Odisha news

ଲାଇଟର ମୂଲ୍ୟ ୪ କୋଟୀ ଟଙ୍କା

0

ଆପଣ ମାନେ ଦୁନିଆରେ ଗୋଟିଏ ରୁ ଗୋଟିଏ ଦାମୀ ଜିନିଷ ଥିବାର ଦେଖିଥିବେ, ଏବଂ ସେ ଗୁଡିକ ବିଷୟରେ ଶୁଣିଥିବେ ମଧ୍ୟ l କିନ୍ତୁ କଣ ଆପଣ ଜାଣିଛନ୍ତି ଦୁନିଆର ସବୁଠୁ ଦାମୀ ଲାଇଟର  ର ମୂଲ୍ୟ କେତେ ହୋଇଥିବ ? ହଁ ଆଜ୍ଞା ସୋସିଆଲ ମିଡିଆରେ ଦୁନିଆର ସବୁଠୁ ମହଙ୍ଗା ଲାଇଟର ପ୍ରସ୍ତୁତ କରୁଥିବା ର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି l ଏହି ଲିଟର ମୂଲ୍ୟ ରେ ଗୋଟିଏ ଫରାରି କାର ମଧ୍ୟ ଆସିଯିବ l

ଫ୍ରାନ୍ସର ଲଗଜୁରି ବ୍ରାଣ୍ଡ ଏସଟି ଡିୟୁପଣ୍ଟ ଙ୍କ ଦ୍ୱାରା ଫ୍ରାନ୍ସିସି ଇତିହାସ ପ୍ରତି ଦୁର୍ବଳତା ଥିବା ହଙ୍ଗକାଙ୍ଗ ର ଅରବପତି ସ୍ଟିବନ ହଂ ଙ୍କର ବିଶେଷ ଅନୁରୋଧ କ୍ରମେ ଲୁଇ XIII ଫ୍ଲାଏଓର ଡେ ସିଗାରେଟ ଲିଟର ଉପରେ କାମ କରିବା ଆରମ୍ଭ କଲେ l କ୍ଳାଈଂଟ ର ସ୍ପେଶାଲ ଡିମାଣ୍ଡ ଥିଲା ଯେ ଏହି ପ୍ରୋଜେକ୍ଟ ରେ କେବଳ ଫ୍ରାଂସୀସୀ ସଂକୃତି ଓ ଇତିହାସ ର ଗହନ ଜ୍ଞାନ ଥିବା ଜ୍ଞାନୀ ଦ୍ୱାରା ପୁରା କରାଯାଇ ପାରିବ l ଏବଂ ଏହି ଲାଇଟର କୁ ପ୍ରସ୍ତୁତ କରିବା ପାଇଁ ୮୦ ଜଣ କାରିଗର ଙ୍କର ଗୋଟିଏ ଟିମ୍ ଙ୍କ ସହିତ ୬ ମାସ କାମ କରିବା ଆରମ୍ଭ କରିଥିଲେ ଏବଂ ଦୁନିଆର ସବୁଠୁ ମୂଲ୍ୟବାନ ଲାଇଟର ପ୍ରସ୍ତୁତ କରିବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ l

୧୫୨ ନିଲମ ଓ ସୁନାରେ ପ୍ରସ୍ତୁତ ହୋଇଥିଲା ଏହି ଲାଇଟର , ଯେଉଁଥିରେ ସୁନାର ଓଜନ ଥିଲା ୪୦୦ ଗ୍ରାମ ଏବଂ ୪୮ କ୍ୟାରେଟ ର ନିଲମ ରେ ଏହାକୁ ସଂଜିତ କରାଯାଇ ଥିଲା l ଏବଂ ଏହି ଲାଇଟର ର ମୂଲ୍ୟ ରହିଛି ୫୦୦,୦୦୦ ଡଲାର ରଖାଯାଇଛି l ଯାହାର ମୂଲ୍ୟ ଭାରତୀୟ ମୁଦ୍ରାରେ ୪ କୋଟି ଅଟେ l ଏକ ଦଶକ ରୁ ଉର୍ଧ୍ଵ ହେଲାଣି ଏହା ଦୁନିଆର ସବୁଠୁ ମୂଲ୍ୟବାନ ଲାଇଟର ହୋଇ ରହିଛି l

Har Ghar Tiranga

Leave A Reply