇଥାଏ l
* ଯଦି ଆପଣଙ୍କ ର ବ୍ୟବସାୟ ରେ ଋଣଭାର ବଢି ଯାଉଛି ତେବେ ମାର୍ଗଶିର ଗୁରୁବାର ଦିନ ମାତା ଲକ୍ଷ୍ମୀ ଙ୍କୁ କିଛି ଗୋଟା ଧନିଆ ନାଲି କପଡା ରେ ବାନ୍ଧି ଅର୍ପଣ କରନ୍ତୁ l ଏବଂ ଏହାପରେ ତାହାକୁ ପଇସା ରଖୁଥିବା ସ୍ଥାନରେ ରଖି ଦିଅନ୍ତୁ l ଏହାଦ୍ୱାରା ଋଣ ଭର ଦୂର ହୋଇଥାଏ l
* ମାତା ଲକ୍ଷ୍ମୀ ଙ୍କ କୃପା ପାଇବା ପାଇଁ ପ୍ରତ୍ୟେକ ଗୁରୁବାର ଦିନ ଘରର ମୁଖ୍ୟ ଦ୍ୱାରରେ ହଳଦୀ ରେ ସ୍ୱସ୍ତିକ ଚିହ୍ନ କରନ୍ତୁ l ଏବଂ ଏଥିରେ ଅରୁଆ ଚାଉଳ , ଦୁବ ବରକୋଳି ପତ୍ର, ସିନ୍ଦୁର ଓ ଫୁଲ ଟିଏ ଦିଅନ୍ତୁ l ଏବଂ ମାତା ଲକ୍ଷ୍ମୀ ଙ୍କୁ ପ୍ରାର୍ଥନା କରନ୍ତୁ l