ଧନରେ ଦେବୀ ମାଲକ୍ଷ୍ମୀ ଙ୍କ ଆରାଧନା ହିନ୍ଦୁ ଧର୍ମରେ ବିଶେଷ ମହତ୍ୱ ରଖିଥାଏ l ସମସ୍ତେ ଚାହିଁ ଥାଆନ୍ତି ମାତା ଲକ୍ଷ୍ମୀ ତାଙ୍କ ଘରେ ବାସ କରନ୍ତୁ l କିନ୍ତୁ ଲକ୍ଷ୍ମୀ ଗୋଟିଏ ସ୍ଥାନରେ ସ୍ଥିର ହୋଇ ରୁହନ୍ତି ନାହିଁ l କିନ୍ତୁ ଆପଣ କଣ ଜାଣିଛନ୍ତି କାହିଁକି ଏପରି ହୋଇଥାଏ l ଆସନ୍ତୁ ଜାଣିବା –
– କାହିଁକି ମାତା ଲକ୍ଷ୍ମୀଙ୍କୁ ଚଂଚଳା କୁହାଯାଏ :-
ଶାସ୍ତ୍ର ଅନୁସାରେ ଧନରେ ଦେବୀ ମାତା ଲକ୍ଷ୍ମୀ ଭଗବାନ ବିଷ୍ଣୁଙ୍କ ପତ୍ନୀ ଅଟନ୍ତି l ଦେବଲୋକ ରେ ଏଭଳି ଅନେକ ଦେବତା ଅଛନ୍ତି ଯିଏକି ସ୍ୱଭାବରେ ଓ ପ୍ରକୃତିରେ ଜଣେ ଆଉ ଜଣଙ୍କ ଠାରୁ ଭିନ୍ନ ଅଟନ୍ତି l ଯେଉଁଠି ଭଗବାନ ବିଷ୍ଣୁ ଧର୍ଯ୍ୟ ବାନ ଓ ଗମ୍ଭୀର ସ୍ୱଭାବର ଅଟନ୍ତି , ବିଷ୍ଣୁଙ୍କର ସ୍ଵଭାଵ ଶାଶ୍ୱତ ଓ ଚିର ସ୍ଥାୟୀ ଅଟେ l କିନ୍ତୁ ମାଲକ୍ଷ୍ମୀ ଚଞ୍ଚଳ ଓ ଅସ୍ଥିର ଅଟନ୍ତି l ଏକଦା ବ୍ରହ୍ମର୍ଷି ନାରଦ ବ୍ରହ୍ମାଙ୍କୁ ପଚାରି ଥିଲେ ଯେ ମାତା ଲକ୍ଷ୍ମୀ କଣ ପାଇଁ ଚଞ୍ଚଳ ଅଟନ୍ତି l ନାରଦଙ୍କ ପ୍ରଶ୍ନର ଉତ୍ତରରେ ବ୍ରହ୍ମଦେବ କହିଥିଲେ ଯଦି କୌଣସି ସ୍ଥାନରେ ମାତା ଲକ୍ଷ୍ମୀ ସ୍ଥିର ହୋଇ ଦୀର୍ଘ ସମୟ ପର୍ଯ୍ୟନ୍ତ ରହିଗଲେ ଉକ୍ତ ବ୍ୟକ୍ତିର ଅହଂକାର ବଢି ଯାଇଥାଏ ଓ ସେ କୁକର୍ମ ରେ ଲିପ୍ତ ହୋଇଯାଇ ଥାଏ l ସେଥିପାଇଁ ଦେବ ଯୋଗ ରେ ମାତା ଲକ୍ଷ୍ମୀଙ୍କୁ ଚଞ୍ଚଳ ମନ ଦିଆଯାଇଛି l ଯଦି ଏହି ତ୍ରିଲୋକ ରେ ମାତା ଲକ୍ଷ୍ମୀ ଯଦି କାହାର ଅଧୀନ ଅଛନ୍ତି ସେ ହେଉଛନ୍ତି ଭଗବାନ ବିଷ୍ଣୁ l ଭଗବାନ ବିଷ୍ଣୁଙ୍କ ଗୁରୁତ୍ୱ ରେ ମାତା ଲକ୍ଷ୍ମୀଙ୍କ ଅସ୍ତିତ୍ବ ବିଲୀନ ଅଟେ l ସେଥିପାଇଁ ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପୂର୍ବରୁ ଭଗବାନ ବିଷ୍ଣୁ ଙ୍କୁ ପ୍ରସନ୍ନ କରିବା ଜରୁରୀ l ଯେଉଁମାନେ ଭଗବାନ ବିଷ୍ଣୁଙ୍କୁ ମନୋଯୋଗ ଦେଇ ପୂଜା କରିଥାଆନ୍ତି ସେମାନେ ମା ଲକ୍ଷ୍ମୀଙ୍କ କୃପା ଲାଭ କରି ଥାଆନ୍ତି l
– କେଉଁସବୁ ସ୍ଥାନରେ ମାତା ଲକ୍ଷ୍ମୀ ରହିବାକୁ ଇଛା କରନ୍ତି : –
– ଯେଉଁ ଘରେ ସର୍ବଦା ପରିସ୍କାର ପରିଚ୍ଛନ ରହିଥାଏ ସେହି ଘରେ ଲକ୍ଷ୍ମୀଙ୍କ ବାସ ହୋଇଥାଏ l
– ଯେଉଁ ଘରେ ଗୁରୁଜନ ଙ୍କ ଆଦର ସମ୍ମାନ ହୋଇଥାଏ ସେଠାରେ ଲକ୍ଷ୍ମୀଙ୍କ ବାସ ହୋଇଥାଏ l
– ଯେଉଁ ଘରେ କଳହ ହୋଇ ନଥାଏ ସେଠାରେ ଲକ୍ଷ୍ମୀଙ୍କ ବାସ ହୋଇଥାଏ l
– ଯେଉଁ ଘରେ ଖାଦ୍ୟକୁ ଆଦର କରାଯାଇଥାଏ ସେଠାରେ ଲକ୍ଷ୍ମୀଙ୍କ ବାସ ହୋଇଥାଏ l
– ଯେଉଁ ବ୍ୟକ୍ତି ରୋଗୀ, ଦୁଖୀ, ଭୋକିଲାର ମନ ବୁଝିଥାଏ ତା ନିକଟରେ ଲକ୍ଷ୍ମୀଙ୍କ ବାସ ହୋଇଥାଏ l