ପ୍ରେମିକ ହେଵତ ଏମିତି : ଲକ୍ଷ ଲକ୍ଷ ଟଙ୍କା ଖର୍ଚକରି ପୂର୍ବତନ ପ୍ରେମିକାଙ୍କ ପାଇଁ ତିଆରି କରାଇଲେ ଲଭ ଆଇଲାଣ୍ଡ ,ତା ପରେ ହେଲା ଏମିତି
ନୂଆଦିଲ୍ଲୀ :ଚୀନର ଜଣେ ବ୍ୟକ୍ତି ନିଜର ପୂର୍ବତନ ପ୍ରେମିକାଙ୍କୁ ମନାଇବା ପାଇଁ ନିଜର ବଗିଚାକୁ ଲଭ ଆଇଲାଣ୍ଡ ରେ ପରିବର୍ତନ କରିଛନ୍ତି ଏହାପରେ ମଧ୍ୟ ଏହି ବ୍ୟକ୍ତିଙ୍କର ପ୍ରେମିକା ଆସିଲେନାହିଁ lକିନ୍ତୁ ୩୦ ବର୍ଷ ପରେ ଏହି ବ୍ୟକ୍ତିଙ୍କର ପରିଶ୍ରମ ରଙ୍ଗ ଆଣିଲା l କିନ୍ତୁ ଏହି ଲଭ ଆଇଲ୍ୟାଣ୍ଡ ବର୍ତମାନ ଅନେକ ଯୋଡ଼ିଙ୍କ ପ୍ରେମର ସ୍ଥାନ ପାଲଟିଛି lଜୀୟୁ ନାମକ ଏହି ବ୍ୟକ୍ତି ୧୧ ହଜାର ପାଉଣ୍ଡ ଖର୍ଚକରି ଯାହା ଭାରତୀୟ ମୁଦ୍ରାରେ ପାଖାପାଖି ୧୧ ଲକ୍ଷ ଟଙ୍କା ନିଜର ବଗିଚାକୁ ସୁନ୍ଦର ଭାବରେ ସଜାଇଛନ୍ତି l
ଏହି ଆଇଲ୍ୟାଣ୍ଡର ଘାସ ମଧ୍ୟ ଗୋଲାପୀ ରଙ୍ଗର ଓ ଏଠାରେ ଅନେକ ଗୁଡିଏ ଚେରି ଗଛ ମଧ୍ୟ ରହିଛି l ସୂଚନା ଯୋଗ୍ୟଯେ ଜୀୟୁ ଓ ତାଙ୍କର ପ୍ରେମିକାଙ୍କ ମଧ୍ୟରେ ସେତେବେଳେ ମତଭେଦ ହେଲା ଯେତେବେଳେ ଜୀୟୁ ନିଜ ବୃଦ୍ଧ ମାତାପିତାଙ୍କ ଦେଖାରଖା କରିବା ପାଇଁ ଗାଁକୁ ଯିବାକୁ ବାହାରିଲେ ,କିନ୍ତୁ ତାଙ୍କ ପ୍ରେମିକା ସହରରେ ରହିବାକୁ ଇଚ୍ଛା କରିଥିଲେ l ସମ୍ପର୍କ ଛିନ୍ନ ପରେ ମଧ୍ୟ ଆଉଥରେ ଜୀୟୁ ତାଙ୍କ ପ୍ରେମିକାଙ୍କୁ ମନାଇବାକୁ ଚେଷ୍ଟା କରିଥିଲେ ,କିନ୍ତୁ ସଫଳ ହେଲେ ନାହିଁ l
ଜୀୟୁଙ୍କ ପ୍ରେମିକା ତାଙ୍କର ଏହି ପଦକ୍ଷେପ ପାଇଁ ଅତ୍ୟନ୍ତ ଖୁସି ହୋଇଥିଲେ ,କିନ୍ତୁ ସେ ଆଉଥରେ ଜୀୟୁଙ୍କ ସହିତ ସମ୍ପର୍କ ବାନ୍ଧିବାକୁ ମନା କରି ଦେଇଥିଲେ ଓ କହିଥିଲେ ଜୀୟୁ ଙ୍କୁ ତାଙ୍କଠାରୁ ଭଲ ପ୍ରେମିକା ମିଳିଯିବ ବୋଲି ଆଶା କରୁଛନ୍ତି l ଜୀୟୁ ନିଜପାଇଁ କହିଛନ୍ତି ଯେ ମୁଁ ଜଣେ ଅତି ରୋମାଣ୍ଟିକ ଲୋକ କିନ୍ତୁ ନିଜର ମନର ଭାବକୁ ପ୍ରକାଶ କରିବାପାଇଁ ଅସମର୍ଥ ଅଟେ l ତାଙ୍କର ଏହି ଲଭ ଗାର୍ଡେନକୁ ତାଙ୍କ ପ୍ରେମିକା ନଆସିଲେ ମଧ୍ୟ ଏହା ଅନେକ ପ୍ରେମିକ ପ୍ରେମିକାଙ୍କ ପାଇଁ ଆଜି ପ୍ରେମର ବାସ ସ୍ଥଳୀ ହୋଇଛି l