କଣ ମହିଳା ପାଇଲଟ ଶାଢ଼ୀ ପିନ୍ଧି ବିମାନ ଉଡାଇ ପାରିବେ ? ଏଥିରେ ସମସ୍ତଙ୍କର ଗୋଟିଏ ଉତ୍ତର ଆସିବ ନାହିଁ l କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଇଂରେଜ ମାନଙ୍କ ସମୟର ଜଣେ ଭାରତୀୟ ମହିଳା ଯିଏକି ଏହାକୁ ଭୁଲ୍ ପ୍ରମାଣିତ କରିଛନ୍ତି l ସରଳା ଠାକରାଳ ଭାରତର ପ୍ରଥମ ଭାରତୀୟ ମହିଳା ଥିଲେ, ଯିଏକି ଶାଢ଼ୀ ପିନ୍ଧି ବିମାନ ଉଡ଼ାଇବାର ଗୌରବ ହାସଲ କରିଥିଲେ l ସରଳା ଠାକରାଳ ଙ୍କ ଜନ୍ମ ଅଗଷ୍ଟ ୮, ୧୯୧୪ ରେ ବ୍ରିଟିଶ ଶାସିତ ଭାରତରେ ହୋଇଥିଲା l ମାତ୍ର ୧୬ ବର୍ଷ ବୟସରେ ତାଙ୍କର ବିବାହ ପିଡି ଶର୍ମା ଙ୍କ ସହିତ ହୋଇଥିଲା l ଶର୍ମା କରାଚୀ ରୁ ଲାହୋର ପର୍ଯ୍ୟନ୍ତ ବିମାନ ଉଡ଼ାଇଥିବା ପ୍ରଥମ ପାଇଲଟ ଥିଲେ l
ସରଲା ଙ୍କ ସ୍ୱାମୀଙ୍କ ବ୍ୟତୀତ ତାଙ୍କ ଶ୍ୱଶୁର ଘରେ ୯ ଜଣ ସଦସ୍ୟ ପାଇଲଟ ଥିଲେ l ଯେଉଁମାନେ କି ସରଲା ଙ୍କୁ ଖୁବ ଉତ୍ସାହିତ କରୁଥିଲେ ଗୋଟିଏ ପାଇଲଟ ହେବାପାଇଁ l ମାତ୍ର ୨୧ ବର୍ଷ ଆୟୁ ରେ ସେ ଏବିଏସନ ର ପାଇଲଟ ର ଲାଇସେନ୍ସ ପ୍ରାପ୍ତ କରିଥିଲେ l ଘରେ ୪ ବର୍ଷର ଝିଅ ଥିବା ସତ୍ୱେ ସେ ମୋଥ ଏୟାରକ୍ରାଫ୍ଟ ଏକାକୀ ଉଡାଇ ଥିଲେ l ଲାହୋର ଫ୍ଲାଇଙ୍ଗ କ୍ଳବ ର ଏୟାରକ୍ରାଫ୍ଟ ରେ ସେ ଆରମ୍ଭରେ ଲାଇସେନ୍ସ ଦ୍ୱାରା ୧୦୦୦ ଘଣ୍ଟା ପର୍ଯ୍ୟନ୍ତ ଫ୍ଲାଇଙ୍ଗ ଅନୁଭବ କରିଥିଲେ l ସେ ଗୋଟିଏ ପାଇଲଟ ଭାବରେ ନିଜର କର୍ତ୍ତବ୍ୟ ପ୍ରତି ନିଷ୍ଠାବାନ ହେବା ସହିତ ନିଜର ପରମ୍ପରା କୁ ମଧ୍ୟ ଭୁଲି ନଥିଲେ l ସେ ଭାରତୀୟ ପରମ୍ପରା କୁ ସମ୍ମାନ ଜଣାଇ ଶାଢ଼ୀ ପିନ୍ଧି ପ୍ଲେନ ଉଡ଼ାଇଥିଲେ l
୧୯୩୯ ରେ ଗୋଟିଏ ବିମାନ ଦୁର୍ଘଟଣା ରେ ତାଙ୍କ ସ୍ୱାମୀ ପିଡି ଶର୍ମା ଙ୍କ ମୃତ୍ୟୁ ହୋଇଯାଇ ଥିଲା l ଦ୍ଵିତୀୟ ବିଶ୍ୱଯୁଦ୍ଧ ସମୟରେ ସେ କମର୍ସିୟାଲ ପାଇଲଟ ର ଲାଇସେନ୍ସ ପାଇଁ ଆବେଦନ କରିଥିଲେ ଏବଂ ଯୁଦ୍ଧ ଚାଲିଥିବା କାରଣରୁ ଏହା ସେ ହାସଲ କରିପାରି ନଥିଲେ, ଏହାପରେ ସେ ଦୁଃଖିତ ହୋଇ ଲାହୋର ରେ ଆସି ରହିବାକୁ ଲାଗିଲେ l ଲାହୋର ରେ ଆସି ସେ ମେୟୋ ସ୍କୁଲ ଅଫ ଆର୍ଟ ରେ ସେ ଫାଇନ ଆର୍ଟ ରେ ଡିପ୍ଲୋମା କରିଥିଲେ l ଭାରତ ପାକିସ୍ତାନ ବିଭାଜନ ସମୟରେ ସେ ନିଜର ଦୁଇଝିଅ ଙ୍କ ସହିତ ଦିଲ୍ଲୀ ଚାଲି ଆସିଥିଲେ ଏବଂ ଆରପି ଠାକରାଲ ଙ୍କୁ ବିବାହ କରିଥିଲେ l ଏବଂ ଏଠାରେ ସେ ଅଳଙ୍କାର ଓ ପୋଷାକ ର ଡ଼ିଜାଇନିଂ ଶିଖିଥିଲେ l ୨୦୦୮ ରେ ତାଙ୍କର ନିଧନ ହୋଇଥିଲା l