Odisha news

ଆପଣଙ୍କ ଓଠର ସେପ କହିବ ଆପଣଙ୍କ ପର୍ସନାଲିଟି ର ରହସ୍ୟ 

0
ମୁଖମଣ୍ଡଳ ର ଆକର୍ଷଣୀୟ ଅଙ୍ଗ ହେଉଛି ଓଠ ବା ପାଟି l ଦୁନିଆର ସମସ୍ତ ବିଶେଷଜ୍ଞ ଆମ ଓଠର ଆକାର ଓ ମନୋବିଜ୍ଞାନ ସାରାଂଚନା ମଧ୍ୟରେ ଗଭୀର ସମ୍ପର୍କ ରହିଛି l ଏହି ଆଧାରରେ ଆଜି ଆମେ ଆପଣଙ୍କୁ ଓଠ ର ଆକାର ଆଧାରରେ ପର୍ସନାଲିଟି ଓ ସ୍ଵଭାଵ ବିଷୟରେ ଜଣାପଡ଼ିଥାଏ l
* ପତଳା ଓଠ ଥିବା ବ୍ୟକ୍ତି ଏକୁଟିଆ ରହିବାକୁ ପସନ୍ଦ କରି ଥାନ୍ତି l ଏମାନେ ଏକ୍ସଟ୍ରାବୋର୍ଟ – ଇଣ୍ଟରବୋର୍ଟ ଲୋକଙ୍କର ଉଦାହରଣ ଅଟନ୍ତି l ଏହି ବ୍ୟକ୍ତି ମାନଙ୍କ ହୃଦୟ ଖୁବ ସଫା ଓ ନିର୍ମଳ ଅଟେ l
* ଚଉଡା ରେ ଛୋଟ ଓ ମୋଟା ଓଠ ଥିବା ବ୍ୟକ୍ତି ନିଜକୁ ସର୍ବଦା ପ୍ରାଥମିକତା ଦେଇଥାଆନ୍ତି , ଏହାର ଅର୍ଥ ନୁହେଁ ଯେ ସେମାନେ ସ୍ୱାର୍ଥପର ଅଟନ୍ତି l କିନ୍ତୁ ସେମାନେ ସବୁଠି ନିଜର ପ୍ରାଧାନ୍ୟ ଖୋଜି ଥାଆନ୍ତି l
* ଯେଉଁ ଲୋକ ମାନଙ୍କର ଓଠ ସ୍ୱାଭାବିକ ଭାବରେ ବଡ଼ ଓ ମୋଟା ହୋଇଥାଏ ଏବଂ ଉପର ଓ ତଳ ଓଠ ସମାନ ରହିଥାଏ ସେମାନେ ସହାନୁଭୂତିଶିଳ ଅଟନ୍ତି ଏବଂ ଖୁବ ସୁଦୃଢ଼ ମାତୃ ପ୍ରେମୀ ମଧ୍ୟ ଅଟନ୍ତି l
* ମାଧ୍ୟମ ଆକାର ଓଠ ଥିବା ବ୍ୟକ୍ତି ଖୁବ ସନ୍ତୁଳିତ ମନର ହୋଇ ଥାଆନ୍ତି l ଏମାନଙ୍କ ଉପର ଓ ତଳ ଓଠ ପ୍ରାୟ ସମାନ ଥାଏ l ଏମାନେ ଯେକୌଣସି ପରିସ୍ଥିତିରେ ଖୁବ ଶୀଘ୍ର ଆଡ଼ଜଷ୍ଟ କରି ଯାଆନ୍ତି l
* ଯେଉଁ ବ୍ୟକ୍ତିଙ୍କର ଉପର ଓଠ ତଳ ଓଠ ତୁଳନାରେ ବଡ଼ ହୋଇଥାଏ ସେମାନେ ମନରୁ ଖୁବ କଠୋର ହୋଇ ଥାଆନ୍ତି l ଏହି ବ୍ୟକ୍ତିମାନେ ଖୁବ ବିନମ୍ର ଜୀବନ ଶୈଳୀ ରେ ବିଶ୍ୱାସ କରନ୍ତି l ଏବଂ ଅନାବଶ୍ୟକ ଭୌତିକ ସମ୍ପତି ପ୍ରତି ଆସକ୍ତ ନଥାଆନ୍ତି l
* ଯାହାର ଉପର ଓଠ ପତଳା ଓ ତଳ ଓଠ ମୋଟା ଥାଏ ସେମାନେ ସର୍ବଦା ନିଜକୁ ଖୁସି ରଖିବାକୁ ଚେଷ୍ଟା କରି ଥାଆନ୍ତି ଏବଂ ଲଗାତାର ମଉଜ ମଜଲିସ କରିବାକୁ ଚାହିଁ ଥାଆନ୍ତି l
Nalco

Leave A Reply