ରବିବାର ଦିନଟି ହେଉଛି ସୂର୍ଯ୍ୟଦେବଙ୍କ ଦିନ ଅଟେ l ମାନ୍ୟତା ରହିଛି ଯେ ରବିବାର ଦିନଟିରେ ଯଦି ଆମେ ଲକ୍ଷ୍ମୀଙ୍କ କୃପା ପାଇବାକୁ ଚାହୁଁଛେ ତେବେ ସୂର୍ଯ୍ୟ ଦେବଙ୍କୁ ସନ୍ତୁଷ୍ଟ କରିବା ଦ୍ୱାରା ସୁଖ ସମୃଦ୍ଧି, ମାନ ସମ୍ମାନ, ପଦ ପ୍ରତିଷ୍ଠା ପ୍ରାପ୍ତ ହୋଇଥାଏ l ଧର୍ମ ଶାସ୍ତ୍ର ଅନୁସାରେ ସୂର୍ଯ୍ୟଦେବ ହେଉଛନ୍ତି ହିନ୍ଦୁ ଧର୍ମର ପ୍ରତିଷ୍ଠିତ ଦେବତା l ତେଣୁ ତାଙ୍କୁ ଯିଏ ପୂଜା କରିଥାଏ ତା ଜୀବନ ର ସମସ୍ତ ସଙ୍କଟ ଦୂର ହୋଇଯାଏ l
ରବିବାର ଦିନ କରନ୍ତୁ ଏହିସବୁ ଉପାୟ ଦୂର ହେବ ଦରିଦ୍ରତା –
– ରବିବାର ଦିନ ସାମର୍ଥ୍ୟ ଅନୁସାରେ ତମ୍ବା ପାତ୍ର, ନାଲି କପଡା, ଗହମ, ଗୁଡ଼ ଓ ନାଲି ଚନ୍ଦନ ଦାନ କରନ୍ତୁ l ଏହାଦ୍ୱାରା ଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ l
– ରବିବାର ଦିନ ନାଲି ବସ୍ତ୍ର ପିନ୍ଧି ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ଆବଶ୍ୟକ l ଏପରି କରିବା ଦ୍ୱାରା ସଫଳତା ଘରକୁ ଆସିଥାଏ l
– ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବା ସମୟରେ ଜଳ ରେ ସିନ୍ଦୁର, ଅକ୍ଷତ , ନାଲି ଫୁଲ ଓ ଚନ୍ଦନ ମିଶାଇ ଅର୍ଘ୍ୟ ଦେବା ଆବଶ୍ୟକ l ଆଉ ସର୍ବଦା ତମ୍ବା ପାତ୍ର ର ବ୍ୟବହାର କରିବା ଉଚିତ l ଏହାଦ୍ୱାରା ରୋଗ ଠାରୁ ଦୁରେଇ ରହିବେ l
– ରବିବାର ଦିନ ମାଛ ମାନଙ୍କୁ ଅଟା ରେ ପ୍ରସ୍ତୁତ ଗୁଳି ଖାଇବାକୁ ଦେବା ଉଚିତ l କୁହାଯାଏ ଯେ ଏପରି କରିବା ଦ୍ୱାରା ଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ଓ ଧନ ର ଅଭାବ ରହି ନଥାଏ l
– ଶାସ୍ତ୍ରର ମାନ୍ୟତା ଅନୁସାରେ ରବିବାର ଦିନ ଶିବ ମନ୍ଦିର ରେ ଗୌରୀ ଶଙ୍କରଙ୍କ ରୁଦ୍ରାକ୍ଷ ଅର୍ପଣ କରିବା ଦ୍ୱାରା ମାତା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୋଇଥାଏ l
– ରବିବାର ଦିନ ଘରର ମୁଖ୍ୟ ଦ୍ୱାରରେ ଘିଅ ରେ ପ୍ରସ୍ତୁତ ଦୀପ ଜଳାଇବା ଦ୍ୱାରା ଦରିଦ୍ର ନାଶ ହୋଇଥାଏ ଓ ସନ୍ତାନ ମାନେ ଦୀର୍ଘାୟୁ ଏବଂ ଯଶସ୍ବୀ ହୁଅନ୍ତି l