Odisha news

କାହିଁକି ମାତା ଲକ୍ଷ୍ମୀଙ୍କୁ କୁହାଯାଇ ଥାଏ ଉଲ୍ଲୁକବାହିନୀ , ମାଲକ୍ଷ୍ମୀ ପେଚାକୁ କାହିଁକି ବାଛିଲେ ନିଜ ବାହନ ଓ କଣ ରହିଛି ଏହା ପଛରେ ଧାର୍ମିକ ମହତ୍ୱ 

0
ଧନ, ବୈଭବ, ସୁଖ ଓ ଶାନ୍ତି ଲାଭ ପାଇଁ ଲୋକେ ମଲକ୍ଷ୍ମୀ ଙ୍କୁ ଆରାଧନା କରି ଥାଆନ୍ତି l ଧାର୍ମିକ ମାନ୍ୟତା ଅନୁସାରେ ଯେଉଁ ବ୍ୟକ୍ତି ଉପରେ ମାତା ଲକ୍ଷ୍ମୀଙ୍କ କୃପା ରହିଥାଏ ତା ଭାଗ୍ୟ ରେ ଧନ ସମ୍ପଦ ର ଅଭାବ ରହିନଥାଏ l ସନାତନ ଧର୍ମ ରେ ଯେଭଳି ଭାବରେ ପ୍ରତ୍ୟେକ ଦେବଦେବୀ ଙ୍କର କେହି ନା କେହି ବାହନ କୌଣସି ନା କୌଣସି ପଶୁ ପକ୍ଷୀ ରହି ଥାଆନ୍ତି l ସେହିଭଳି ମାତା ଲକ୍ଷ୍ମୀ ପେଚା କୁ ନିଜର ବାହାନ ଭାବରେ ବାଛିଥିଲେ ଓ ଏହା ପଛରେ ରହିଛି ପୌରାଣିକ କଥା l
କିପରି ପେଚା ହେଲା ମାଲକ୍ଷ୍ମୀ ଙ୍କ ବାହାନ ?
ପେଚା ଗୋଟିଏ କ୍ରିୟାଶୀଳ ପ୍ରବୃତି ର ପକ୍ଷୀ ଅଟେ l ସେ ନିଜ ପେଟ ଭରିବା ପାଇଁ ନିରନ୍ତର ଖାଦ୍ୟ ଖୋଜିଥାଏ l ଏହି କାର୍ଯ୍ୟକୁ ସେ ସମ୍ପୂର୍ଣ ଧ୍ୟାନ ଦେଇ କରିଥାଏ l ଲକ୍ଷ୍ମୀଙ୍କ ବାହାନ ପେଚା ନିକଟରୁ ଏହା ଶିଖିବାକୁ ମିଳିଥାଏ ଯେ ଯେଉଁ ବ୍ୟକ୍ତି ଦିନରାତି ପରିଶ୍ରମ କରିଥାଏ ତା ଉପରେ ଲକ୍ଷ୍ମୀଙ୍କ କୃପା ରହିଥାଏ ଓ ସେଭଳି ସ୍ଥାନରେ ମାଲକ୍ଷ୍ମୀ ବାସ କରନ୍ତି l
ପୌରାଣିକ କଥା ଅନୁସାରେ ପ୍ରକୃତି ଓ ଜୀବଜଗତ ନିର୍ମାଣ ପରେ ଯେତେବେଳେ ସମସ୍ତ ଦେବଦେବୀ ନିଜର ବାହାନ ଙ୍କୁ ବାଛୁ ଥିଲେ, ସେତେବେଳେ ମାତା ଲକ୍ଷ୍ମୀ ମଧ୍ୟ ନିଜର ବାହାନ ବାଛିବା ପାଇଁ ପୃଥ୍ୱୀ ପୃଷ୍ଠ କୁ ଅବତରି ଥିଲେ l ସେତେବେଳେ ସମସ୍ତ ପଶୁ ପକ୍ଷୀ ମାଲକ୍ଷ୍ମୀ ଙ୍କ ସମୁଖରେ ନିଜକୁ ପ୍ରସ୍ତୁତ କରି ବାହାନ ବାଛିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ l ସେତେବେଳେ ମାଲକ୍ଷ୍ମୀ ସମସ୍ତ ପଶୁ ପକ୍ଷୀ ଙ୍କୁ କହିଥିଲେ ଯେ ମୁଁ କାର୍ତିକ ମାସ ଅମାବାସ୍ୟା ଦିନ ପୃଥିବୀ ଉପରେ ବିଚରଣ କରିଥାଏ l ସେହି ସମୟରେ ଯେଉଁ ପଶୁ ପକ୍ଷୀ ମୋ ନିକଟରେ ପ୍ରଥମେ ପହଂଚିବ ମୁଁ ତାକୁ ମୋର ବାହାନ କରିବି l
ଅମାବାସ୍ୟା ର ରାତି ଖୁବ ଅନ୍ଧାର ହୋଇଥାଏ ଓ ସେଥିପାଇଁ ଏହିଦିନ ସବୁ ପଶୁ ପକ୍ଷୀଙ୍କୁ କମ ଦେଖା ଯାଇଥାଏ l ଏହାପରେ ଯେତେବେଳେ କାର୍ତିକ ମାସ ଅମାବାସ୍ୟାରେ ମାଲକ୍ଷ୍ମୀ ପୃଥିବୀ ପୃଷ୍ଠାକୁ ଆସିଲେ ସର୍ବ ପ୍ରଥମେ ପେଚା ତାଙ୍କୁ ଦେଖି ଥିଲା ଓ ସେ ସମସ୍ତ ପଶୁ ପକ୍ଷୀଙ୍କ ପୂର୍ବରୁ ମାଲକ୍ଷ୍ମୀ ଙ୍କ ନିକଟରେ ପହଂଚି ଗଲା l କାହିଁକି ନା ରାତିରେ ପେଚା କୁ ଦେଖା ଯାଇଥାଏ l ପେଚାର ଏହି ଗୁଣରେ ଖୁସି ହୋଇ ମାଲକ୍ଷ୍ମୀ ତାକୁ ନିଜର ବାହାନ ଭାବରେ ବାଛି ଥିଲେ l ସେହିଦିନ ଠାରୁ ମାତା ଲକ୍ଷ୍ମୀ ଙ୍କୁ ଉଲୁକ ବାହିନୀ କୁହାଯାଏ l
ପେଚାର ପୌରାଣିକ ମହତ୍ୱ –
– ପୌରାଣିକ ମାନ୍ୟତା ଅନୁସାରେ ଭାରତୀୟ ସଂସ୍କୃତିରେ ପେଚା ଶୁଭତା ଓ ଧନ ସମ୍ପତ୍ତିର ପ୍ରତୀକ ଅଟେ ଓ ସବୁଠୁ ବୁଦ୍ଧିମାନ ଅଟେ l
– ପେଚା ଭୁତ ଓ ଭବିଷ୍ୟ ର ଜ୍ଞାନ ରହିଥାଏ l ଦୀପାବଳି ରାତିରେ ପେଚା ଦେଖିବା ମାତା ଲକ୍ଷ୍ମୀଙ୍କ ଆଗମନ ଅଟେ l
– ଯଦି ପେଚା ମୁଣ୍ଡ ଉପରେ ଉଡ଼ିଯାଏ ତେବେ ଯାତ୍ରା ଯାଉଥିଲେ ତାହା ଶୁଭ ହୋଇଥାଏ l
– ଆପଣଙ୍କୁ ଯଦି ପୂର୍ବ ଦିଗରୁ ପେଚା ବୋବାଇବାର ଶବ୍ଦ ଶୁଣିବାକୁ ମିଳିଥାଏ ତେବେ ଆର୍ଥିକ ଲାଭ ମିଳିବାର ସଂକେତ ହୋଇଥାଏ l
– ଦକ୍ଷିଣ ଦିଗରେ ଯଦି ପେଚା ଦେଖିଲେ ତେବେ ଶତ୍ରୁ ମାନଙ୍କ ଉପରେ ବିଜୟ ସୁନିଶ୍ଚିତ ଅଟେ l
– ପାହାନ୍ତିଆ ସମୟରେ ପେଚା ଚୋବାଇବା ଶବ୍ଦ ଶୁଣିଲେ ସୌଭାଗ୍ୟ ର କାରଣ ହୋଇଥାଏ l
– ଧାର୍ମିକ ମାନ୍ୟତା ଅନୁସାରେ ଯଦି ଗର୍ଭବତୀ ସ୍ତ୍ରୀ ପେଚାକୁ ସ୍ପର୍ଶ କରିଦିଏ ତେବେ ଗର୍ଭସ୍ଥ ସନ୍ତାନ ଭାଗ୍ୟଶାଳୀ ହୋଇଥାଏ l

Leave A Reply