Odisha news

ଗର୍ଭବତୀ ମହିଳା ମାନେ ଅତ୍ୟଧିକ ଫାଷ୍ଟ ଫୁଡ ସେବନ କରିବା ଗର୍ଭସ୍ଥ ଶିଶୁ ପାଇଁ କ୍ଷତିକାରକ : ରିସର୍ଚ୍ଚ

0

ମର୍ଡନ ଲାଇଫଷ୍ଟାଇଲ ରେ ପ୍ରାୟ ସମସ୍ତ ଙ୍କ ର ଜଙ୍କ ଫୁଡ ଖାଇବାର ଅଭ୍ୟାସ ବଢି ଯାଇଛି l ଏହିସବୁ ପ୍ୟାକେଜ ଫୁଡ ଓ ଜଙ୍କ ଫୁଡ ରେ ଆଜିନମୋଟୋ ର ବ୍ୟବହାର ହୋଇଥାଏ l ଏହି ଆଜିନମୋଟୋ ଗୋଟିଏ ପ୍ରକାରର ଲୁଣ ହୋଇଥାଏ l ଯାହାକୁ ଆମେ ଚାଇନା ସଲଟ୍ କହିଥାଉ l ଏବଂ ଏହାକୁ ଖାଦ୍ୟ ର ସ୍ୱାଦ ବଢାଇବାରେ ବ୍ୟବହାର କରାଯାଏ l ଆଜିନମୋଟୋ ରେ ଅମିନୋ ଏସିଦ୍ ଅଧିକ ମାତ୍ରାରେ ରହିଥାଏ l ଏହାର ଇଦଭାବନ ୧୯୦୯ ରେ ଜାପାନ ର ବୈଜ୍ଞାନିକ କିକୁନାୟ ଏକେଡ଼ା କରିଥିଲେ l

କେଉଁ ପ୍ରକାରର ଖାଦ୍ୟ ରେ ଆଜିନମୋଟୋ ର ବ୍ୟବହାର ହୋଇଥାଏ ?
ବିଶେଷ ଭାବେ ଚାଇନିଜ ଖାଦ୍ୟରେ
ଆଜିନମୋଟୋ ର ବ୍ୟବହାର ହୋଇଥାଏ l ଏବଂ ବିଭିନ୍ନ ପ୍ରକାର ର ଜଙ୍କ ଫୁଡ ମ୍ୟାଗି , ବର୍ଗର , ପିଜା ଇତ୍ୟାଦି ରେ ଆଜିନମୋଟୋ ର ବ୍ୟବହାର ସର୍ବାଧିକ ହୋଇଥାଏ l ପ୍ୟାକେଜ ଫୁଡ ଯେପରିକି ଚିପ୍ସ , ଟମାଟୋ ସସ, ସୋୟା ସସ ଇତ୍ୟାଦି ରେ ଆଜିନମୋଟୋ ର ବ୍ୟବହାର ହୋଇଥାଏ l

* ଆଜିନମୋଟୋ ଶରୀର ଉପରେ ପକାଇ ଥାଏ ଏହିସବୁ ଖରାପ ପ୍ରଭାବ -:
* ଚଇନିଜ ଖାଦ୍ୟ ରେ ବ୍ୟବହାର ହେଉଥିବା ଆଜିନମୋଟୋ ଆପଣଙ୍କ ନର୍ଭସ ସିଷ୍ଟମ କୁ ପ୍ରଭାବିତ କରିଥାଏ l ଯାହାଦ୍ୱାରା ବ୍ରେନ ଡ୍ୟାମେଜ ସମ୍ଭାବନା ଅଧିକ ମାତ୍ରା ରେ ବଢି ଯାଇଥାଏ l ଆଜିନମୋଟୋ ରେ ଥିବା ଗ୍ଲୁଟେମିକ୍ ଏସିଡ ନ୍ୟୁରୋ ପ୍ରବ୍ଲେମ ର କାରଣ ହୋଇଥାଏ l ଏବଂ ଶରୀର ରେ ଏହାର ମାତ୍ରା ବଢିବା ଦ୍ୱାରା ମସ୍ତିଷ୍କ ପ୍ରଭାବିତ ହୋଇଥାଏ l

* ବିଶେଷ ଭାବେ ଗର୍ଭବତୀ ମହିଳା ମାନେ ଚାଇନିଜ ଖାଦ୍ୟ ଖାଇବା ଉଚିତ ନୁହେଁ ବୋଲି ଗୋଟିଏ ଗବେଷଣା ରେ କୁହାଯାଇଛି l କାହିଁକି ନା ଆଜିନମୋଟୋ ରେ ସୋଡିୟମ ର ମାତ୍ରା ଖୁବ ଅଧିକ ରହିଥାଏ ଓ ଏହା ଗର୍ଭସ୍ଥ ଶିଶୁ ର ମାନସିକ ବିକାର ର କାରଣ ହୋଇଥାଏ l

* ଚଇନିଜ ଖାଦ୍ୟ ରେ ରହିଥିବା ଆଜିନମୋଟୋ ଉଚ୍ଚ ବ୍ଲଡ଼ ପ୍ରେସର ସମସ୍ୟା ର କାରଣ ହୋଇଥାଏ l ତେଣୁ ଉଚ୍ଚ ରକ୍ତଚାପ ରୋଗୀ ମାନେ ନିହାତି ଏଥିପ୍ରତି ସତର୍କ ରହବା ଜରୁରୀ ଓ ଚାଇନିଜ ଖାଦ୍ୟ ଠାରୁ ଦୂରେଇ ରହିବା ଆବଶ୍ୟକ l

* ଯେଉଁମାନେ ଅତ୍ୟଧିକ ଆଜିନମୋଟୋ ସେବନ କରି ଥାଆନ୍ତି ସେମାନେ ମାଇଗ୍ରେନ ସମସ୍ୟା ର ସମୁଖୀନ ମଧ୍ୟ ହୋଇ ଥାଆନ୍ତି l କାହିଁକି ନା ଏହାକୁ ଅତ୍ୟଧିକ ସେବନ କରିବା ଦ୍ୱାରା ମସ୍ତିଷ୍କ ଉତେଜିତ ହୋଇଥାଏ ଓ ମାଇଗ୍ରେନ ସମସ୍ୟା ଦେଖା ଯାଇଥାଏ l

Leave A Reply