Odisha news

ମହିଳାମାନେ ପବ୍ଲିକ ଟଏଲେଟ ବ୍ୟବହାର କରିବା ସମୟରେ କରନ୍ତୁ ନାହିଁ ଏହିସବୁ ଭୁଲ , ନଚେତ ହୋଇପାରନ୍ତି ରୋଗରେ ସଂକ୍ରମିତ

0
ଆଜିକାଲି ସରକାର ଙ୍କ ଦ୍ୱାରା ପ୍ରାୟ ସମସ୍ତ ସ୍ଥାନରେ ପବ୍ଲିକ ଶୌଚାଳୟ ବା ଟଏଲେଟ ନିର୍ମାଣ ହେଉଛି, କାହିଁକି ନା ଯେପରି ଜନସାଧାରଣ ଙ୍କୁ କୌଣସି ପ୍ରକାର ଅସୁବିଧାର ସମୁଖୀନ ହେବାକୁ ନପଡୁ l କିନ୍ତୁ ଯଦି ଏହି ଶୌଚାଳୟ ସଫା ସୁତୁରା ନଥାଏ ତେବେ ଅନେକ ପ୍ରକାର ରୋଗର କାରଣ ହୋଇଥାଏ l ଏହିସବୁ ଶୌଚାଳୟ ବିଶେଷ ଭାବରେ ମହିଳା ମାନଙ୍କ ପାଇଁ ସଂକ୍ରମଣ ର କାରଣ ହୋଇପାରେ l ବିଶେଷ ଭାବରେ ମହିଳାମାନେ ୟୁରିନାରୀ ଟ୍ରାକର୍ସ ଇନଫେକ୍ସନ ର ଶିକାର ହୋଇଥାଆନ୍ତି l ଏବଂ ଅନ୍ୟ ସ୍ୱାସ୍ଥ୍ୟ ସମସ୍ୟାର ମଧ୍ୟ ସମୁଖୀନ ହୁଅନ୍ତି l

ଏହିସବୁ ସମସ୍ୟାର ସମୁଖୀନ ଏଥିପାଇଁ ହୋଇ ଥାଆନ୍ତି କାରଣ କିଛିଟା ଭୁଲ ସେମାନଙ୍କ ଦ୍ୱାରା ହୋଇଥାଏ -:
– ପବ୍ଲିକ ଟଏଲେଟ ଯେତେବେଳେ ମଧ୍ୟ ବ୍ୟବହାର କରୁଛନ୍ତି ସେତେବେଳେ ଟଏଲେଟ ସିଟ କୁ ପାଣି ସ୍ପ୍ରେ କରି ବ୍ୟବହାର କରନ୍ତୁ l କାହିଁକି ଟଏଲେଟ ସିଟ ହିଁ ସବୁଠୁ ଅପରିଷ୍କାର ସ୍ଥାନ l

– ଯେତେବେଳେ ମଧ୍ୟ ପବ୍ଲିକ ଟଏଲେଟ ସିଟ ବ୍ୟବହାର କରୁଛନ୍ତି ହାତକୁ ଠିକ ଭାବରେ ଧୁଅନ୍ତୁ , ଯେପରି ୨୦ ସେକେଣ୍ଡ ପର୍ଯ୍ୟନ୍ତ ଧୋଇବେ l ଯଦି ସାବୁନ ନାହିଁ ତେବେ ସାନିଟାଇଜର ବ୍ୟବହାର କରନ୍ତୁ l

– କଦାପି ଟଏଲେଟ ପେପର ବ୍ୟବହାର କରିବା ଉଚିତ ନୁହେଁ l ଏହା ରୋଗ ସଂକ୍ରମିତ କରିଥାଏ l

– କଦାପି ପବ୍ଲିକ ଟଏଲେଟ ସିଟ ରେ ଦୀର୍ଘ ସମୟ ପର୍ଯ୍ୟନ୍ତ ବସନ୍ତୁ ନାହିଁ, ନଚେତ ସଂକ୍ରମଣ ରେ ପୀଡିତ ହୋଇପାରନ୍ତି l

– କଦାପି ପବ୍ଲିକ ଟଏଲେଟ ମଧ୍ୟକୁ ଖାଲି ପାଦରେ ଯାଆନ୍ତୁ ନାହିଁ, ଏହାଦ୍ୱାରା ରୋଗରେ ପୀଡିତ ହେବାର ଅଧିକ ସମ୍ଭାବନା ରହିଥାଏ l

– ପବ୍ଲିକ ଟଏଲେଟ କୁ କଦାପି ପ୍ରସାଧନ ସାମଗ୍ରୀ ନେଇ ଯିବା ଉଚିତ ନୁହେଁ, ନଚେତ ଆପଣ କୌଣସୀନା କୌଣସି ରୋଗରେ ସଂକ୍ରମିତ ହୋଇପାରନ୍ତି l

Nalco

Leave A Reply