Odisha news

ଲୁଣା – ଚିତ୍ରୋତ୍ପଳା ଦିପାଞ୍ଚଳରେ ବନ୍ୟାସ୍ଥିତି ପରଖିଲେ ବିଧାୟକ ଚନ୍ଦ୍ରସାରଥି

0

ନେମାଳ : ମହାନଦୀର ଶାଖା ଲୁଣା ଓ ଚିତ୍ରୋତ୍ପଳା ନଦୀରେ ସାମ୍ଭାବ୍ୟ ବନ୍ୟା ପରିସ୍ଥିତି ଭୟଙ୍କର ରୂପ ଧାରଣ କରିଛି । ଆଜି ସଂଧ୍ୟାରେ ଉଭୟ ନଦୀର ଜଳସ୍ତର ବୃଦ୍ଧି ପାଇବା ସହ ସମଗ୍ର ଦୀପାଂଚଳରେ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି କରିଛି । ଆଜି ସଂଧ୍ୟାରେ କଟକ ସଦର ବିଧାୟକ ଚନ୍ଦୟସାରଥି ବେହେରା ଦୀପାଚଂଳର ତିଲକଣା, ନେମାଳ, ସାନ୍ତପୁର, ପାଳଦା, ସାହୁକ୍ଷେତ, ବାବୁଜଙ୍ଗ, ମହାନଦୀର ପିଇଁପୁର ନିକଟରେ ପହଂଚି ବନ୍ୟାର ସ୍ଥିତି ପରଖିବା ସହ ବିପଦ ସ୍ଥାନମାନଙ୍କରେ ଯୁଦ୍ଧକାଳିନ ଭିତ୍ତିରେ ବାଲିବସ୍ତା ଓ ଆନୁସଙ୍ଗୀକ ପଦକ୍ଷେପ ଗ୍ରହଣ କରିବାକୁ ପ୍ରଶାସନକୁ ନିଦେ୍ର୍ଦଶ ଦେଇଛନ୍ତି । ବହୁ ଖାଲୁଆ ଅଂଚଳରେ ବସବାସ କରୁଥିବା ପରିବାର ବନ୍ୟା ଭୟରେ ବନ୍ଧ ଉପରକୁ ଚାଲି ଆସିବା ଲାଗି ଅସ୍ଥାୟୀ ଘର ପ୍ରତିଷ୍ଠା କରିଛନ୍ତି ।

ଆଜି ସଂଧ୍ୟାରେ ସାନ୍ତପୁର ପଂଚାୟତ ଜଳଦିଆ ଗ୍ରାମରେ ଚିତ୍ରୋତ୍ପଳାର ବନ୍ୟାଜଳ ଘେରୀବନ୍ଧ ଡେଇଁ ପ୍ରବେଶ କରିଛି । ସେହିପରି ପାଳଦା ପଂଚାୟତର ସାହୁକ୍ଷେତ ଗ୍ରାମରେ ମହାନଦୀ ଘେରୀ ବନ୍ଧ ଡେଇଁଥିବା ବେଳେ ବହୁ ନଈକୂଳିଆ ପରିବାର ଆତଙ୍କିତ ହୋଇ ପଡିଛନ୍ତି । ଚିତ୍ରୋତ୍ପଳା ଅବବାହିକାରେ ବାସ କରୁଥିବା ପାଳଦା ପଂଚାୟତର ଦୁଦୁରା, କଅଁପୁର, ସାନ୍ତପୁର ପଂଚାୟତର ମାଣିକପୁର, କଳମିଶି୍ର, ଜନାର୍ଦ୍ଦନପୁର, ସୁଦ୍ଦୁଖଣ୍ଡ ପଂଚାୟତର ମହାନଦୀ କୂଳରେ ବସବାସ କରୁଥିବା କୂଳ ସମିତଙ୍ଗା ଗ୍ରାମର ବହୁ ପରିବାର ଏବେ ବନ୍ୟାକୁ ନେଇ ଆଶା ଆଶଙ୍କା ଭିତରେ ରହିଛନ୍ତି । ବିଭିନ୍ନ ବିପଦ ସଂକୁଳ ସ୍ଥାନ ମାନଙ୍କରେ ପ୍ରଶାସନ ପକ୍ଷରୁ ବାଲିବସ୍ତା ମହଜୁଦ ରଖାଯିବା ସହିତ ରାତିସାରା ନଦୀବନ୍ଧ ଜଗିବା ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସେହିପରି ଲୁଣା ନଦୀର ତିଲକଣା ଓ ଚିତ୍ରୋତ୍ପଳା ନଦୀର ନାହାଳପୁର ଠାରେ ଗତ ୨୦୦୮ ମସିହାରେ ହୋଇଥିବା ଘାଇ ଉପରେ ପ୍ରଶାସନ ତୀକ୍ଷ୍ମଣ ନଜର ରଖିଛି ।

Leave A Reply