* ଧନୁରାସାନ କରିବାର ଲାଭ -:
– ଏହି ଆସନକୁ କରିବା ପାଇଁ ପେଟର ଜିଦି ଚର୍ବି କମ ହୋଇଥାଏ l
– ଧନୁରାସନ କରିବା ଦ୍ୱାରା ଶରୀରର କ୍ୟାଲୋରୀ ବର୍ଣ ହୋଇଥାଏ ଓ ମୋଟାପା ହ୍ରାସ ହୋଇଥାଏ l
– ଏହାଦ୍ୱାରା ଖାଦ୍ୟ ହଜମ ହୋଇଥାଏ ଓ ପାଚନ ଶକ୍ତି ରେ ସୁଧାର ଆସିଥାଏ l
– ଏହି ଆସନ ଟି କୁ କରିବା ଦ୍ୱାରା ପେଟର ମାଂସପେଶୀ ଶକ୍ତ ହୋଇଥାଏ l
– ଶରୀର ରେ ରକ୍ତ ସଂଚାଳନ ଠିକ କରିବା ପାଇଁ ମଧ୍ୟ ଏହି ଆସନ ଖୁବ ଉପକାରୀ ଅଟେ l
– ଧନୁରାସନ କରିବା ଦ୍ୱାରା ପିଠି ଯନ୍ତ୍ରଣା ରୁ ଆରାମ ମିଳିଥାଏ l
– ମହିଳା ମାନଙ୍କର ମାସିକ ଋତୁଇସ୍ରାବ ସମୟରେ ହେଉଥିବା ଯନ୍ତ୍ରଣା ରୁ ଆରାମ ଦେଇଥାଏ ଧନୁରାସନ l
* ଧନୁରାସନ କରିବାର ପ୍ରଣାଳୀ -:
– ଧନୁରାସନ କରିବା ପାଇଁ ସର୍ବ ପ୍ରଥମେ ତଳେ ପେଟେଇ ହୋଇ ଶୋଇ ଜାହନ୍ତୁ l
– ଏହାପରେ ନିଜ ବେକ କୁ ଟେକି ହାତ ଦୁଇଟିକୁ ପଛକୁ କରନ୍ତୁ, ଏବଂ ଗୋଡ଼ କୁ ଆଣ୍ଠୁ ରୁ ଭାଙ୍ଗି ଅଂଟା ଆଡକୁ ମୋଡ଼ନ୍ତୁ l
– ଏହାପରେ ନିଜ ହାତରେ ଗୋଡ଼କୁ ଧରନ୍ତୁ l
– ପ୍ରାରମ୍ଭିକ ସ୍ଥିତି ରେ ଶରୀର ଉପରେ ଅଧିକ ଚାପ ଦିଅନ୍ତୁ ନାହିଁ l ଯେତିକି ସମୟ କରିପାରିବେ କରନ୍ତୁ l
– ଏହି ଆସନକୁ କରିବା ସମୟ ରେ ନିଶ୍ୱାସ ଭିତରକୁ ନେଇ ପ୍ରଶ୍ୱାସ ଛାଡ଼ନ୍ତୁ l