Odisha news

ଏଣିକି ଫୋନ କଲେ ଘରେ ପହଁଚିବ ମଦ

0

କେନ୍ଦ୍ରାପଡା :  ରାଜ୍ୟ ସରକାର ଅଭ୍ୟାସଗତ ମଦ୍ୟପଙ୍କ ପାଇଁ ଅନ ଲାଇନ ମଦ ବିକ୍ରି ଅବସ୍ଥାକୁ ଅନୁମୋଦନ କରିଛନ୍ତି । ମଦ ବ୍ୟବସାୟୀଙ୍କୁ ଫୋନ କରିବା ମାତ୍ରେ ଘରେ ଘରେ ମଦ ପହଁଚିବ ବୋଲି ନିଷ୍ପତି ନିଆ ଯାଇଛି । ମଦର ହୋମ ଡେଲିଭରି ପାଇଁ ଗ୍ରାହକଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡିବ । ମଦର ଧାର୍ଯ୍ୟ ଦର ଠାରୁ ଅତିରକ୍ତ ୫୦%କୋଭିଡ ଟ୍ୟାକ୍ସ ଲାଗୁ କରାଯିବ ।

ଏହା ସହ ମଦ ପହଁଚାଉଥିବା ଡେଲିଭରି ବୟ କୁ ବୋତଲ ପିଛା ୨୫ ଟଙ୍କା ସରଭିସ୍ ଚାର୍ଜ ଗ୍ରାହକଙ୍କୁ ଦେବାକୁ ପଡିବ । ଏହିଭଳି ବ୍ୟବସ୍ଥା କରି ମଦ ପିଉଥିବା ବ୍ୟକ୍ତିଙ୍କ ପାଇଁ ରାଜ୍ୟ ସରକାର କରୋନା କଟକଣା ମଧ୍ୟରେ ସୁବିଧା କରିଥିବା ଜଣା ପଡିଛି । ଅସନ୍ତା କାଲି ଠାରୁ ମଦ ଦୋକାନୀକୁ ମୋବାଇଲ ରେ ଫୋନ କଲେ ହୋମ ଡେଲିଭରି ରେ ମଦ ପହଁଚା ଯିବ ବୋଲି ନିଷ୍ପତି ନିଆଯାଇଛି ।

Nalco

Leave A Reply