Odisha news

ଛତିଶଗଡ଼ ରୁ ପେଟି ପେଟି ବିଦେଶୀ ମଦ କୋରାପୁଟ ଜିଲ୍ଲା କୁ ଆସୁଛି। ଅବକାରୀ ସବୁ ଜାଣି ଚୁପ ରହୁଛି।

0

ବୋରିଗୁମ୍ମା (K.Sakil Dora)– ସାରା ବିଶ୍ୱ ଆଜି ମହାମାରୀ କରୋନା ଭାଇରସ ସଂଗେ ଲଡେଇ କରୁଛି। କରୋନା ଭାଇରସ କୁ ପ୍ରତିରୋଧ କରିବା ପାଇଁ ପ୍ରଧାନମନ୍ତ୍ରୀ ତୃତୀୟ ପର୍ଯ୍ୟାୟରେ ମେ ‘ ୧୭ ତାରିଖ ପର୍ଯ୍ୟନ୍ତ ଲକ ଡାଉନ କରିଛନ୍ତି। କିନ୍ତୁ ଦେଶକୁ ତିନୋଟି ଯୋନ ରେଡ଼, ଅରେଞ୍ଜ ଓ ଗ୍ରୀନ ରେ ବିଭକ୍ତ କରାଯାଇଛି। ଅରେଞ୍ଜ ଓ ଗ୍ରୀନ ଯୋନ ଥିବା ଜିଲ୍ଲା ମାନଙ୍କ ପାଇଁ ଲକ ଡାଉନ କଟକଣା କୁ କୋହଳ କରିଛନ୍ତି କେନ୍ଦ୍ର ସରକାର। ଲକ ଡାଉନ ର ତୃତୀୟ ପର୍ଯ୍ୟାୟରେ ଗ୍ରୀନ ଯୋନ ରେ ମଦ ଦୋକାନ ଖୋଲି ପାରିବେ ବୋଲି କେନ୍ଦ୍ର ସରକାର ସଂକେତ ଦେଇଛନ୍ତି। ଯାହା ଫଳରେ ପ୍ରାୟ ରାଜ୍ୟରେ ମଦ ଦୋକାନ ଖୋଲିଲାଣି। କିନ୍ତୁ ଓଡ଼ିଶାରେ ଏପର୍ଯ୍ୟନ୍ତ  ମଦ ଦୋକାନ ଖୋଲି ନାହିଁ। କିନ୍ତୁ ପଡୋଶୀ ଛତିଶଗଡ଼ ରାଜ୍ୟରେ ମଦ ଦୋକାନ ଖୋଲିବା ଯୋଗୁଁ ଓଡ଼ିଶା ର ଛତିଶଗଡ ସୀମାନ୍ତ କୁ ଲାଗିଥିବା ଜିଲ୍ଲା ଗୁଡିକରେ ଛତିଶଗଡ଼ ବିଦେଶୀ ମଦ ଭାସୁଛି। କୋରାପୁଟ ଜିଲ୍ଲା ସୀମାନ୍ତ କୁ ଲାଗି ଛତିଶଗଡ଼ ରାଜ୍ୟର ବସ୍ତର ଜିଲ୍ଲା ରହିଛି। ବସ୍ତର ଜିଲ୍ଲାର ର ସଦର ମହକୁମା ହେଉଛି ଜଗଦଲପୁର। କୋରାପୁଟ ଜିଲ୍ଲା ର କୋଟପାଡ଼ ବ୍ଲକ କୁ ଛତିଶଗଡ଼ ସୀମାନ୍ତ ରହିଛି। କୋଟପାଡ଼ ସହର ରୁ ମାତ୍ର ୩୦ କିଲୋମିଟର ଦୂର ରେ ଜଗଦଲପୁର ଅବସ୍ଥିତ। ପ୍ରତିଦିନ ଜଗଦଲପୁର ରୁ ବିଭିନ୍ନ ଅତ୍ୟାବଶକ ସାମଗ୍ରୀ ଧରି ବିଭିନ୍ନ ମାଲ ଗାଡି ବୋରିଗୁମ୍ମା ଓ କୋଟପାଡ଼ ପହଂଚିଥାଏ। ଏମାନେ ଜଗଦଲପୁର ରୁ ବିଦେଶୀ ମଦ ଆଣି ବୋରିଗୁମ୍ମା ଓ କୋଟପାଡ଼ ରେ ବିକ୍ରୀ କରୁଥିବା ଅଭିଯୋଗ ହେଉଛି। ଛତିଶଗଡ଼ ବିଦେଶୀ ମଦ ର ଦାମ ଅଧିକ ହେଲେ ବି ମଦ୍ୟପ ମାନେ ଖୁସିରେ କିଣି ନିଅନ୍ତି। ଅବକାରୀ ବିଭାଗ ସବୁ ବି ଚୁପ ରହୁଥିବା ଦେଖାଦେଇଛି। ବୋରିଗୁମ୍ମା ବ୍ଲକ ସମେତ କୋରାପୁଟ ଜିଲ୍ଲାରେ ବିଦେଶୀ ମଦ ନ ପାଇ ମଦ୍ୟପ ମାନେ ସଲପ ରସ ପିଉଥିବା ଖବର ” ସମୟ ” ରେ ପ୍ରକାଶ ପାଇଥିଲା। ବର୍ତ୍ତମାନ ଛତିଶଗଡ଼ ରାଜ୍ୟର ବିଦେଶୀ ମଦ ମିଳିବା ଯୋଗୁଁ ମଦ ମାଫିଆ ଲାଲେ ଲାଲ ହେବା ସହ ରାଜ୍ୟର ରାଜସ୍ୱ ହାନି ହେଉଛି ଏଥିରେ ସନ୍ଦେହ ନାହିଁ।

Leave A Reply