Odisha news

କଣ ମଦ ଓ ସିଗାରେଟ ଏକତ୍ରୀତ ସେବନ କରିବା ଦ୍ୱାରା ହୋଇଥାଏ ମୃତ୍ୟୁ : ଆସନ୍ତୁ ଜାଣିବା କଣ କହୁଛି ରିସର୍ଚ୍ଚ

0

ଆଜିକାଲି ୟଙ୍ଗଷ୍ଟରଙ୍କ ପାଇଁ ମଦ ଓ ସିଗାରେଟ ଗୋଟିଏ ଟ୍ରେଣ୍ଡ ହୋଇ ଯାଇଛି l ଯେକୌଣସି ପାର୍ଟି ହୋଇଥାଉ ପଛେ ଏହି ୨ ଟି ଜିନିଷ ବିନା ପାର୍ଟି ଅଧୁରା – ଯେଉଁଠି ସ୍ମୋକିଙ୍ଗ ଦ୍ୱାରା ଯେଉଁଠି ଫୁସଫୁସ କ୍ୟାନ୍ସର , ହାର୍ଟ ରୋଗ , ଷ୍ଟ୍ରୋକ , କ୍ୟାନ୍ସର ଇତ୍ୟାଦି ହୋଇଥିବା ବେଳେ , ମଦ୍ୟପାନ ଦ୍ୱାରା ପାଟି, ଗାଲ ଓ ସ୍ତନ କ୍ୟାନ୍ସର , ଷ୍ଟ୍ରୋକ , ବ୍ରେନ ଡ୍ୟାମେଜ ଓ ହାର୍ଟ ଡିଜିଜ ର ବିପଦ ବଢି ଯାଇଥାଏ l ଏହି ୨ ଟି ଜିନିଷ ର କମ୍ବିନେଶନ ସ୍ୱାସ୍ଥ୍ୟ ପକ୍ଷରେ ଖୁବ କ୍ଷତି କାରକ ହୋଇଥାଏ l

* ଜୀବନ ପ୍ରତି ବିପଦପୂର୍ଣ୍ଣ :-
ମଦ୍ୟପାନ ଓ ସିଗାରେଟ ଏକ ସାଙ୍ଗରେ ସେବନ କରିବା ଦ୍ୱାରା ହାର୍ଟ ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି ହୋଇଥାଏ l ଧମନୀ ଗୁଡିକ ସଂକୁଚିତ ହୋଇ ଯାଇଥାଏ , ଏହାଛଡା ଉଚ୍ଚ ରକ୍ତଚାପ ହାର୍ଟ ସମସ୍ୟା ଦେଖା ଯାଇଥାଏ l

* ମଦ୍ୟ ପାନ ଲିଭର କୁ କ୍ଷତି ଘଟାଇଥାଏ ଓ ସିଗାରେଟ ଏହାକୁ ଆହୁରି ଗମ୍ଭୀର କରି ଦେଇଥାଏ l ଏହି ୨ ଟି ଜିନିଷ କୁ ଏକ ସାଙ୍ଗରେ ସେବନ କରିବା ଦ୍ୱାରା ଲିଭର ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଥାଏ l

* ମଦ୍ୟପାନ ଓ ଧୂମ୍ରାପନ ଦୁଇଟି ଜିନିଷ ଅଲଗା ଅଲଗା ପ୍ରକାରର କ୍ୟାନ୍ସର କୁ ଉତ୍ପନ କରି ଥାଆନ୍ତି l ଏହି ୨ ଟି ଜିନିଷ ପୃଥକ ପୃଥକ କ୍ୟାନ୍ସର ର କାରଣ ହୋଇଥାଏ l

* ମଦ୍ୟପାନ ଓ ତମ୍ବାଖୁ ସେବନ ସ୍ୱାସ୍ଥ୍ୟ ପକ୍ଷରେ କଦାପି ଠିକ ନୁହେଁ l ଏହି ୨ ଟି ଜିନିଷ ମସ୍ତିଷ୍କ ଉପରେ ଗଭୀର ପ୍ରଭାବ ପକାଇଥାଏ l ଏହା ମସ୍ତିଷ୍କ ର ସ୍ନାୟୁ କୁ ପ୍ରଭାବିତ କରିଥାଏ l ଯାହାଦ୍ୱାରା ମସ୍ତିଷ୍କ ର କାର୍ଯ୍ୟ ଦକ୍ଷତା ହ୍ରାସ ପାଇଥାଏ l

Nalco

Leave A Reply