ଝିଅ ମାନଙ୍କୁ ପିରିୟ୍ଡ଼ସ ହେବାର ଆୟୁ ସୀମା ୧୨ ରୁ ୧୫ ବର୍ଷ ରହିଥାଏ, କିନ୍ତୁ ଆଜିକାଲି ଦେଖା ଯାଉଛି ଖୁବ ଆୟୁ ବର୍ଗର ଝିଅ ମାନଙ୍କର ପିରିୟଡଶ ହୋଇ ଯାଉଛି, ଯେପରିକି ୧୦ ରୁ ନେଇ ୧୩ ବର୍ଷ ମଧ୍ୟରେ l କିନ୍ତୁ କଣ ଆପଣ କେବେ ଭାବିଛନ୍ତି ଏତେ କମ ଅୟୁରୁ ଝିଅ ମାନଙ୍କୁ ପିରିୟଡଶ ହୋଇଯିବ ପଛର କଣ କାରଣ ରହିଛି ? ଏବଂ ଏହା ସ୍ୱାସ୍ଥ୍ୟ ପାଇଁ କେତେ କ୍ଷତିକାରକ l ଏଥିପାଇଁ ବିଶେଷ କାରଣଟି ହେଲା ପ୍ୟୁବର୍ଟି l
ପ୍ୟୁବର୍ଟି କଣ –
ପ୍ୟୁବର୍ଟି ଗୋଟିଏ ଏଭଳି ପ୍ରୋସେସ ଯାହା ପୁଅ ଓ ଝିଅଙ୍କ ଶରୀରରେ ପରିବର୍ତ୍ତନ ଆଣିଥାଏ l ଏଥିରେ ପ୍ରାଇଭେଟ ପାର୍ଟ ର ଡେଭେଲପମେଣ୍ଟ ହୋଇଥାଏ l ସାଧାରଣ ଭାବରେ ଝିଅ ମାନଙ୍କର ପ୍ୟୁବର୍ଟି ବୟସ ୧୦ ରୁ ୧୩ ବର୍ଷ ମଧ୍ୟରେ ଓ ପୁଅ ମାନଙ୍କର ୧୦ ରୁ ୧୪ ବର୍ଷ ମଧ୍ୟରେ ରହିଥାଏ l କିନ୍ତୁ ଆଜିକାଲି ଝିଅ ମାନଙ୍କ ମଧ୍ୟରେ ପ୍ୟୁବର୍ଟି ବୟସ ସୀମା ଖୁବ ଶୀଘ୍ର ଆରମ୍ଭ ହୋଇ ଯାଉଛି l ପ୍ୟୁବର୍ଟି ଦ୍ୱାରା ପିଲା ମାନଙ୍କର ଶାରୀରିକ ଓ ଭାବନାତ୍ମକ ପରିବର୍ତ୍ତନ ହୋଇଥାଏ l
ଝିଅ ମାନଙ୍କର କମ ଅୟୁରେ କାହିଁକି ହେଉଛି ପ୍ୟୁବର୍ଟି –
ଗବେଷକ ମାନେ ଯେତେବେଳେ ଝିଅ ମାନଙ୍କ ଶୀଘ୍ର ପ୍ୟୁବର୍ଟି ର କାରଣ କହିଥିଲେ ତାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ l ଶାରୀରିକ ପରିବର୍ତ୍ତନ ପରେ ପିରିୟ୍ଡ଼ସ ହେବା ଆରମ୍ଭ ହୋଇଥାଏ l କିନ୍ତୁ ଏହା ଆଜିକାଲି ଖୁବ ଶୀଘ୍ର ହୋଇ ଯାଉଛି l ଏହାପଛର ବିଶେଷ କାରଣ ହେଲା –
– ନାକ ଓ ପାଟି ଜରିଆରେ ବିଷାକ୍ତ ଗ୍ୟାସ ଶରୀର ମଧ୍ୟକୁ ଯିବା
– ଖୁବ କମ ବୟସରୁ ଅଧିକ ମୋଟାପଣ ବୃଦ୍ଧି
– ମୋବାଇଲ ଓ ଟିଭି ଅଧିକ ଭାବରେ ଦେଖିବା
– ଅଧିକ ମାତ୍ରାରେ ପ୍ରୋସେସଡ଼ ଫୁଡ ଖାଇବା
– କୋଲଡ଼ ଡ୍ରିଂକ୍ସ ଅଧିକ ସେବନ
– ଜଙ୍କ ଫୁଡ ଅଧିକ ଖାଇବା
କାହିଁକିନା ଏହିସବୁ ଜିନିଷ ରେ ଅଧିକ ପରିଜର୍ଭେଟିବ ଦିଆଯାଇ ଥାଏ l ଯାହାକି ସମସ୍ୟାର କାରଣ ହୋଇଥାଏ l
କମ ଆୟୁ ରୁ ପିରିୟ୍ଡ଼ସ ହେବାର କାରଣ –
– ହର୍ମୋନlଲ ଇମ୍ବାଲାନ୍ସ : ପିଲାଙ୍କ ଶରୀରରେ ଶୀଘ୍ର ହର୍ମୋନ ପରିବର୍ତ୍ତନ ହେଉ ଥିବା କାରଣରୁ ପିରିଅଡଶ ଶୀଘ୍ର ହେଉଛି l
– ଖାନପାନ : ଆଜିକାଲି ଖାଦ୍ୟ ପଦାର୍ଥ ରେ ବିଭିନ୍ନ ପ୍ରକାରର ପ୍ରିଜର୍ଭଭେଟିବ ରହୁଥିବା କାରଣରୁ ହର୍ମୋନ ଅସନ୍ତୁଳନ ହେଉଛି l
– ପର୍ଯ୍ୟାବରଣ ପ୍ରଦୂଷଣ : ପର୍ଯାବରନ ପ୍ରଦୁଷଳ ଓ ଆମ ଜୀବନ ଚର୍ଯ୍ୟା ରେ ପରିବର୍ତ୍ତନ କାରଣରୁ ମଧ୍ୟ ଏଭଳି ସ୍ଥିତୀ ଉପୁଜୁଛି l
– ଓଜନ ବୃଦ୍ଧି : ପିଲାଙ୍କ ଓଜନ ବୃଦ୍ଧି ଦ୍ରୁତ ଗତିରେ ହେଉଥିବା କାରଣରୁ ମଧ୍ୟ ପିରିୟଡଶ ଶୀଘ୍ର ହେଉଛି l