ସୋର : ଗତ କିଛି ଦିନ ହେଲା ହାତୀଖୋଲିଆଠାରୁ ମାଣିପୁର ସଂରକ୍ଷିତ ଜଙ୍ଗଲ ପାଦ ଦେଶର ବିଭିନ୍ନ ସ୍ଥାନରେ ବନବିଭାଗ ଅଧିକାରୀ ଓ କର୍ମଚାରୀଙ୍କ ଗୋଚରରେ ମଦ ମାଫିଆମାନଙ୍କର ଆଡ୍ଡାସ୍ଥଳୀ ପାଲଟିଥିବା ବେଳେ ବେଫିକର ଭାବେ ପ୍ରଚୁର ପରିମାଣର ମଦ ପ୍ରସ୍ତୁତ କରାଯାଇ ବିଭିନ୍ନ ସ୍ଥାନକୁ ବିନା ବାଧାରେ ଚାଲାଣ କରାଯାଇଛି । ଖବର ପାଇ ଦେବଗିରି ସଂରକ୍ଷିତ ଜଙ୍ଗଲ ପାଦଦେଶ ସୋର ବ୍ଲକ ଗୋପୀନାଥପୁର ପଞ୍ଚାୟତ ବାଘଆମ୍ପୁଡ଼ା ଏବଂ ବାଉଁଶପାଳ ନିକଟସ୍ଥ ଜଙ୍ଗଲରେ ଭ୍ରାମ୍ୟମାଣ ଅବକାରୀ ଟିମ ଚଢ଼ାଉ କରି ବିପୁଳପରିମାଣର ରନ୍ଧା ମଦ ପୋଚ ଏବଂ ମଦ ରନ୍ଧା ସରଞ୍ଜମ ଜବତ କରି ଜଣକୁ ଗିରଫ କରିଛି ।
ସୋର ବ୍ଲକ ଗୁଡ଼୍ ଅଞ୍ଚଳରୁ ରମେଶ ଚନ୍ଦ୍ର ରାଉଳଙ୍କ ନିକଟରୁ ୨୫୦ଲିଟର ଦେଶୀମଦ ଏବଂ ୯ ଲିଟର ବିଦେଶୀମଦ ଜବତ କରାଯାଇ ଗିରଫ କରି କୋର୍ଟ·ଲାଣ କରାଯାଇଛି । ଆଜି ସକାଳେ ବାଲେଶ୍ୱର ଭ୍ରାମ୍ୟମାଣ ଟିମ୍ ଇନ୍ସପେକ୍ଟର ଗାଲୁରାମ ସୋରେନ୍ ଓ ସୋର ଅବକାରୀ ଅଧିକାରିଣୀ ସ୍ୱାତୀ ପଟ୍ଟନାୟକଙ୍କ ନେତୃତ୍ୱରେ ଚଢ଼ାଉ କରି ଜଙ୍ଗଲ ଅଞ୍ଚଳରେ ୧୦ ହଜାର ଲିଟରରୁ ଅଧିକ ମଦ ପୋଚ, ବହୁ ପରିମାଣର ରନ୍ଧା ମଦ ସହ ମଦରନ୍ଧା ସାମଗ୍ରୀ ଜବତ କରାଯାଇଛି । ଏଥି ସହିତ ଏଥିରେ ସଂପୃକ୍ତ ଦିଗିଭଁଅରା ଅଞ୍ଚଳର ମାଧବାନନ୍ଦ ସାହୁକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏହି ଚଢ଼ାଉରେ ଭାସ୍କର ବେହେରା, ଦେବାଶିଷ ମଲ୍ଲିକ, ମିନତି ଜେନା, ତପନ ମଲ୍ଲିକ ପ୍ରମୁଖ ସାମିଲ ଥିଲେ ।