ଯଦି ଆପଣ ଗୋଟିଏ ସ୍ୱାସ୍ଥ୍ୟକର ଜୀବନ ଅତିବାହିତ କରିବାକୁ ଚାହୁଁଛନ୍ତି ତେବେ ଏକାକୀ ରୁହନ୍ତୁ ନାହିଁ, ଏବଂ ସାଙ୍ଗ ମାନଙ୍କ ସହିତ ଜୀବନ ଓ ଉପଭୋଗ କରନ୍ତୁ, ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ର ଜେରୋଣ୍ଟଲୋଜୀ ପ୍ରଫେସର କହିଛନ୍ତି ସାଙ୍ଗ ଓ ବନ୍ଧୁବାନ୍ଧବ ଙ୍କ ସହିତ ଜୀବନ ଅତିବାହିତ କରିବା ଦ୍ୱାରା ବୟସ ବଢିବାର ପ୍ରକ୍ରିୟା ଧୀର ହୋଇଯାଇଥାଏ l ଏକାକୀ ରହିବା ଶରୀର ଉପରେ ସେତିକି ପ୍ରଭାବ ପକାଇଥାଏ ଯେତିକି ଶ୍ମୋକିଙ୍ଗ କରିବା ପ୍ରଭାବ ପକାଏ l
ଏକାକୀ ରହିବାର ପ୍ରକ୍ରିୟା ୧୫ ଟି ସିଗାରେଟ ଦିନକୁ ଟାଣିବା ସହିତ ସମାନ, ଆମ ଜୀବନଶୈଳୀ କୁ ଯଦି ବଦଳାଇ ନେବା ତେବେ ଆମେ ୬୦ ପ୍ରତିଶତ ଗୋଟିଏ ସୁଖୀ ଜୀବନ ବଂଚିବା l ଯଦି ଆମେ ସମାଜ , ପରିବାର, ସାଙ୍ଗସାଥି ଙ୍କ ସହିତ ଜୀବନ ବିତାଇବା ତେବେ ଆମ ସେଲ୍ ରିଲାକ୍ସ ରହିବ ଏବଂ ବୟସ ବଢିବା ପ୍ରକ୍ରିୟା ଧୀର ହୋଇଯିବ l
– ଗୋଟିଏ ସୁନ୍ଦର, ସୁସ୍ଥ ଜୀବନ ପାଇଁ ମଣିଷ ସାମାଜିକ ହେବା ଜରୁରୀ, ଅଧିକ ରୁ ଅଧିକ ସମୟ ବନ୍ଧୁ ଓ ସାଙ୍ଗସାଥି ଙ୍କ ମେଳରେ ଅତିବାହିତ କରନ୍ତୁ, ଏବଂ ନିଜ ଜୀବନ ଶୈଳୀ ରେ ୩ଟି ମୁଖ୍ୟ ନିୟମ କୁ ସାମିଲ କରନ୍ତୁ ବୋଲି ଏହି ଅଧୟନ ରେ କୁହାଯାଇଛି l
– ପ୍ରଥମଟି ହେଲା – ବାଲାନ୍ସ ଡାଏଟ –
ପୌଷ୍ଟିକ ଭୋଜନ ଦ୍ୱାରା ଶରୀରକୁ ଆବଶ୍ୟକ ଏନର୍ଜି ମିଳିଥାଏ ଏବଂ ଜୀବନ ସୁଖମୟ ହୋଇଥାଏ l
– ଦ୍ଵିତୀୟ ଟି ହେଲା- ନିୟମିତ ବ୍ୟାୟାମ –
ପ୍ରତିଦିନ ୩୦ ମିନିଟ ବ୍ୟାୟାମ କରନ୍ତୁ, ଯାହାକି ଶାରୀରିକ ଗତିବିଧି ବଢାଇବାରେ ସାହାଯ୍ୟ କରିବ l
– ତୃତୀୟ ଟି ହେଲା – ସାମାଜିକ ସକ୍ରିୟତା –
ପରିବାର, ବନ୍ଧୁ, ପରିଜନ ଙ୍କ ସହିତ ପ୍ରତିଦିନ କିଛି ସମୟ ବିତାଇବା ମେଣ୍ଟାଲ ହେଲ୍ଥ କୁ ମଜବୁତ କରିଥାଏ l
WHO ର ଚେତାବନୀ –
WHO ପକ୍ଷରୁ କୁହାଯାଇଛି ଯେ ଏକାକୀ ରହିବା, ଡିପ୍ରେସନ ଇତ୍ୟାଦି ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ର କାରଣ ଅଟେ, ଆମେରିକା ର ସର୍ଜନ ଜେନେରାଲ ଏହାକୁ ଗ୍ଲୋବାଲ ହେଲଥ ଥ୍ରେଟ ବୋଲି କହିଛନ୍ତି, ଏବଂ ଏକାକୀ ରହିବା ଧୁମ୍ରପାନ ସଦୃଶ ଅଟେ l