Editorial by ଡକ୍ଟର ତପନ କୁମାର ଚାନ୍ଦ ,ପୂର୍ବତନ ଅଧ୍ୟକ୍ଷ, ନାଲ୍କୋ : ମାନବ ସମାଜର ଇତିହାସରେ ଜୀବନ ଓ ଜୀବିକାର ସୁରକ୍ଷା ସର୍ବଦା ସମାଜ ଏବଂ ରାଷ୍ଟ୍ରର ପ୍ରଥମ କର୍ତ୍ତର୍ବ୍ୟ । ଅତୀତରେ ସ୍ପେନିସ ଇନଫ୍ଲୁଏନସଜା (୧୯୧୮-୨୦), ବୁବୋନିକ୍ ପ୍ଲେଗ୍(୧୩୪୬-୫୩), ଏସିଆନ୍ ଫ୍ଲୁ, କଲେରା, ସ୍ମଲ୍ପକ୍ସ ଭଳି ମହମାରୀ ଜୀବନ ଓ ଜୀବିକା କ୍ଷେତ୍ରରେ ଅନେକ ବିପର୍ଯ୍ୟୟ ସୃଷ୍ଟି କରଥିଲେ । ଚୀନ୍ର ଉହାନରୁ ବିଶ୍ୱର ୨୧୩ ଦେଶକୁ ସଂକ୍ରମିତ ହୋଇଥିବା କୋଭିଡ୍-୧୯ ଏବେ ୩ ନିୟୁତ ଲୋକଙ୍କୁ ଆକ୍ରାନ୍ତ କରି ସାରିଥିବାବେଳେ ଏଥିରେ ମୃତୁ୍ୟ ସଂଖ୍ୟା ୨ ଲକ୍ଷରୁ ଅଧିଳ ହେଲାଣି । ମୃତକ ଓ ଅକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ଆଶଙ୍କାକୁ ନେଇ ବିଶ୍ୱରେ ଏକ ଆତଙ୍କ ହୋଇଛି । ଏପରିକି ବ୍ରାଜିଲ ଭଳି କିଛି ଦେଶ ମୃତକଙ୍କ ପାଇଁ ଗୋଷ୍ଠୀ କବର ଖୋଳି ସାରିଲେଣି ।
କବର ସ୍ଥାନରେ ସ୍ଥାନ ଅଭାବ ହେତୁ ବେଲଜିଅମ୍ କବର ଦେବା ପରିବର୍ତ୍ତେ ମୃତକଙ୍କୁ ପୋଡ଼ି ଦିଆଯାଉଛି । ଏପରିକି ଇକୁଏଡର୍ ଭଳି ଦେଶରେ ଲୋକମାନେ ମୃତକର ଶବକୁ ରାସ୍ତା ଉପରେ ଛାଡ଼ି ଚାଲି ଯାଉଛଂତି । ଭୟ ଓ ହତାଶରେ ଜନସାଧାରଣ ସଂପୂର୍ଣ୍ଣ ଭାବରେ ମ୍ରିୟମାଣ । ଆଜି ପର୍ଯ୍ୟନ୍ତ ଏହି ମହାମାରୀ ପାଇଁ କୌଣସି ପ୍ରତିଷେଧକ ବାହାରି ନ ଥିବାରୁ ପ୍ରାଚୀନ କାଳରୁ ଚଳିତ ସାମାଜିକ ଦୂରତା ଏବଂ ସଙ୍ଗରୋଧକୁ ହିଁ ଏକମାତ୍ର ଉପାୟ ଭାବେ ବିବେଚନା କରାଯାଉଛି ।
ତେବେ କେବଳ ତଫାତ୍ ହେଲା ବର୍ତର୍ମାନର ତାଲାବନ୍ଦ, ସଟ୍ଡାଉନ୍, ଅବରୋଧ ଆଦି କେଉଁ ଦେଶରେ କିଭଳି କାର୍ଯ୍ୟକାରୀ ହେଉଛି, କେତେ ମାନବିକତାର ସହିତ ଏହାକୁ ଲାଗୁ କରାଯାଉଛି ତାହା ହିଁ ସଫଳତାର ମାନଦଣ୍ଡ । ରୋଗରେ ପୀଡ଼ିତ ଲୋକଙ୍କୁ ପୋଡ଼ି ଦିଆଯିବା ନେଇ ପୁରାତନ ସମୟରୁ ବହୁ ଲୋମହର୍ଷଣକାରୀ କାହାଣୀ ଏବେବି ମନ ମଧ୍ୟରେ ଭୟ ସଂଚାର କରେ । ଆଧୁନିକ ଯୁଗରେ ନିଷ୍ଠୁରତା ପରିବର୍ତ୍ତେ ମାନବିକତାର ସହିତ ଲକ୍ଡାଉନ୍ର ପ୍ରଣୟନ ମାନବ ସମାଜର ବିକାଶ, ଗଣତନ୍ତ୍ରର ସଫଳତା ଏବଂ ଗଣମାଧ୍ୟମର ତତ୍ପରତା ଉପରେ ବିଶେଷ ଭାବରେ ନିର୍ଭର କରୁଛି । ସାମାଜିକ ଦୂରତାରେ ମାନବିକତା ସଫଳତାର ମାପକାଠି ।
ଯେହେତୁ ଆମେ ଏବେ ଏକ ଜନବହୁଳ ସମାଜ ରେ ବସବାସ କରୁଛୁ, ଯେ କୌଣସି ମୂଲ୍ୟ ଦେଇ ସମାଜର ସର୍ବାଧିକ ଲୋକଙ୍କର ସୁରକ୍ଷା ହେଉଛି ସର୍ବପ୍ରଥମ ଆବଶ୍ୟକତା । ଏହା ବର୍ତର୍ମାନର ସରକାରଙ୍କୁ ଜନସାଧାରଣଙ୍କ ସହମତିରେ ଶକ୍ତିଶାଳୀ କରୁଛି । ତେବେ ରୋଗରୁ ସୁରକ୍ଷା ଦେବାକୁୁ ଯାଇ କର୍ତୃପକ୍ଷଙ୍କ ମାତ୍ରାଧିକ କାର୍ଯ୍ୟ ନୂଆ ସମସ୍ୟା ସୃଷ୍ଟି କରିବା ଆଶଙ୍କାକୁ ଏଡ଼ାଇ ହେବନି । ଲୋକଙ୍କ ମନରେ ଅସନ୍ତୋଷ ହେଲେ ସରକାର ଲୋକପ୍ରିୟ ହୋଇ ପାରିବେନି । ଯେହେତୁ କରୋନା ବିରୋଧରେ ଯୁଦ୍ଧ ଦୀର୍ଘଦିନ ଧରି ଜାରି ରହିପାରେ ତାହାକୁ ଦୃଷ୍ଟିରେ ରଖି ଲକ୍ଡାଉନ୍ ଯେଭଳି ସହଜରେ ଆଦ୍ରୁତ ହୋଇ ପାରିବ ସେଭଳି ବ୍ୟବସ୍ଥା ହେବା ଉଚିତ ।
ଜୀବନ ରକ୍ଷା କରିବାକୁ ହେଲେ ଆମ ଜୀବନଶୈଳୀ ବଦଳାଇବାକୁ ପଡ଼ିବ । ଅନ୍ତତଃପକ୍ଷେ କିଛି ସମୟ ପାଇଁ ସାମାଜିକ ଦୂରତାକୁ ମୁଖ୍ୟ ଭାବେ ଧରି ନେଇ ଏକ ନୂଆ ସ୍ୱାଭାବିକତା ବଜାୟ ରଖିବାକୁ ହେବ । ବିଗତ ମହାମାରୀଗୁଡ଼ିକୁ ବିଚାରକୁ ନେଇ ଦେଖିଲେ ଏହି କଠିନ ସମୟ ମଧ୍ୟ ଦୀର୍ଘସ୍ଥାୟୀ ହେବ ନାହିଁ । କିନ୍ତୁ ଏହି ମହାମାରୀ ଆମକୁ ଯେଉଁ କେତେକ ନୂତନ ଜୀବନ ଶୈଳୀ ଶିଖାଇଛି ତାହା ଚିର ଦିନ ଧରି ରହିବାର ଆଶା ଅଛି । ଉଦାହରଣ – ପୂର୍ବରୁ କରମର୍ଦ୍ଦନ ପରିବର୍ତେ ନମସ୍କାର କରିବା ଏବଂ ନିଜ ଓ ପରିବେଶର ସ୍ୱଚ୍ଛତା, ବାରମ୍ବାର ହାତ ଧୋଇବା ଇତ୍ୟାଦି ଆମ ସଂସ୍କୃୃତିରେ ଏକ ଅଙ୍ଗ । ଅନାବଶ୍ୟକ ଭାବେ ଖର୍ଚ୍ଚ, ସାମାଜିକ ଗହଳି, ପାର୍ଟି ଇତ୍ୟାଦିରେ ବିପୂୁଳ ବ୍ୟୟ ମଧ୍ୟ ସାମାଜିକ ଭାବେ ଲାଭପ୍ରଦ ନୁହେଁ । ପରିବାରକୁ ମୂଳ ସାମାଜିକ ବ୍ୟବସ୍ଥା ଭାବେ ଗ୍ରହଣ କରି ସେଠାକୁ ଫେରି ଆସିବା ପାଶ୍ଚାତ୍ୟ ଦେଶରେ ଏବେ ଆଦୃତ ଏବଂ ଭାରତର ସାମାଜିକ ବ୍ୟବସ୍ଥାରେ ପରିବାରର ଭୂମିକା ଏବେ ଅନେକ ମହତ୍ୱପୂର୍ଣ୍ଣ ହୋଇଛି । ଏହି ସଂକଟ ସମୟରେ ଲୋକଙ୍କର ସକାରାତ୍ମକ ମନୋଭାବର ମଧ୍ୟ ପ୍ରତିଫଳନ ହୋଇ ପାରିଛି ।
ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହେଉଛି ଜୀବିକା । ଆମର ସମ୍ବିଧାନରେ ମଧ୍ୟ ଜୀବନ ପାଇଁ ଜୀବିକାକୁ ସର୍ବାଧିକ ଆବଶ୍ୟକ ଭାବେ ଗୁରୁତ୍ୱ ଦିଆଯାଇଛି । କୋଭିଡ୍-୧୯ କେବଳ ଯେ ଜୀବନକୁ ପ୍ରଭାବିତ କରିଛି, ତାହା ନୁହେଁ, ଜୀବିକାକୁ ମଧ୍ୟ ଗୁରୁତର ଭାବେ ପ୍ରଭାବିତ କରିଛି । ଲକ୍ଡାଉନ୍ ଯୋଗୁ ଅର୍ଥନୈତିକ କାର୍ଯ୍ୟକଳାପ ବ୍ୟାହତ ହୋଇଛି । ଲୋକଙ୍କୁ ସେମାନଙ୍କ ଜୀବିକା ଅର୍ଜନ କରିବାର ବାଟ ଏହା ବନ୍ଦ କରି ଦେଇଛି । ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍ଏଫ) ପୂର୍ବାନୁମାନ କରିଛି ଯେ କରୋନା ମହାମାରୀ ଶେଷ ହେବା ବେଳେକୁ ୫୦୦ ନିୟୁତ ଲୋକ ଦାରିଦ୍ର ସୀମା ତଳକୁ ଚାଲି ଯାଇଥିବେ । ବିଶ୍ୱସ୍ତରରେ ପ୍ରାୟ ୯ ଟ୍ରିଲିଅନ୍ ଡଲାର କ୍ଷତି ହେବ ବୋଲି ଆକଳନ କରାଯାଇଛି ।
ଲକ ଡାଉନ ର ସମୟରେ ଭାରତ ଦିନକୁ ୩୫,୦୦୦ କୋଟି ଟଙ୍କାର କ୍ଷତି ସହୁଛି । ଏକ ସର୍ଭେରୁ ଜଣାପଡ଼ିଛି ଯେ ଭାରତରେ ୧୨୦ ନିୟୁତ ଲୋକ ସମାୟିକ ଭାବେ ନିଯୁକ୍ତି ହରାଇ ସାରିଛନ୍ତି । ଅଣ ସଂଗଠିତ କ୍ଷେତ୍ର ସବୁଠାରୁ ଅଧିକ ପ୍ରଭାବିତ ହୋଇଛି । ନିର୍ମାଣ କ୍ଷେତ୍ରରେ ୫୬ ନିୟୁତ ଶ୍ରମିକ ପ୍ରଭାବିତ ହୋଇଥିବାବେଳେ ପର୍ଯ୍ୟଟନ, ପରିବହନ ଓ ହୋଟେଲ ଶିଳ୍ପରେ ୫୦ ନିୟୁତ, ଖୁଚୁରା କ୍ଷେତ୍ରରେ ୪୭ ନିୟୁତ, ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ୭୦ ଲକ୍ଷ ଏବଂ ଇ-କମର୍ସ କ୍ଷେତ୍ରରେ ୧୫ ଲକ୍ଷ ପ୍ରଭାବିତ ହୋଇଛନ୍ତି ।
କ୍ଷେତ୍ରଭିତିିକ ବିଶ୍ଳେଷଣରୁ ଜଣାପଡ଼ିଛି ଯେ କୃଷି କ୍ଷେତ୍ରରେ ତାଲାବନ୍ଦର ପ୍ରଭାବ ଅପେକ୍ଷାକୃତ କମ୍ ରହିବ । କୃଷି କ୍ଷେତ୍ରର ଏବେ ଜିଡିପିର ୧୭ ପ୍ରତିଶତ ଅବଦାନ ରହିଛି । ଏହା ୪୩ ପ୍ରତିଶତ ଶ୍ରମ ଶକ୍ତିକୁ ନିଯୁକ୍ତ କରିଥାଏ । ପାଣିପାଗ ବିଭାଗ ଦ୍ୱାରା ସ୍ୱାଭାବିକ ମୌସୁମୀ ବର୍ଷା ନେଇ ସୂଚନା ଥିବାବେଳେ କୃଷି କାର୍ଯ୍ୟ ମଧ୍ୟ ଠିକ୍ ସମୟରେ ଆରମ୍ଭ ହେଉଥିବାରୁ ଏହି କ୍ଷେତ୍ରରେ ପ୍ରଭାବ ଅପେକ୍ଷାକୃତ କମ୍ ରହିବ । ଦେଶର ଜିଡିପିର ୩୦ ପ୍ରତିଶତ ଆସୁଛି ଖଣି ଏବଂ ଶିଳ୍ପ କ୍ଷେତ୍ରରୁ । ଯଦିଓ ଲକ୍ଡାଉନ୍ରେ ଖଣି କ୍ଷେତ୍ର ଛାଡ଼ ପାଇଛି ତଥାପି ଟ୍ରକ୍ ଯୋଗେ ଖଣିଜ ଦ୍ରବ୍ୟ ପରିବହନ ଗୁରୁତର ଭାବରେ ପ୍ରଭାବିତ ହୋଇଛି । ବୃଡତ ଶିଳ୍ପ ସଂସ୍ଥାଗୁଡ଼ିକୁ ଉତ୍ପାଦନ ଜାରି ରଖିବା ପାଇଁ ଅନୁମତି ଦିଆଯାଇଥିଲା । ତେଣୁ ପ୍ରଥମ ୧୫ ଦିନ ଲକ୍ଡାଉନ୍ର ପ୍ରତିକୂଳ ପ୍ରଭାବ ଖୁବ୍ କମ୍ ଥିଲା । କିନ୍ତୁ ପରେ ପରିବହନ, ବଜାର ଆଦିରେ ବ୍ୟାଘାତ ହେତୁ ଉତ୍ପାଦିତ ସାମଗ୍ରୀର ପରିମାଣ ବୃଦ୍ଧି ପାଇଛି । ଯାହାର ପଶ୍ଚାତ ପ୍ରଭାବ ଉତ୍ପାଦନ ଉପରେ ମଧ୍ୟ ପଡ଼ିଛି ।
ଆମ ଦେଶରେ ଜିଡିପିର ୫୩ ପ୍ରତିଶତ ବାଣିଜ୍ୟ ଓ ସେବା କ୍ଷେତ୍ରରୁ ଆସିଥାଏ । କିନ୍ତୁ ପରିବହନ, ପର୍ଯ୍ୟଟନ, ହୋଟେଲ, ମନୋରଂଜନ ଆଦି ଶିଳ୍ପ ଯାହାକି ୫୦ ନିୟୁତ ଲୋକଙ୍କୁ ନିଯୁକ୍ତି ଦେଇ ଆସୁଛି; ସାମାଜିକ ଦୂରତା ଯୋଗୁଁ ସେସବୁ ବିପର୍ଯ୍ୟସ୍ତ ହୋଇପଡ଼ିଛି ଏବଂ ଏହି ସବୁ କ୍ଷେତ୍ର ଲକ୍ଡାଉନ୍ ଉଠିବାର ଶେଷ ପର୍ଯ୍ୟାୟରେ ଯାଇ ଖୋଲିବ । ତେଣୁ ୨୦୨୦-୨୧ ପ୍ରଥମ ଭାଗର ଶେଷ ଆଡ଼କୁ ଯାଇ ଏସବୁ କ୍ଷେତ୍ରରେ ସୁଧାର ଆସିବ । କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବା ଏମ୍ଏସଏମ୍ଇ ହେଉଛି ସର୍ବାଧିକ ପ୍ରଭାବିତ । ୧୧୧ ନିୟୁତ ଲୋକଙ୍କୁ ନିଯୁକ୍ତି ଦେଉଥିବା ଏହି କ୍ଷେତ୍ରରେ ୬୩ ନିୟୁତ ଉଦ୍୍େୟାଗ ରହିଛି । ଦେଶର ରପ୍ତାନିର ୪୦ରୁ ୪୫ ପ୍ରତିଶତ ଏବଂ ଜିଡିପିର ୨୯ ପ୍ରତିଶତ ଏହି କ୍ଷେତ୍ର ଯୋଗାଇଥାଏ । ଏହି ଏମଏସଏମଇଗୁଡ଼ିକ ମଧ୍ୟରୁ ୯୦ ପ୍ରତିଶତ ହେଉଛି ଲଘୁ ଏବଂ ଜଣେ ଜଣେ ବ୍ୟକ୍ତିଙ୍କ ମାଲିକାନାରେ ଥିବା ଉଦ୍୍େୟାଗ । ଏଗୁଡ଼ିକ ଅତ୍ୟନ୍ତ ଦୁର୍ବଳ ହୋଇଥିବାରୁ ଲକ୍ଡାଉନ୍ ଏସବୁକୁ ପଙ୍ଗୁ କରିଦେବ ।
ଲକ ଡାଉନ ର ସମୟରେ ସବୁ ଏମଏସଏମ୍ ବନ୍ଦ ହୋଇ ଯାଇଛି । ଖୁବ୍ କମ୍ ଆୟ କରୁଥିବାରୁ ଏହି ସବୁ କ୍ଷେତ୍ର ଲକ୍ଡାଉନ୍ ସମୟରେ ନିଜ କର୍ମଚାରୀଙ୍କୁ ବେତନ ଦେବାରେ ସମର୍ଥ ନୁହନ୍ତି । ଏହି ସବୁ ଉଦ୍ୟୋଗରେ ଅଧିକାଂଶ ବାହାରୁ ଆସୁଥିବା ଶ୍ରମିକଙ୍କୁ ନିଯୁକ୍ତି ଦେଇଥାନ୍ତି । ମଜୁରୀ ପାଇ ନଥିବା ଏହି ଶ୍ରମିକମାନେ ଲକ୍ଡାଉନ୍ ପରେ ଫେରିବା ଆଶା କମ୍ । ବହୁ ସଂଖ୍ୟାରେ କ୍ଷୁଦ୍ର, ମଧ୍ୟମ ଓ ଲଘୁ ଶିଳ୍ପ ସଂସ୍ଥା ଇଏମ୍ଆଇ, ଘର ଭଡ଼ା, ବିଦୁ୍ୟତ୍ ବିଲ୍ ଇତ୍ୟାଦି ସବୁ କ୍ଷେତ୍ରରେ ସମସ୍ୟାରେ ରହିଛନ୍ତି । ତେଣୁ ଏସବୁକୁ ଦୃଷ୍ଟି ଦିଆଯିବା ଆବଶ୍ୟକ । ଏ ଦିଗରେ ନିମ୍ନୋକ୍ତ କିଛି ପ୍ରସ୍ତାବକୁ ବିଚାରକୁ ନିଆଯିବା ଉଚିତ ।
-ଲକଡାଉନ ର ସମୟରେ ଏବଂ ଲକ୍ଡାଉନ୍ ପରେ ଶ୍ରମିକଙ୍କୁ ଦରମା ଦେବାକୁ ବିନା ସୁଧରେ ଋଣ ପ୍ରଦାନ ସହିତ ରିଜର୍ଭ ବ୍ୟାଙ୍କ ନିର୍ଦେଶ ଅନୁଯାୟୀ ଋଣର ଇଏମ୍ଆଇ ସ୍ଥଗିତ ରଖିବା
-ବିଜୁଳୀ ଶୁଳ୍କ, ଇଏସଆଇ ଏବଂ ପିଏଫ୍ର ମାସିକ ଜମାରେ ରିହାତି ପ୍ରଦାନ
-ଗଚ୍ଛିିତ ଥିବା ଉତ୍ପାଦିତ ସାମଗ୍ରୀ ବିକ୍ରି କରିବାରେ ସୁବିଧା ପ୍ରଦାନ
-ବୃହତ ଶିଳ୍ପ ସଂସ୍ଥା ଦ୍ୱାରା ଆବଶ୍ୟକ ସହଯୋଗ
-ଉତ୍ପାଦନ କ୍ଷେତ୍ରରେ ଥିବା ଏମ୍ଏସ୍ଏମ୍ଇକୁ ମଦର୍ ପ୍ଲାଂଟଣ୍ଟସହଯୋଗ କରିବା କ୍ଷେତ୍ରରେ ଏକ କ୍ୟାସ୍ଲେସ୍ ମଡେଲ କାର୍ଯ୍ୟକାରୀ ହୋଇ ପାରିବ । ମଦରପ୍ଲାଣ୍ଟ ନିଜ ଅଞ୍ଚଳରେ ଥିବା ଏମ୍ଏସ୍ଏମଇଗୁଡ଼ିକରୁ ସହଜରେ କଂଚାମାଲ ଯୋଗାଣ ଓ ଗଚ୍ଛିତ ଥିବା ସାମଗ୍ରୀର ଖରିଦ କରି ପାରିବ । ଏହି କ୍ଷେତ୍ରରେ ବୃହତ ଶିଳ୍ପ (ମଦର୍ ପ୍ଲାଣ୍ଟ) ପକ୍ଷରୁ ନିଜ ଅଂଚଳରେ ଥିବା କ୍ଷୁଦ୍ରଶିଳ୍ପ ସଂସ୍ଥାମାନଙ୍କ ସହ ୧୦ ବର୍ଷିଆ ନବୀକରଣଯୋଗ୍ୟ ଚୁକ୍ତି ହୋଇ ପାରିବ । ଏହି ମଡେଲ ଉଭୟ କ୍ଷେତ୍ର ପାଇଁ ଲାଭଦାୟକ ହେବ । ଏହା ଏମଏସଏମ୍ଇ କ୍ଷେତ୍ରକୁ ସାହାଯ୍ୟ କରିବା ସହିତ ସଂପୃକ୍ତ ବୃହତ ଶିଳ୍ପର କାରବାର ମଧ୍ୟ ବଢ଼ାଇବ । ଏମ୍ଏସ୍ଏମ୍ଇ ଉପରେ ଅଧିକ ଧ୍ୟାନ ଦିଆଯିବା ଫଳରେ ନିଯୁକ୍ତି ୧୧୧ ନିୟୁତରୁ ବଢ଼ି ୧୫୦ ନିୟୁତରେ ପହଂଚିିି ପାରିବ ।
ଖଣିଜ ସମୃଦ୍ଧ ଓଡ଼ିଶାରେ ଉପରୋକ୍ତ ମଡେଲ କାର୍ଯ୍ୟକାରୀ କରିବା ପାଇଁ ଭରପୂର ସୁଯୋଗ ରହିଛି । ରାଜ୍ୟରେ ୩.୬ ଲକ୍ଷ ଏମ୍ଏସ୍ଏମ୍ଇ ରହିଥିବାବେଳେ ୧୫.୩ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି । ଏହି ସବୁ ୟୁନିଟ୍ରେ ହାରାହାରି ନିଯୁକ୍ତି ସୁଯୋଗ ଜାତୀୟ ହାରଠାରୁ ମଧ୍ୟ ଅଧିକ । ଯେହେତୁ ଖଣିଜ ସଂପଦ ବିନିଯୋଗର ଭରପୁୂର ସୁଯୋଗ ରହିଛି ତେଣୁ ଶିଳ୍ପ ପ୍ରସାର ଦିଗରେ କ୍ୟାସ୍ଲେସ୍ ମଡେଲ୍ ଏକ ଗୁରୁତ୍ୱପୂର୍ଣ୍ଣ ପନ୍ଥା ଭାବେ ବିବେଚିତ ହୋଇ ପାରିବ । ଏହା ନିଯୁକ୍ତି ବୃଦ୍ଧି କରିବାରେ ବେଶ ସହାୟକ ହେବ । ଓଡ଼ିଶାରେ ଥିବା ୨୫୨ ବୃହତ ଓ ମଧ୍ୟମ ଶିଳ୍ପ ସଂସ୍ଥା ମଦର ପ୍ଲାଂଟଣ୍ଟ ଭାବେ ନିଜ କାର୍ଯ୍ୟକ୍ଷେତ୍ର ସଂଲଗ୍ନ ଅଞ୍ଚଳରେ ଥିବା ଏମ୍ଏସଏମ୍ଇଗୁଡ଼ିକ ପାଇଁ ସହାୟକ ହୋଇ ପାରିବେ । ଏହି ବୃହତ ସଂସ୍ଥା ସେମାନଙ୍କ ଭକ୍ସବଦ୍ଭୟ ମାଧ୍ୟମରେ କ୍ଷୁଦ୍ର ଶିଳ୍ପଗୁଡ଼ିକର ସାମଗ୍ରୀ ବିକ୍ରି କରିବା ସହିତ ସେମାନଙ୍କୁ କଂଚାମାଲ ଏବଂ ଅନ୍ୟାନ୍ୟ ସହାୟତା ଦେଇ ପାରିବେ । ସେହିପରି ଓଡ଼ିଶାରେ କାର୍ଯ୍ୟ କରୁଥିବା ଆନ୍ତର୍ଜାତିକ ସ୍ତରର ସଂସ୍ଥା ସ୍ଥାନୀୟ ଏମ୍ଏସଏମ୍ଗୁଡ଼ିକୁ ଆଂଚଳିକ ସହଯୋଗୀ ଭାବେ ବିବେଚନା କରି ପାରିବେ । ଓଡ଼ିଶା ସରକାରଙ୍କର ଲଘୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିକାଶ ନୀତି- ୨୦୧୬ରେ ନୂତନ ଶିଳ୍ପ ଅନୁଷ୍ଠାନ ପାଇଁ ବିଶେଷ ସୁବିଧା ସୁଯୋଗ ରହିଛି । ରାଜ୍ୟରେ ସଂପ୍ରତି କାର୍ଯ୍ୟ କରୁଥିବା ୩ ଲକ୍ଷରୁ ଅଧିକ ଏମ୍ଏସ୍ଏମ୍ଇ ଶିଳ୍ପ ସଂସ୍ଥାୁ କୋଭିଡ୍-୧୯ ଭଳି ଅସାଧାରଣ ପରିସ୍ଥିତିକୁ ସାମ୍ନା କରୁଥିବାରୁ ସେଗୁଡ଼ିକୁ ବଂଚାଇବା ପାଇଁ ଏହି ସୁବିଧା ଆସନ୍ତା ଏକ ବର୍ଷ ପର୍ଯ୍ୟନ୍ତ ପ୍ରଦାନ କରାଯିିବା ବିଚାରଯୋଗ୍ୟ ।
ଓଡ଼ିଶାରେ ବର୍ତମାନ ସମୟରେ ଜୀବିକା ସଂକ୍ରାନ୍ତ ଏକ ମୁଖ୍ୟ ସମସ୍ୟା ହେଉଛି ରାଜ୍ୟରୁ ଯାଇ ବାହାରେ କାର୍ଯ୍ୟ କରୁଥିବା ୮ ଲକ୍ଷରୁ ଅଧିକ ପ୍ରବାସୀ ଶ୍ରମିକ । ସେମାନଙ୍କ ମଧ୍ୟରେ କୁଶଳୀ, ଅର୍ଦ୍ଧ କୁଶଳୀ ଏବଂ ଅଣକୁଶଳୀ ରହିଛନ୍ତି । ଫେରିଥିବା ଅଣକୁଶଳୀ ଶ୍ରମିକଙ୍କୁ ମହାତ୍ମା ଗାନ୍ଧୀ ନରେଗା(ଏମଜିଏନଆରଇଜିଏ) ଯୋଜନାରେ ନିଜ ନିଜ ପଞ୍ଚାୟତରେ ନିଯୁକ୍ତ କରାଯାଇପାରିବ । କୁଶଳୀ ଓ ଅଣକୁଶଳୀ ଶ୍ରମିକମାନଙ୍କୁ ବୃହତ ଶିଳ୍ପର ସଂପ୍ରସାରଣ ଏବ ଏମଏସଏମ୍ଇ ସହଯୋଗ କାର୍ଯ୍ୟରେ ଲଗାଯାଇ ପାରିବ । ସହରର ବିଭିନ୍ନ ସର୍ବସାଧାରଣ କାର୍ଯ୍ୟ ଯଥା କାନ୍ଥରେ ଚିତ୍ର କରିବା, ସ୍ୱଚ୍ଛତା ମିସନଠାରୁ ଆରମ୍ଭ କରି ରାଜପଥ ସଂପ୍ରସାରଣ ଭଳି ନିର୍ମାଣ ଓ ଭିତିିଭୂମି କାର୍ଯ୍ୟରେ ନିୟୋଜିତ କରି ହେବ ।
ସରକାରଙ୍କ ସହ ଶିଳ୍ପ ଏବଂ ବିଭିନ୍ନ ଶିଳ୍ପ ସଂଗଠନ ଯଥା – ସିଆଇଆଇ, ଫିକି, ଏଏଆଇ ଏପରିକି ନାଗରିକ ସଂଗଠନଗୁଡ଼ିକର ସହଯୋଗ ଏ ଦିଗରେ ଆବଶ୍ୟକ । ସରକାରଙ୍କ ଦ୍ୱାରା କୋଭିଡ-୧୯ର ସଫଳ ପରିଚାଳନା କେବଳ ଜୀବନର ସୁରକ୍ଷା ପର୍ଯ୍ୟନ୍ତ ସୀମିତ ନୁହେଁ, ବରଂ ଜୀବିକାକୁ ସୁରକ୍ଷିତ କରିବା ଉପରେ ମଧ୍ୟ ନିର୍ଭର କରୁଛି । କାରଣ ଜୀବନ ଓ ଜୀବିକା ହେଉଛି ଗୋଟିଏ ମୁଦ୍ରାର ଦୁଇଟି ପାଶ୍ୱର୍ ।
ଜାନ୍ ଭି, ଜାହାନ୍ ଭି..