ଦୁନିଆରେ ଦିନକୁ ଦିନ ନୂଆ ନୂଆ ରୋଗ ବ୍ୟାପିବାରେ ଲାଗିଛି, ସେହିଭଳି ଗୋଟିଏ ନୂଆ ରୋଗ ଲଭ ବ୍ରେନ ଡ଼ିଜାର୍ଡ଼ର ବର୍ତମାନ ଦେଖା ଦେଇଛି l ଯାହା ବିଶେଷ ଭାବରେ ପ୍ରେମିକା ଓ ପ୍ରେମିକ ଙ୍କ ନିକଟରେ ଦେଖିବାକୁ ମିଳିଥାଏ l ଏହା ଗୋଟିଏ ପ୍ରେମ ଗ୍ରାସିତ ରୋଗ କହିଲେ ମଧ୍ୟ ଅତ୍ୟୁକ୍ତି ହେବ ନାହିଁ l ଯଦି ଏହି ରୋଗରେ କେହିବି ପୀଡିତ ହେଉଛନ୍ତି ତେବେ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରିବା ଜରୁରୀ l
– ଏହି ରୋଗରେ ଯାହାକୁ ଆମେ ଅତ୍ୟଧିକ ଭଲ ପାଇଥାଉ ତାକୁ ଦିନରାତି ଦେଖା କରିବାକୁ ଇଛା କରୁ ଏବଂ ଫୋନ ରେ କଥା ହେବା ପାଇଁ ଇଛୁକ ହେଉ l ଏହି ରୋଗରେ ଜଣେ ପାର୍ଟନର ଆଉ ଜଣେ ପାର୍ଟନର ଉପରେ ଆବଶ୍ୟକତା ଠାରୁ ଅଧିକ ନିର୍ଭର କରିଥାଏ ରବିନ ସବୁବେଳେ ସମ୍ମୁଖ ରେ ଥିବା ନିଜ ପାର୍ଟନର ଦେଖିବାକୁ ଇଛା କରିଥାଏ l ଏହି ସ୍ଥିତି କୁ ଲଭ ବ୍ରେନ ବୋଲି କୁହାଯାଇ ଥାଏ l
– ଆମେରିକା ହେଲଥ ଲଇଁ ୱେବସାଇଟ ର ସୂଚନା ଅନୁସାରେ ଲଭ ବ୍ରେନ ଡ଼ିସଅର୍ଡର ଗୋଟିଏ ପ୍ରକାରର ସାଇକୋଲୋଜିକାଲ କଣ୍ଡିସନ ଅଟେ l ଯେଉଁଥିରେ ଲୋକେ କୌଣସି ବ୍ୟକ୍ତି ଉପରେ ଅସାମାନ୍ୟ ଭାବରେ ମୁଗ୍ଧ ହୋଇ ଯାଆନ୍ତି l ଏବଂ ତାକୁ ନିଜ ଠାରୁ ମଧ୍ୟ ଅଧିକ ଭଲ ପାଆନ୍ତି l ସେମାନେ ଭାବି ଥାଆନ୍ତି ଯେ ଉକ୍ତ ବ୍ୟକ୍ତି ଉପରେ କେବଳ ତାଙ୍କର ହିଁ ଅଧିକାର ଅଛି l ଏହି ସମୟରେ ଯଦି ସେ ତାଙ୍କ ପାର୍ଟନର ଠାରୁ ସେତିକି ସ୍ନେହ କିମ୍ବା ପ୍ରେମ ପାଆନ୍ତି ନାହିଁ ତେବେ ତାହା ତାଙ୍କୁ ମାନସିକ ଭାବରେ କ୍ଷତିଗ୍ରସ କରାଇଥାଏ l
– ଲଭ ବ୍ରେନ ଡ଼ିଜଅର୍ଡ଼ର ସମସ୍ୟା ରେ ବ୍ୟକ୍ତିର ହାପି ହର୍ମୋନସ ନିର୍ଗତ ହେବାରେ ବାଧା ସୃଷ୍ଟି ହୋଇଥାଏ, ଯାହାକି ମାନସିକ ରୋଗରେ ପୀଡିତ କରିବା ସହିତ ଡିପ୍ରେସନ ର ମଧ୍ୟ ଶିକାର କରାଇଥାଏ l ଏବଂ ଏପରି ସ୍ଥିତିରେ ରୋଗୀ ଆତ୍ମହତ୍ୟା କରିବା ପାଇଁ ମଧ୍ୟ ପଛାଏ ନାହିଁ l
– ଲଭ ବ୍ରେନ ଡ଼ିଜଅର୍ଡ଼ର ରୋଗୀ ନିଜ ପାର୍ଟନର ଉପରେ ପ୍ରତ୍ୟେକ ମୁହୁର୍ତରେ ନଜର ରଖିବାକୁ ଚାହିଁଥାଏ, ଏବଂ ଦିନ ରାତି ଫୋନ କଲ ହେଉ ନଚେତ ମେସେଜ ଜରିଆରେ ତାର ନିକଟତର ହେବାକୁ ଚାହିଁନଥାଏ l ଗୋଟିଏ ଅଧ୍ୟୟନ ଅନୁସାରେ ଆଜିର ଯୁବପିଢୀ ଅଧିକ ଲଭ ବ୍ରେନ ଡ଼ିଜଅର୍ଡ଼ର ର ଶିକାର ହେଉଛନ୍ତି ଏବଂ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି l