ପାଣିକୋଇଲି : ୨୦ନମ୍ବର ଜାତୀୟ ରାଜପଥର କୋରାଇ ଥାନା ଅନ୍ତର୍ଗତ ପାଣିକୋଇଲି-ଯାଜପୁରରୋଡ ରାସ୍ତାର ଆଲିଆ ଛକ ନିକଟରେ ଆଜି ଅପରାହ୍ଣରେ ଲୁନା ପଛରୁ ଏକ ଟକ୍ର ଧକ୍କା ଦେଇଥିଲା । ଆଜି ଅପରାହ୍ଣ ପ୍ରାୟ ସାଢେ ୨ଟା ସମୟରେ ପଥରପଦା ପଂଚାୟତର ନୂଆପଦା ଗ୍ରମାର ଦୁର୍ଯେ୍ୟାଧନ ଭୂୟାଁ(୫୨) ସହଯାତ୍ରୀ ପାଣିକୋଇଲି ି ଥାନା ଅନ୍ତର୍ଗତ ଅଳତିରି ଗ୍ରାମର ଦୁଃଖୀରାମ ବେହେରା(୪୨) ଏକ ଲୁନା (ଓଡି୩୪ଜେ ୧୩୫୫) ଯୋଗେ ଯାଜପୁରରୋଡରୁ ଘରକୁ ଫେରୁଥିଲା ବେଳେ ଆଲିଆ ଛକ ନିକଟରେ ଟ୍ରକ ସହ ଦୁର୍ଘଟଣା ଘଟିଥିଲା । ଫଳରେ ଦୁର୍ଯୋ୍ୟାଧନ ଲୁନା ବ୍ରେକ ମାରିଦେବାରୁ ପଛରୁ ଆସୁଥିବା ଏକ ଟକ୍ର (ଏପି ୩୧ଟି ଏଫ ୨୭୬୭)ଧକ୍କା ଦେଇଥିଲା । ଘଟଣାସ୍ଥଳେ ଆରୋହୀ ଦୁର୍ଯେ୍ୟାଧନର ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା ବେଳେ ଦୁଃଖୀରାମ ଗୁରୁତରଭାବେ ଆହତ ହୋଇଥିଲେ ।
ଆମ୍ବୁଲାନ୍ସ ଆସିବା ଡେରି ହେବାରୁ ଏକ ଘରୋଇ ଗାଡିରେ ସ୍ଥାନୀୟ ଲୋକେ ସେମାନଙ୍କୁ ଯାଜପୁରରୋଡ ଡାକ୍ତଖାନାକୁ ନେଇଯାଇଥିଲେ ହେଁ ସେଠାରେ ଚିକିସôିତ ଅବସ୍ଥାରେ ଦୁର୍ଯେ୍ୟାଧନର ମୃତୁ୍ୟ ହେବା ସହ ଦୁଃଖି ରାମଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାକୁ କଟକ ବଡଡାକ୍ତରଖାନାକୁ ସ୍ଥାନାନ୍ତରିିତ କରାଯାଇଛି । ପୁଲିସ ଘଟଣା ସ୍ଥଳେ ପହଂଚି ଲୁନା ଓ ଟ୍ରକକୁ ଜବତକରିବା ସହ ଏନେଇ ଏକ ମାମଲା ରୁଜୁକରିଛନ୍ତି । ମୃତ ଦୁର୍ଯେ୍ୟାଧନର ଶବବ୍ୟବଛେଦ ନିମନ୍ତେ ଦାନଗଦି ପଠାଇଛନ୍ତି । ଏଥିନେଇ ଘଟଣା ସ୍ଥଳେ ଉତେଜନା ପ୍ରକାଶ ପାଇଥିଲା ବେଳେ କ୍ଷତିପୁରଣ ଦାବିରେ ସ୍ଥାନୀୟ ଲୋକେ ଜାତୀୟ ରାଜପଥ ଅବରୋଧ କରିଥିଲେ । ଖବରପାଇ ଘଟଣାସ୍ଥଳେ କୋରାଇ ପୁଲିସ ଓ ବ୍ୟାସନଗର ତହସିଲଦାର ଡ. ଶରତ ଚନ୍ଦ୍ର ମହାପାତ୍ର ପହଂଚି ଲୋକଙ୍କୁ ବୁଝାସୁଝା କରିବା ସହ ମୃତକ ପରିବାରକୁ ରେଡକ୍ରସ ପକ୍ଷର ୧୦ହଜାରଟଙ୍କା ସହାୟତା ଦେଇଥିଲେ । ଫଳରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା