Odisha news

ଲିଭ ଇନ ରିଲେସନସିପ କଣ ? ଏହା ଯୁବ ପିଢିଙ୍କ ଉପରେ କିପରି ପ୍ରଭାବ ପକାଉଛି

0

ଆଜିକାଲି ର ଯୁବପିଢ଼ି ଙ୍କ ପାଇଁ ପ୍ରେମ ଗୋଟିଏ ସାଧାରଣ କଥା, ବିନା ପ୍ରେମ ରେ ସେମାନଙ୍କ ଜୀବନ ଅଧୁରା ଅଟେ ବୋଲି ସେମାନଙ୍କର ଧାରଣା ରହିଥାଏ  l ଏହା ଯୁବପିଢ଼ି ଙ୍କ ଉପରେ ଏଭଳି ପ୍ରଭାବ ପକାଉଛି ଯେ ବିନା ବିବାହ ରେ ମଧ୍ୟ ସେମାନେ ବର୍ଷ ବର୍ଷ ଧରି ଏକାଠି ରହିବାକୁ ପସନ୍ଦ କରୁଛନ୍ତି l  ବିନା ବିବାହ ରେ ଯଦି ପୁଅ – ଝିଅ ଏକାଠି ରହୁଛନ୍ତି ତେବେ ଏହାକୁ ଲିଭ ଇନ ରିଲେସନସିପ କୁହାଯାଉଛି l

ପୂର୍ବରୁ ଲୋକେ ଆରେଞ୍ଜ ମ୍ୟାରେଜ କୁ ଅଧିକ ଗୁରୁତ୍ୱ ଦେଉଥିଲେ , କିନ୍ତୁ ଆଜିକାଲି ପ୍ରାୟ ସମସ୍ତେ ଲଭ ମ୍ୟାରେଜ କୁ ଅଧିକ ଗୁରୁତ୍ୱ ଦେଉଛନ୍ତି ଓ ପସନ୍ଦ ମଧ୍ୟ କରୁନାହାନ୍ତି l ଏହାଛଡା ପୁଅ ଓ ଝିଅ ବିବାହ ପୂର୍ବରୁ ଦୁହେଁ ଦୁହିଁଙ୍କ ସହିତ ଏକାଠି ରହିବାକୁ ମଧ୍ୟ ପସନ୍ଦ କରୁଛନ୍ତି l ଏହାଦ୍ୱାରା ଦୁହେଁ ଦୁହିଁ ଙ୍କ ପସନ୍ଦ ନାପସନ୍ଦ ବିଷୟରେ ମଧ୍ୟ ଠିକ ଭାବରେ ଜାଣି ପାରୁଛନ୍ତି l  କିନ୍ତୁ କଣ କେବେ ଭାବିଛନ୍ତି ଏହାକୁ ଲିଭ-ଇନ -ରିଲେସନସିପ କାହିଁକି କୁହାଯାଇ ଥାଏ l ଲିଭ -ଇନ ଗୋଟିଏ ଏଭଳି ସ୍ଥିତି ଯେଉଁଥିରେ ଗୋଟିଏ କପଲ ଦୀର୍ଘଦିନ ଧରି ବିନା ବିବାହ ରେ ଏକାଠି ରହିବାକୁ ନିଷ୍ପତି ନେଇ ଥାଆନ୍ତି l ଲିଭ -ଇନ ଗୋଟିଏ ଏଭଳି ସ୍ଥିତି ଯେଉଁଥିରେ ଉଭୟ କପଲ ମାନସିକ ଓ ଶାରୀରିକ ଭାବରେ ଜଡିତ ରହି ଥାଆନ୍ତି l

ଏଭଳି ସମ୍ପର୍କ ରେ କୌଣସି ପ୍ରକାରର ଗଣ୍ଡଗୋଳ ହୋଇ ନଥାଏ, ଯଦି ବି ହୋଇଥାଏ ତେବେ ଖୁବ ଶୀଘ୍ର ସମାଧାନ ର ବାଟ ମଧ୍ୟ ଖୋଲି ଯାଇଥାଏ l ଏହା ଏଭଳି ଗୋଟିଏ ସମ୍ପର୍କ ଯାହା ଉଭୟ ଉଭୟଙ୍କୁ ବୁଝିବାରେ ଖୁବ ସହଜ ହୋଇଥାଏ l ଏବଂ ଉଭୟ ଙ୍କୁ ନେଇ ବିବାହ ସ୍ଥିତି ରେ ଠିଆ କରିଦେଇ ଥାଏ l ଅନେକ ସମୟ ରେ ଏଭଳି ସମ୍ପର୍କ ରେ ଫାଟ ମଧ୍ୟ ଆସିଯାଇ ଥାଏ l ଏକାଠି ରହିବାକୁ ଲିଭ-ଇନ କୁହାଯାଇ ଥାଏ l

* ଲିଭ-ଇନ ର ସାଇଡ ଇଫେକ୍ଟ –
– ଲିଭ-ଇନ ରେ ଦୀର୍ଘ ସମୟ ଧରି ରହିବା ଦ୍ୱାରା ଉଭୟ ପୁଅ ଓ ଝିଅ ଙ୍କ ମଧ୍ୟରେ ଅଧିକ କଳହ ସୃଷ୍ଟି ହୋଇଥାଏ l

– ଏବଂ ଉଭୟ ଉଭୟଙ୍କୁ ଅସମ୍ମାନ ଅଧିକ କରି ଥାଆନ୍ତି l

– ବୁଝାମଣା ର ଅଭାବ ଅଧିକ ଦେଖା ଯାଇଥାଏ l

– ତେଣୁ ଖୁବ କମ ସମୟ ପର୍ଯ୍ୟନ୍ତ ଲିଭ -ଇନ ରେ ଶୀଘ୍ର ବିବାହ କରିଯିବା ଜରୁରୀ l

– ନଚେତ ସମ୍ପର୍କ ରେ ଖୁବ ଶୀଘ୍ର ଫାଟ ଆସିଥାଏ l

Nalco

Leave A Reply